face

ଖରାଦିନେ ଏହି ଫେସ୍ ପ୍ୟାକ ଥରେ ଲଗାନ୍ତୁ ଦେଖିବେ ମୁହଁ ଉଜ୍ଜ୍ବଳ ଓ ସୁନ୍ଦର ଦିଶିବ |

HEALTH

ବନ୍ଧୁଗଣ ଆପଣ ଜାଣିଥିବେ ଖରା ପାଇଁ ଆମ ମୁହଁରେ ବହୁତ ପ୍ରକାର ଅସୁବିଧା ଦେଖା ଦେଇଥାଏ ଯେମିତି କି ବ୍ରଣ ମୁହଁରେ ଅଏଲ ଆସିବା ଏହିଭଳି ସମସ୍ୟା ପାଇଁ ଆମେମାନେ ବହୁତ ଚିନ୍ତାରେ ରୁହନ୍ତି କାରଣ ଏହି ଦିନରେ ମୁହଁର ଯତ୍ତ୍ନ ନେବା ନିହାତି ଆବଶ୍ୟକ । ମୁହଁରେ ସୁନ୍ଦରତା ପାଇଁ ଖରା ଦିନରେ ଆମେ ମୁହଁରେ ଫେସ ପ୍ୟାକ୍ ଲଗାଇବା ନିତାନ୍ତ ଆବଶ୍ୟକ ।

girl

ବଜାରରେ ମିଳୁଥିବା ଫେସ୍ ପ୍ୟାକ୍ ଅପେକ୍ଷା ଘରେ ପ୍ରସ୍ତୁତ କରି ଲଗାଇଲେ ଏହା ଅତ୍ୟନ୍ତ ଲାଭ ଦାୟକ ଅଟେ ।ଏହାର କୌଣସି କୁପ୍ରଭାବ ମଧ୍ୟ୍ୟ ପଡ଼ି ନ ଥାଏ । ଏହା ମୁହଁକୁ ଗୋରା ସୁନ୍ଦର ଏବଂ ଉଜ୍ବଳ ମଧ୍ୟ କରିଥାଏ ।ଏବେ ଆମେ ଜାଣିବା କି ସେଇ ଘରୋଇ ଉପଚାର କଣ ଯାହାଦ୍ଵାରା ଆମେ ଆମ ମୁହଁର ସୌନ୍ଦଯ୍ୟା ବଢାଇ ପାରିବା ।

ଖରାଦିନେ କାକୁଡି ଖାଇବା ବହୁତ ଉପଯୋଗୀ ଅଟେ କାରଣ ଏଥିରେ ବହୁ ପରିମାଣରେ ଜଳୀୟ ଅଂଶ ରହିଚି । କକୁଡ଼ିରେ ତିଆରି ଫେସପ୍ୟକ୍ ଅତ୍ୟନ୍ତ ଲାଭ ଦାୟକ । ପ୍ରଥମେ କାକୁଡି ର ଚୋପା ଛଡ଼ାଇ ଏଥିରେ ଚିନି ମିଶାଇ ଏହାକୁ ପେଶି ଦିଅନ୍ତୁ ।ଏହାକୁ ୧୫ ମିନିଟ ଫ୍ରିଜ୍ ରେ ରଖି ଦିଅନ୍ତୁ । ଏହାପରେ ଏହାକୁ ମୁହଁରେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ । ତାହାପରେ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏପରି ସପ୍ତାହ କୁ ଦୁଇ ଥର ଲଗାଇବା ଦ୍ୱାରା ମୁହଁ ଉଜ୍ବଳ ଦେଖା ଯାଇଥାଏ ଏବଂ କଳା ପଡ଼ିନଥାଏ ।

girl1

ଏବେ ଜାଣିବା ଟମାଟୋ ଫେସ୍ ପ୍ୟାକ ଆମେ କିପରି ପ୍ରସ୍ତୁତି କରିବା ।ପ୍ରଥମେ ଟମାଟୋ କୁ ପେଶି ଦିଅନ୍ତୁ ତାପରେ ଏଥିରେ ମହୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବେ ଏହି ମିଶ୍ରଣ କୁ ମୁଁହରେ ୧୫ ମିନିଟ ପର୍ଯ୍ୟନ୍ତ ଲଗେଇକି ରଖନ୍ତୁ ଓ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ଫେସ୍ ପ୍ୟାକ୍ ଲଗେଇବା ଦ୍ୱାରା ଆପଣଙ୍କ ମୁହଁର ଅଏଲ ପଣ ଦୂରେଇଯିବା ସହ ମୁହଁ ଉଜ୍ବଳ ଦିଶିବ ।

ଏବେ ତରଭୁଜରେ ଆମେ କେମିତି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବା ସେଇ ବିଷୟରେ ଜାଣିବା । ଆମ ଶରୀରରେ ଜଳୀୟ ଅଂଶର ପରିମାଣ କମ ନ ହେବା ପାଇଁ ଆମେ ତରଭୁଜ ଖାଇଥାନ୍ତି । ପ୍ରଥମେ କାକୁଡିର ରସ, ତରଭୁଜ ରସ ଓ ଦହି କୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ୨୦ ମିନିଟ୍ ଲଗାଇ ରଖନ୍ତୁ ତାପରେ ଧୋଇ ଦିଅନ୍ତୁ ।

ଏହି ମିଶ୍ରଣ ଲାଗିବା ଦ୍ୱାରା ଆପଣଙ୍କ ମୁଁହ ଉଜ୍ବଳ ଦେଖା ଯିବ ସହ ମୁଁହର ଦାଗ ମଧ୍ୟ୍ୟ ଦୂର କରିବାରେ ସାହାଯ୍ୟ କରିବ ।
ଏହିସବୁ ଫେସ୍ ପ୍ୟାକ୍ ଖରାଦିନ ପାଇଁ ବହୁତ ଉପକାରୀ ଅଟେ ।ଆପଣଙ୍କ ମୁଁହ ଗୋରା ଦେଖା ଯିବା ସହ ଆପଣ ବହୁତ ସୁନ୍ଦର ଦେଖାଯିବେ ।

Leave a Reply

Your email address will not be published. Required fields are marked *