Monday, October 18, 2021
eminuty

ଘରେ ବସି Immunity ବଢେଇବାର ସବୁଠୁ ସହଜ ଉପାୟ, ଇମ୍ୟୁନିଟି ଏତେ ବଢିଯିବ କି 6 ମାସ ପର୍ଯ୍ୟନ୍ତ ରୋଗରେ ପଡିବେ ନାହିଁ |

HEALTH

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ ଯାହା କେଉଁ ବ୍ଯକ୍ତିର ଶରୀରରରେ କମ ରହିଥାଏ ତ ଆଉ କେଉଁ ବ୍ଯକ୍ତିର ଅଧିକ ରହିଥାଏ । ଶରୀରର ଡିଫେନସ ସିଷ୍ଟମରେ ରୋଗ ସହ ଲଢିବାର ଅଧିକ ଶକ୍ତି ରହିଥାଏ । ଏହାକୁ ରୋଗ ନିରୋଧକ କ୍ଷମତା କୁହାଯାଏ । ଯାହାକୁ ଆମେ ଇଙ୍ଗ୍ଲିଶରେ ଇମୁନିଟି ପାୱାର ବୋଲି କହିଥାଉ ।

କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି ଯାହା କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହବା ସହ ବହୁତ ଲୋକଙ୍କ ଜୀବନ ମଧ୍ୟ ଯାଇଛି, ତେବେ କିଛି ଦିନ ପାଇଁ ଏହା କିଛି କମି ଯାଇଥିଲା କିନ୍ତୁ ବର୍ତମାନ କରୋନା ଆହୁରି ଶକ୍ତିଶାଳୀ ହବାକୁ ଲାଗିଛି, ତେବେ କୋରୋନା ଏବେ ଦୁଇ ଗୁଣ ଅଧିକ ଶକ୍ତିଶାଳୀ ହୋଇ ଯାଇଛି ଆଉ ଏହାକୁ ହରାଇବା ପାଇଁ ଆମ ଶରୀରକୁ ଅଧିକ ମାତ୍ରାରେ ରୋଗ ପ୍ରତି ରୋଧକ କ୍ଷମତା ଆବ ଶ୍ୟକ ଅଟେ । କଣ ଆପଣ ଏହା ଜାଣିଛନ୍ତି ଯେ ଆମ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢାଇବା ପାଇଁ ଆମକୁ କଣ ସେବନ କରିବା ଉଚିତ ହୋଇଥାଏ । ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ପ୍ରଥମ ଉପଚାର/ ଫଳରସ: ଆପଣ ମାନେ ଜାଣିଛନ୍ତି ଯେ କଞ୍ଚା ଜିନିଷ ଆମ ପାଇଁ ବହୁତ ଲାଭକାରୀ ହୋଇଥାଏ କିନ୍ତୁ ଆଜିକା ସମୟରେ ଲୋକ କେବଳ ରନ୍ଧା ରୋଷେଇ ଖାଇବା ପସନ୍ଦ କରିଥାନ୍ତି ଯାହା ଫଳ ସ୍ୱରୂପ ତାଙ୍କୁ ବହୁତ ପ୍ରକାର ପେଟ ସମସ୍ଯା ହୋଇଥାଏ, ତେବେ ଲୋକଙ୍କ ପାଣି ପିବା ମଧ୍ୟ କମ ହୋଇଥାଏ ଯାହା ଦ୍ଵାରା ତାଙ୍କ ପାଚନ ଶକ୍ତି କମି ଯାଇଥାଏ । ତେବେ ଆପଣଙ୍କୁ କରୋନା ଠାରୁ ଲଢିବା ପାଇଁ ଗୋଟେ ଚାମଚ ଲେମ୍ବୁ ରସ ସେଥିରେ ଗୋଟେ କପ ପାଇନଆପଲ ରସ ପକାଇ ଦିଅନ୍ତୁ ଏହା ପରେ ଗୋଟେ କପ ଆମ୍ବ ରସ ପକାଇ ଏହାକୁ ଦିନକୁ ଥରେ ଗୋଟେ ମାସ ସେବନ କରନ୍ତୁ ।

ଦିତୀୟ ଉପଚାର/ଦହି : ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଦହି ଆମ ପାଚନ ତନ୍ତ୍ର ପାଇଁ ବହୁତ ଲାଭକାରୀ ହୋଇଥାଏ ତେବେ ଦହି କୁ ଆପଣ ମାନେ ଥଣ୍ଡା ଦିନ ବା ବର୍ଷା ଦିନରେ ସେବନ କରିବା ଉଚିତ ନୁହ । ଏହା ଛଡା ଦହି ରାତିରେ ବି ସେବନ କରିବା ଉଚିତ ନୁହ କାହିଁକିନା ଦହି ଥଣ୍ଡା ହୋଇଥାଏ ସେଥିପାଇଁ ଏହାକୁ ସକାଳେ ନଚେତ ଦୁଇପହରରେ ବ୍ୟବହାର କରିବା ଉଚିତ । ଦହିରେ ଗୋଟେ ଚାମଚ ମହୁ ମିଶାଇ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ ଆଉ ସବୁବେଳେ ଫ୍ରେସ ଦହି ସେବନ କରିବେ ।

covideee
ତୃତୀୟ ଉପଚାର/ଅଦା ଚା : ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଅଦା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ ତେବେ ଗୋଟେ କପ ପାଣିରେ ଅଧା ଇଞ୍ଚ ଅଦା ପକାଇ ତାକୁ ଭଲ ଭାବରେ ଫୁଟାଇ ନିଅନ୍ତୁ ଏଥିରେ ଟିକେ ଡାଲଚିନୀ ପାଉଡର ପକାନ୍ତୁ ଏହା ପରେ ଭଲ ଭାବରେ ଫୁଟାଇ ଦିଅନ୍ତୁ । ତେବେ ପିବା ଆଗରୁ ଏଥିରେ ଅଧ ଚାମଚ ଲେମ୍ବୁ ରସ ପକାନ୍ତୁ, ଏହି ଚା ଆପଣ ଦିନକୁ ଦୁଇ ଥର ସେବନ କରନ୍ତୁ ଦେଖିବେ ଆପଣଙ୍କ ରୋଗ ପ୍ରତି ରୋଧକ କ୍ଷୟମତା ଡିଆଙ୍କୁ ଦିନ ବଢି ବଢି ଜୀବ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |

Leave a Reply

Your email address will not be published. Required fields are marked *