bapa

ସୋଲେ ଫିଲ୍ମର ଏହି ଭିଲିଆନ ଙ୍କ ଝିଅ ଙ୍କୁ ଦେଖିଲେ ଉଡ଼ିଯିବ ଆପଣଙ୍କ ହୋସ୍,ହିରୋଇନ ଠାରୁ କମ ନୁହଁନ୍ତି |

NEWS

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ବଲିଉଡ ଫିଲ୍ମ ଦେଖିବାକୁ ଅନେକ ଲୋକ ପସନ୍ଦ କରନ୍ତି। ଆପଣ ସମସ୍ତେ ସୁପରହିଟ ଚଳଚ୍ଚିତ୍ର ” ଶୋଲେ ” ନିଶ୍ଚୟ ଦେଖିଥିବେ । ଏଥିରେ ସବୁଠାରୁ ଲୋକପ୍ରିୟ ଡ଼ାଏଲୋଗ୍ ହେଉଛି ‘କିତନେ ଆଦମୀ ଥେ’ .. ଆରେ ଓ ସାମ୍ବା..’ ଏହା ଆପଣ ନିଶ୍ଚୟ ଜାଣିଥିବେ । ଏହି ଦମଦାର ଡ଼ାଏଲୋଗ୍ କହିଥିବା ଅଭିନେତାଙ୍କ ନାମ ହେଉଛି ଆମଜାଦ୍ ଖାନ୍ ।

ଏହି ଚଳଚ୍ଚିତ୍ରରେ ସେ ଯେଉଁ ଚରିତ୍ରରେ “ଡାକୁ ଗଵର୍ ସିଂ” ଅଭିନୟ କରିଥିଲେ ତାହା ବଲିଉଡ଼ ଇଣ୍ଡଷ୍ଟ୍ରିର ସବୁଦିନ ପାଇଁ ଅମର ହୋଇ ରହିଗଲା । ଆମଜାଦ୍ ଖାନଙ୍କ ଜନ୍ମ ଭାରତ ବିଭାଜନ ପୂର୍ବରୁ ୧୯୪୩ରେ ଲାହୋରରେ ହୋଇଥିଲା । କିନ୍ତୁ ବିଭାଜନ ପରେ ତାଙ୍କର ପରିବାର ଭାରତକୁ ଆସି ଯାଇଥିଲେ । ଏଠାରେ ସେ ନିଜ ପୁରା ପାଠ ପଢିଥିଲେ ଓ ନିଜକୁ ଅଭିନୟ କରିବା ଆଡ଼କୁ ଧ୍ୟାନ କେନ୍ଦ୍ରୀଭୂତ କରିଲେ

ଆପଣ ସମସ୍ତେ ଆମଜାଦ୍ ଖାନଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । କିନ୍ତୁ ତାଙ୍କ ଝିଅ ବିଷୟରେ ଜାଣିଛ କି, ସେ କିଏ ଅଟନ୍ତି, କଣ କରନ୍ତି ଓ କିଭଳି ଦେଖା ଯାଇଥାନ୍ତି ? ତେବେ ଚାଲନ୍ତୁ ତାଙ୍କ ଝିଅଙ୍କ ବିଷୟରେ ଜାଣିବା। ଯଦି ଆମେ ତାଙ୍କ ଝିଅଙ୍କ ବିଷୟରେ କଥାହେବା, ତେବେ ତାଙ୍କ ଝିଅଙ୍କ ନାମ ହେଉଛି ଏହମାଲ ଖାନ୍ ମୁମ୍ବାଇ ୟୁନିଭେର୍ସିଟିରେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି । ନିଜ ବାପାଙ୍କ ଭଳି ସେ ମଧ୍ୟ ଏକ ଅଭିନେତ୍ରୀ ଅଟନ୍ତି । ସେ ନିଜ କ୍ୟାରିଅରର ଆରମ୍ଭ ଥିଏଟରରୁ କରିଥିଲେ ।

ସେ ଏବେ ପର୍ଯ୍ୟନ୍ତ ଅନେକ ନାଟକରେ ମଧ୍ୟ କାମ କରି ସାରିଛନ୍ତି । ବହୁତ ଶୀଘ୍ର ସେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ସେ ୨୦୧୧ରେ ଜାଫର ସହିତ ବିବାହ ହୋଇଥିଲେ । ଯିଏ କି ଏକ ଭଲ ଅଭିନେତା ଅଟନ୍ତି । ଯାହାଙ୍କୁ କି, ଆପଣ ହିପ୍ ହିପ୍ ହୁରେ ଟିଭି ଶୋ’ରେ ଅଭିନୟ କରିଥିବା ଦେଖିଥିବେ । ଯଦି ଆମେ ଏହମଲଙ୍କ ବିଷୟରେ କଥା ହେବା ତେବେ ସେ କୌଣସି ବଲିଉଡ଼ ଅଭିନେତ୍ରୀଙ୍କ ଠାରୁ ସୁନ୍ଦରତାରେ କମ୍ ନୁହଁନ୍ତି ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *