karpura

ଆପଣଙ୍କୁ କୋଟିପତି କରିବ କର୍ପୂର ର ଏହି ଉପାୟ,ଜାଣିଲା ଲୋକ ହୋଇଯାଏ କୋଟିପତି |

FACT

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,କର୍ପୂର ଆମ୍ଭମାନଙ୍କର ଠାକୁର ଘରେ ଜଳିବାରେ ବ୍ୟବହାର ହୁଏ। ଯେଉଁ ଭଳି କର୍ପୁରର ଉପଯୋଗ ଘରେ ପୂଜା ପାଠ ପାଇଁ ହୋଇଥାଏ। ଠିକ୍ ସେହିପରି କର୍ପୁରର ବ୍ୟବହାର ପ୍ରାଚୀନ କାଳରେ ନାନା ପ୍ରକାର ଉପାୟ କରିବାରେ କରାଯାଉଥିଲା କର୍ପୁରର ବ୍ୟବହାର ଘରେ ପୂଜା ପାଠ ପାଇଁ ହୋଇଥାଏ ଓ ଅଧିକାଂଶ କର୍ପୁର ଘରେ ପୁଜାର ଆରତୀ କଲାବେଳେ କରାଯାଏ ।

ଏଥିରେ ଭଗବାନ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି।କର୍ପୁର ଦ୍ୱାରା ମନକୁ ଶାନ୍ତି ମିଳିଥାଏ ।କର୍ପୁର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।ଓ ଏହାସହ ବିଗଡି ଯାଇଥିବା କାମ, ଟଙ୍କା ପଇସାର ଅସୁବିଧା,ଓ ବାସ୍ତୁଦୋଷ ଆଦିକୁ ଠିକ୍ କରିଥାଏ। ଆସନ୍ତୁ ଜାଣିବା କର୍ପୁରର ପ୍ରୟୋଗରେ ଘର ମଧ୍ୟରେ କିପରି ସମସ୍ୟାର ସମାଧାନ କରିହେବ ।

ବାସ୍ତୁଦୋଷ ଦୂର ସହ ଧନବୃଦ୍ଧି କରିବ କର୍ପୂର; ଯଦି ଆପଣଙ୍କ ପାଖରେ ଧନର ଅଭାବ ହେଉଛି ତେବେ ଆପଣ କର୍ପୁରର ବ୍ୟବହାର କରନ୍ତୁ। ରାତିରେ ଶୋଇବା ସମୟରେ ଏକ ଚାନ୍ଦୀର ଗିନାରେ କପୁର ଓ ଲବଙ୍ଗ ଜଳାନ୍ତୁ ଏହି ଉପାୟକୁ ସବୁଦିନ କରନ୍ତୁ ।ଏହି ଉପାୟ କଲେ ଆପଣଙ୍କ ଧନ ବୃଦ୍ଧି ହେବ।ଯେବେ ସତ ଚେଷ୍ଟା କରି ମଧ୍ୟ କାମ ହୋଇପାରୁନାହିଁ ତେବେ ଏହା ଆପଣଙ୍କ ଭାଗ୍ୟ ଖୋଲି ପାରେ ଶନିବାର ଦିନ କର୍ପୁରକୁ ତେଲର ବୁନ୍ଦାରେ ପାଣି ସହ ମିଶାନ୍ତୁ ଓ ଏହି ପାଣିରେ ସବୁଦିନ ସ୍ନାନ କରନ୍ତୁ।

ଏହି ଉପାୟ ଆପଣଙ୍କ ଭାଗ୍ୟ ଖୋଲି ଦେଇପାରେ ଓ ରୋଗରୁ ରକ୍ଷା କରିଥାଏ ।ଦୂର୍ଘଟଣା କେବେ ବି କେଉଁଠି ବି ହୋଇପାରେ। ଏମିତିରେ ସୁରକ୍ଷା ରଖିବା ନିଶ୍ଚିତ ଜରୁରୀ। ଆପଣ ରାତି ସମୟରେ କର୍ପୁର ଜଳାଇ ହନୁମାନ ଚାଳିଶା ପାଠ କରନ୍ତୁ। ଏହି ଅଚୁକ ଉପାୟ ମଣିଷକୁ ପ୍ରାକୃତିକ ଓ ଅପ୍ରାକୃତିକ ଦୂର୍ଘଟଣାରୁ ରକ୍ଷା ପାଇପାରିବ ।

ଆପଣଙ୍କ ବହୁତ ଗୁଡିଏ କାମ ଏଥିପାଇଁ ହୋଇପାରେ ନାହିଁ କାରଣ ଏହା ପଛରେ ବାସ୍ତୁଦୋଷ ଥାଏ ବାସ୍ତୁଦୋଷ ଶେଷ କରିବାକୁ ହେଲେ ଘରେ କର୍ପୁରର ଦୁଇଟି ରଖିଦିଅନ୍ତୁ ଓ ଯେବେ ଏହା ମେଳେଇଯିବ ତାପରେ  ଆଉ ଦୁଇଟି କର୍ପୁର ରଖିଦିଅନ୍ତୁ। ଏମିତି ଏହାକୁ ମଝିରେ ମଝିରେ କରୁଥାନ୍ତୁ। ଆପଣଙ୍କ ବାସ୍ତୁ ଦୋଷ କମିଯିବ । ଯଦି ଆପଣଙ୍କ ଘରେ କିଛି ଅସୁବିଧା ହେଉଛି ତେବେ କର୍ପୁରରେ ଘିଅକୁ ବତୁରାନ୍ତୁ ଓ ସକାଳ ଓ ସଂନ୍ଧ୍ୟାରେ ଏହାକୁ ଜଳାନ୍ତୁ। ଏହା ମଧ୍ୟରୁ ବାହାରୁଥିବା ଉର୍ଜାରୁ ଆପଣଙ୍କ ଘରୁ ସକରାତ୍ମକ ଉର୍ଜା ଆସିଥାଏ।ଯାହା ଦ୍ୱାରା ଘରେ ସୁଖ ଶାନ୍ତି ହୋଇଥାଏ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *