Tuesday, July 27, 2021
tika

କଣ ଆପଣ କୋରୋନାର ଟୀକା ନେଉଛନ୍ତି କି ?ତେବେ ଜାଣିରଖନ୍ତୁ ଏହି ମୁଖ୍ୟ କଥାକୁ ।

HEALTH

ଏବେ ସାରା ଭାରତ ବର୍ଷରେ କୋରୋନାର ଦ୍ୱିତୀୟ ଲହର ବଢିବାରେ ଲାଗିଛି । କୋରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ବହୁତ ମାରାତ୍ମକ ଏବଂ ବହୁତ ଜଲଦି ବ୍ୟାପି ଚାଲିଛି ।ଏହି କୋରୋନାର କବଳରୁ ନିଜକୁ ରକ୍ଷା କରିବା ପାଇଁ ହେଲେ ନିଜକୁ ସତର୍କତାର ସହ ଜନଗହଳି ଅଞ୍ଚଳଠାରୁ ଦୂରେଇ ରହିବାକୁ ପଡିବ । ଏହି ମାରାତ୍ମକ ଭାଇରସ କବଳରୁ ନିଜକୁ ନିଜେ ବଞ୍ଚାଇ ରଖିବାକୁ ପଡିବ। ଏହି ଭାଇରସ କବଳରୁ ବଞ୍ଚିବା ପାଇଁ କୋରୋନାର ଟୀକା ନେବା ନିହାତି ଜରୁରୀ ।ଏହାନୁହେଁ କି ଟୀକା ଆମକୁ ସମ୍ପୂର୍ଣ୍ଣ ରୂପେ କୋରୋନାଠାରୁ ବଞ୍ଚାଇରଖିବ କିନ୍ତୁ କୋରୋନା ସହ ଲଢ଼ିବା ପାଇଁ ଆମ ଶରୀରକୁ ବହୁତ୍ ଦୃଢ଼ କରିଦେବ ଯାହା ଦ୍ଵାରା ଆମେ କୋରୋନା ବିରୁଦ୍ଧରେ ସଂଘର୍ଷ କରିପାରିବା ।

କୋରୋନାର ଟୀକା ନେବା ପୂର୍ବରୁ କିଛି କଥା ଜାଣିନେବା ଉଚିତ୍ ଯାହା ଦ୍ଵାରା ଆମେ ଆମର ମନରେ ଥିବା ସନ୍ଦେହକୁ ଦୂର କରିପାରିବା ।ତେବେ ଆସନ୍ତୁ କୋରୋନାର ଟୀକା ବିଷୟରେ କିଛି ଆଲୋଚନା କରିବା । ୧ ମେ ଠାରୁ ଅଠର ବୟସରୁ ଚବିଶ ବୟସ ମଧ୍ୟରେ ଥିବା ବ୍ୟକ୍ତି ମାନଙ୍କୁ ଟୀକା ଦେବା ଆରମ୍ଭ ହେବା ।ଏହି ଟୀକାକୁ ନେଇ ବହୁତ୍ ବ୍ୟକ୍ତିଙ୍କ ମନରେ ବହୁତ୍ ପ୍ରକାରର ପ୍ରଶ୍ନ ଅଛି ଯାହାକୁ ଆମେ ଆପଣଙ୍କ ସହିତ ଆଲୋଚନା କରିବୁ।

୧.ଟୀକାକରଣ ପାଇଁ ଆମ୍ଭେ କିପରି ପଞ୍ଜିକରଣ କରିବା ଟୀକାକରଣ ପାଇଁ ଆମ୍ଭେ ଆରୋଗ୍ୟସେତୁ ଆପ କିମ୍ୱା କୋଭିନ ପୋର୍ଟାଲ ରେ ପଞ୍ଜିକରଣ କରିବା। ଏଥିରେ ଆପଣ ଆପଣଙ୍କ ସୁବିଧା ହିସାବରେ ଟୀକାକରଣର ସମୟ ଓ ତାରିଖକୁ ନିଜେ ଚୟନ କରିପାରିବେ ।

୨. ପଞ୍ଜିକରଣ ପାଇଁ କେଉଁ ସବୁ ଚୁକ୍ତିପତ୍ର ଆବଶ୍ୟକ; ପଞ୍ଜିକରଣ କରିବା ପାଇଁ ଗୋଟେ ପାସପୋର୍ଟ ଫଟୋ ସହିତ ଯେକୌଣସି ଗୋଟେ ଚୁକ୍ତିପତ୍ର ଯେପରି ଆଧାରକର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍ କାର୍ଡ,ଭୋଟର କାର୍ଡ ର ଆବଶ୍ୟକତା ରହିଛି ଆଉ ହଁ ଯେଉଁ ଚୁକ୍ତିପତ୍ର ସାହାଯ୍ୟରେ ପଞ୍ଜିକରଣ କରିଛନ୍ତି ତାକୁ ସାଙ୍ଗରେ ଟୀକାକରଣ କେନ୍ଦ୍ରକୁ ନେଇକି ଯିବା ବଧ୍ୟାତା ମୂଳକ ।

covideee

୩.କେବେ ଆଉ କେତେଥର ଟୀକା ନେବାକୁ ପଡ଼ିଥାଏ; ଟୀକା ଦୁଇ ପ୍ରକାରର କୋଭାଇସିଲ ଏବଂ କୋଭିଶିନ । ପ୍ରଥମ ଟୀକା ନେବାର ୪ ରୁ ୬ ସପ୍ତାହ ପରେ ଦ୍ୱିତୀୟ ଟୀକା ନେବାକୁ ପଡ଼ିବ ।ଆଉ ହଁ ଦ୍ୱିତୀୟ ଟୀକା ପାଇଁ ପୁଣି ଥରେ ପଞ୍ଚିକରଣର ଆବଶ୍ୟକତା ନଥାଏ ।

୪. କେଉଁ ବ୍ୟକ୍ତି ଟୀକା ନେବା ଅନୁଚିତ୍ ;ନବଜାତ ଶିଶୁର ମା, ଗର୍ଭବତୀ ମହିଳା ଏବଂ ବଡ଼ ରୋଗରେ ପୀଡିତ ବ୍ୟକ୍ତି ଟୀକା ନେବା ଆବଶ୍ୟକ ନୁହେଁ । ଟୀକା ନେବାର ଦୁଇରୁ ତିନି ସପ୍ତାହ ପରେ ଦେହ ଭିତରେ ଆଣ୍ଟିବଡି ତିଆରି ହେବା ଆରମ୍ଭ ହୋଇଥାଏ ।ଆଜ୍ଞା ହଁ ଟୀକା ନେଲା ପରେ ଟୀକା ନେଇଥିବା ସ୍ଥାନରେ ଦରଜ ହେବା,ମୁଣ୍ଡ ବ୍ୟଥା ହେବା,ଗୋଡହାତ ବିନ୍ଧା ହେବା,ଜର ହେବା ଏଥିପାଇଁ ଆପଣମାନେ ବ୍ୟସ୍ତ ନ ହୋଇ ନିକଟରେ ଥିବା ଡକ୍ଟରଙ୍କ ପରାମର୍ଶରେ ଔଷଧ ଖାଇବା ଉଚିତ୍ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *