corona

କୋରୋନା ଟିକା ନେବା ପରେ ଏସବୁ ବିଷୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।

HEALTH

ପୁଣିଥରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ଏଥିପାଇଁ ଟୀକାଦାନ ପ୍ରକ୍ରିୟା ଖୁବ୍ ଜୋର୍ ଜୋରରେ ଚାଲିଛି । ଯଦି ଆପଣ କୋରୋନା ଟୀକା ନେଉଛନ୍ତି ତେବେ କେତେକ ବିଷୟ ପ୍ରତି ଯତ୍ନବାନ୍ ହୁଅନ୍ତୁ । ତେବେ ଆସନ୍ତୁ ଜାଣିବା କୋରୋନା ଟୀକା ନେବା ପରେ କି କି ସଚେତନ ହେବା ଆବଶ୍ୟକ ।

ଆପଣ ଯଦି ଟୀକା ନେଉଛନ୍ତି ତେବେ ସେଇଦିନ ସଙ୍ଗେ ସଙ୍ଗେ କାମକୁ ଯା ଆ ନ୍ତୁ ନାହିଁ । ଅତି କମରେ ଦୁଇ ରୁ ତିନି ଦିନ ବିଶ୍ରାମ ନିଅନ୍ତୁ । କିଛି ଲୋକଙ୍କର ଟୀକା ନେବା ପରେ ତୁରନ୍ତ ପାଶ୍ଵ ପ୍ରତିକ୍ରିୟା ଦେଖାଇଥାଏ ତ ଆଉ କେତେକଙ୍କ ଠାରେ ୨୪୪ ଘଣ୍ଟା ପରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଇ ଥାଏ । କୋରୋନା ର ପ୍ରଥମ ଦୋଜ୍ ନେବା ପରେ ଭିଡ଼କୁ ଯାଆନ୍ତୁ ନାହିଁ। ଏବେ ଦୃତଗତି ରେ କୋରୋନା ବଢୁଛି ସେଥିପାଇଁ ଆପଣ କୌଣସି ଜାଗାକୁ ଯାତ୍ରା କରିବାରୁ ବିରତ ରୁହନ୍ତୁ। ଆମେରିକାର ସେଣ୍ଟର ଫ୍ରେ ଦିଯିଜ୍ କଣ୍ଟ୍ରୋଲ ଓ ପ୍ରବେଷଣ ର ଗାଇଡ ଲାଇନ ରେ ମଧ୍ୟ ଯାତ୍ରା ନ କରିବାକୁ ପରାମର୍ଶ ଦିଆ ଯାଇଛି ।

ଯଦି ଆପଣ ମଦ ଏବଂ ସିଗାରେଟ ପିଉଛନ୍ତି ତେବେ ଆପଣ ଟୀକା ନେବା ପରେ ଏହାଠୁ ଦୂରେଇ ରୁହନ୍ତୁ । ଅତି କମରେ ତିନି ଦିନ ଯାଏ ବିଲକୁଲ ମଦ ପିଅନ୍ତୁ ନାହିଁ । ଏଥିସହ ବାହାର ର ତେଲ ଛଣା ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ । ଯଦି ଆପଣଙ୍କ ର କୌଣସି ଆଲରଜି ସମସ୍ୟା ଅଛି ତାହେଲେ ଅଧିକା ସାବଧାନ ରୁହନ୍ତୁ । ଟିକା ନେବା ପରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ । କିଛି ବି ସମସ୍ୟା ହେଲେ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ।

covideee

ଟୀକା ନେବା ପରେ ବିନା ମାସ୍କ୍ ରେ ବାହାରକୁ ବହାରାନ୍ତୁ ନାହି । ଦୁଇଟି ଡୋଜ ନେବା ପରେ ଆପଣଙ୍କ ବଡିରେ ଅଣ୍ଟିବୋଡି ତିଆରି ହୋଇଥାଏ ତେଣୁ ଆପଣ ଯଦି ଟିକିଏ ଅବହେଳା କରନ୍ତି ତେବେ କୋରୋନା ସଂକ୍ରମିତ ହେବାର ଭୟ ରହିଥାଏ। ଟୀକା ନେବା ପରେ ଶରୀର କୁ ହାଇଡ୍ରେଟ ରଖନ୍ତୁ । ଡ଼ାଏଟ ରେ ଫଳ ,ପନିପରିବା ଓ ବାଦାମ ଖାଆନ୍ତୁ । ଏହା ଶରୀରକୁ ଭିତରୁ ମଜଭୁତ କରିଥାଏ ।

କୋରୋନା ଟୀକା ନେବା ପରେ ହାତରେ ପୀଡ଼ା ହେବା ଏକ ସାଧାରଣ କଥା ସେଥିପାଇଁ କିଛି ଦିନ ପଯ୍ୟନ୍ତ ବ୍ୟାୟାମ କରନ୍ତୁ ନାହିଁ ନଚେତ୍ ହାତରେ ପୀଡା ବଢିପାରେ । ବନ୍ଧୁଗଣ ଆପଣ ସଚେତନ ରୁହନ୍ତୁ ଏବଂ ଆପଣଙ୍କ ପ୍ରିୟ ପରିଜନ ଯଦି ଟୀକା ନେଉଛନ୍ତି ତେବେ ଆପଣ ତାଙ୍କୁ ସଚେତନ କରନ୍ତୁ ।

Leave a Reply

Your email address will not be published. Required fields are marked *