ବନ୍ଧୁଗଣ ହିନ୍ଦୁ ଧର୍ମରେ ପ୍ରତ୍ୟକ ଙ୍କ ଘରେ ତୁଳସୀ ମା ଙ୍କୁ ପୂଜା କରାଯାଇଥାଏ ।ଭଗବାନ୍ ଶ୍ରୀକୃଷ୍ଣଙ୍କୁ ତୁଳସୀ ବିନା ଭୋଗ କରାଯାଏ ନାହିଁ । ହିନ୍ଦୁଧର୍ମରେ ତୁଳସୀ ଙ୍କୁ ୩୩ କୋଟି ଦେବତା ବୋଲି ମନାଯାଏ ।ଯେଉଁଘରେ ମାତା ତୁଳସୀ ଙ୍କୁ ପୂଜା କରାଯାଏ ସେହି ଘରକୁ କେବେ ବି ଦାରିଦ୍ର ପ୍ରବେଶ କରେ ନାହିଁ ।
ଆୟୁର୍ବେଦ ଅନୁସାରେ ତୁଳସୀ ଗଛରେ ବହୁତ ଔଷଧୀୟ ଗୁଣ ଅଛି । ଆମ ଶାସ୍ତ୍ରରେ ତୁଳସୀଙ୍କୁ ମା ଲକ୍ଷ୍ମୀ ବୋଲି ମନାଯାଏ । ବୈଜ୍ଞାନିକଙ୍କ ଅନୁସାରେ ତୁଳସୀ ପତ୍ରର ସେବନ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ କିନ୍ତୁ ଆପଣ ଜାଣିଛନ୍ତି କି ମାତା ତୁଳସୀ ଯାହା ଉପରେ କ୍ରୋଧିତ ହୋଇଯାଆନ୍ତି ତାହାର ବିନାଶ କରିଦିଅନ୍ତି ସେଥିପାଇଁ ଏହି ୩ ଟି ଜିନିଷ ଭୁଲରେ ବି ରଖନ୍ତୁ ନାହିଁ ତୁଳସୀ ଗଛ ପାଖରେ ନହେଲେ ଆପଣଙ୍କ ଖରାପ ଦିନ ଆରମ୍ଭ ହୋଇଯିବ । ତାହେଲେ ଆସନ୍ତୁ ଜାଣିବା ଏହି ୩ ଟି ଜିନିଷ ବିଷୟରେ
କପଡା ସୁଖେଇବା :- ଯେଉଁ ଘରେ ତୁଳସୀ ଗଛ ପାଖରେ କପଡା ଆଦି ଶୁଖାଯାଇଥାଏ ତ ସେଇ ଘରେ ସକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ ଏବଂ ମାତା ତୁଳସୀ କ୍ରୋଧିତ ହୋଇଯାଆନ୍ତି ।ଏଥିପାଇଁ ଘରକୁ ଦାରିଦ୍ର୍ୟତା ମଧ୍ୟ୍ୟ ଆସିଯାଏ ।ସେଥିପାଇଁ ତୁଳସୀ ଗଛ ପାଖରେ କେବେ କପଡା ଆଦି ଶୁଖାନ୍ତୁ ନାହିଁ ।
ଗଣେଶ ମୂର୍ତ୍ତି :- ଯଦି ଆପଣଙ୍କ ଘରେ ଭଗବାନ୍ ଗଣେଶଙ୍କ ମୂର୍ତ୍ତି ଅଛି ତେବେ କେବେ ବି ଏହାକୁ ମାତା ତୁଳସୀଙ୍କ ପାଖରେ ରଖନ୍ତୁ ନାହିଁ ।କିଛି ଲୋକ ଗଣେଶଙ୍କ ମୂର୍ତ୍ତି ଭାଙ୍ଗିବା ପରେ ତାକୁ ତୁଳସୀ ଗଛ ପାଖରେ ରଖି ଦିଅନ୍ତି ଯାହାକି ବିଲକୁଲ ବି ଭଲ ନୁହଁ। ଏମିତି କରିବା ଦ୍ଵାରା ଆପଣଙ୍କ ଘରେ ସବୁବେଳେ ଝଗଡ଼ା ଲାଗି ରହିଥାଏ ।
ଚପଲ :-ଭୁଲରେ ବି ତୁଳସୀ ଗଛ ମୂଳରେ କେବେ ଚପଲ ରଖିବେ ନାହିଁ।ଏହା ରଖିବା ଦ୍ଵାରା ଘରେ ସବୁବେଳେ ଅଶାନ୍ତି ଲଗିକି ରହିବ ତାଛଡା ଧନର ଲକ୍ଷ୍ମୀ ଘର ଛାଡ଼ି ଚାଲିଯିବେ । ବନ୍ଧୁଗଣ ଏହା ଥିଲା ଆପଣଙ୍କ ପାଇଁ ଏକ ସୁନ୍ଦର ଟିପ୍ସ ।ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ