medicin

ମେଡ଼ିସିନ ଖାଇବା ପରେ ଏବଂ ପୂର୍ବରୁ ଆଦୌ ଖାଆନ୍ତୁ ନାହିଁ ଏହି ଖାଦ୍ୟ,ନଚେତ ହେବ ସାଇଡ଼ ଇଫେକ୍ଟ |

HEALTH

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଅନେକ ରୋଗ ସମସ୍ୟା ପାଇଁ ଆମେ କେମିକାଲ ଯୁକ୍ତ ଡାକ୍ତରୀ ଔଷଧ ର ସେବନ କରିଥାଉ। ଯେତେବେଳେ ମଧ୍ୟ ଆମେ ରୋଗଗ୍ରସ୍ତ ହୋଇଥାଉ, ତେବେ ସେହି ରୋଗରୁ ମୁକ୍ତି ପାଇବା ପାଇଁ ଆମେ ଔଷଧ ସେବନ କରିଥାଉ । ଯଦି ଆମେ ଠିକ୍ ସମୟରେ ଔଷଧ ନ ନେଉ ତେବେ ରୋଗ ଅଧିକ ବଢିଯାଏ ଏବଂ ଆଗକୁ ଯାଇ ଆମ ଶରୀରରେ ଘାତକ ପରିଣାମ ଭୋଗିବାକୁ ପଡେ ।

ବେଳେ ବେଳେ ଏମିତି ହୁଏ ଯେ ଆମେ ଔଷଧ ତ ଠିକ୍ ସମୟରେ ନେଇଥାଉ କିନ୍ତୁ ଔଷଧ କାମ ଦେଇନଥାଏ କିମ୍ବା ଏହା ଆମେ ଶରୀରରେ ବିପରୀତ ପରିଣାମ ଯେପରିକି ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ଏମିତି ସେତେବେଳେ ହୋଇଥାଏ, ଯେତେବେଳେ କି ଆମେ ଔଷଧ ସହିତ ଏହିସବୁ ଜିନିଷ ଗୁଡିକ ଖାଇଥାଉ; ଯାହାଦ୍ୱାରା ଔଷଧର ପ୍ରଭାବ ପଡ଼ିନଥାଏ କିମ୍ବା ଏହା ବିପରୀତ ପ୍ରତିକ୍ରିୟା କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି ୪ଟି ଜିନିଷ ବିଷୟରେ କହିବୁ ଯାହାକୁ ଔଷଧ ସହିତ କେବେ ମଧ୍ୟ ଖାଇବା ଉଚିତ ନୁହେଁ।

କ୍ଷୀର ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ: ଦୁଗ୍ଧଜାତ ଦ୍ରବ୍ୟ ଜମା ମଧ୍ୟ ସେବନ କରନ୍ତୁ ନାହିଁ । କାହିଁକିନା ଦୁଧ, ପନୀର, ସର ଓ ଲହୁଣୀରେ ଭରପୂର ମାତ୍ରାରେ କ୍ୟାଲସିୟମ ଓ ମ୍ୟାଗନେସିୟମ ଥାଏ ଯାହାକି ଔଷଧର ପ୍ରଭାବକୁ କମାଇ ଦେଇଥାଏ । ଯେତେବେଳେ ମଧ୍ୟ ଆପଣ ଔଷଧ ଖାଆନ୍ତି ତେବେ ଏହି ସବୁ ପଦାର୍ଥକୁ ଜମା ମଧ୍ୟ ସେବନ କରନ୍ତୁ ନାହିଁ । ସମ୍ପୂର୍ଣ୍ଣ ଭାବେ ଠିକ୍ ହେବା ପରେ ହିଁ ଏହି ସବୁ ଜିନିଷ ସେବନ କରନ୍ତୁ ।

milk

କଫି ଏବଂ ଚାହା; କଫି ଆଣ୍ଟିସାଇକୋଟିକ ଔଷଧକୁ ପ୍ରଭାବିତ କରିଦେଇଥାଏ ତେଣୁ ଆପଣ ଯେବେ ମଧ୍ୟ ଔଷଧ ସେବନ କରନ୍ତି ତେବେ କଫି ବିଲକଲ୍ ପିଅନ୍ତୁ ନାହିଁ । କଫି ପିଇଲେ ଶରୀରକୁ ହାନି ପହଞ୍ଚି ଥାଏ । ଯେଉଁ ବ୍ୟକ୍ତିମାନେ ଏଲେର୍ଜିର କିମ୍ବା ଏଲବ୍ୟଉଟେରୋଲ ଔଷଧ ସେବନ କରନ୍ତି ସେମାନେ କଫି ବିଲକୁଲ୍ ମଧ୍ୟ ପିଅନ୍ତୁ ନାହିଁ। ଚାହା ରେ ନିକୋଟିନ ଥିବାରୁ ଔଷଧ ଖାଇବା ପୂର୍ବରୁ ଏବଂ ପରେ ଏହାର ସେବନ ମଧ୍ୟ କରିବା ଉଚିତ ନୁହେଁ।

ଚକଲେଟ ; ଚକଲେଟ ଏମିତିରେ ସମସ୍ତଙ୍କର ପସନ୍ଦ ହୋଇଥାଏ କିନ୍ତୁ ଯେତେବେଳେ ମଧ୍ୟ ଆପଣ ରକ୍ତଚାପ କିମ୍ବା ନିୟନ୍ତ୍ରଣ ଜନିତ ରୋଗର ଔଷଧ ସେବନ କରନ୍ତି ତେବେ ଆପଣ ଏହି ଡାର୍କ ଚକଲେଟ ଜମା ମଧ୍ୟ ସେବନ କରନ୍ତି ନାହିଁ ନଚେତ ଆପଣ ଘାତକ ପରିଣାମ ଭୋଗିପାରନ୍ତି ।

ଖଟା ଫଳ ; ଫଳ ସେବନ କରିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଫଳ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ କିନ୍ତୁ ଯେତେବେଳେ ମଧ୍ୟ ଔଷଧ ସେବନ କରନ୍ତି ତେବେ ଖଟା ଫଳ ଜମା ମଧ୍ୟ ସେବନ କରନ୍ତୁ ନାହିଁ କାହିଁକିନା ଖଟା ଫଳ ଖାଇବା ଦ୍ବାରା ଔଷଧର ୫୦ ପ୍ରତିଶତ ପ୍ରଭାବ କମିଯାଏ ସେଥିପାଇଁ ଆପଣ ସନ୍ତରା, ଅଙ୍ଗୁର, ଲେମ୍ବୁ ଭଳି ଖଟା ଫଳ ଜମା ମଧ୍ୟ ସେବନ କରନ୍ତୁ ନାହିଁ ଏବଂ ଆହୁରି ଲେମ୍ବୁ, ଆମ୍ବ ଓ ତେନ୍ତୁଳି ଆଚାର ମଧ୍ୟ ଖାଆନ୍ତୁ ନାହିଁ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *