ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ।ଗତ କିଛି ଦିନ ହେବ କରୋନା ଭାଇରସ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଏହା ସହ ଦେଶରେ ଟୀକାକରଣ ସଂଖ୍ୟା କୋଟିରେ ପହଞ୍ଚିଛି। ଲକ୍ଷ ଲକ୍ଷ ଲୋକ ପୂବର୍ରୁ କୋଭିଡ ଟିକା ନେଇ ସାରିଛନ୍ତି ଏବଂ ଅନେକ ନେବା ପାଇଁ ଧାଡିରେ ଅଛନ୍ତି।
ସୁସ୍ଥ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରିଥାଏ ଏବଂ ସଂକ୍ରମଣର ଆଶଙ୍କା ହ୍ରାସ କରିଥାଏ । ଆଜି ଆମେ ଆପଣଙ୍କୁ କହୁଛୁ…କୋଭିଡ ଟିକା ନେବା ପୂର୍ବରୁ ଏବଂ ପରେ କେଉଁ ଖାଦ୍ୟ ଖାଇବା ଉଚିତ ଏବଂ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ।ଶରୀରକୁ ସୁସ୍ଥ ରଖିବା ପାଇଁ ହାଇଡ୍ରେଟେଡ୍ ରହିବା ଗୁରୁତ୍ୱପୂର୍ଣ୍ଣ ।
ବିଶେଷକରି ଯେତେବେଳେ ଆପଣ କୋଭିଡ୍ ଟିକା ନେବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ପ୍ରଚୁର ପାଣି ପିଅନ୍ତୁ ଏବଂ ଏମିତି ଫଳ ଖାଆନ୍ତୁ ଯେଉଁଥିରେ ପାଣି ଓ ଫାଇବରର ଭରପୂର ମାତ୍ରା ମିଳିବ। ଏଭଳି କରିବା ଦ୍ବାରା ଟିକା ନେବା ପରେ ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟା ହ୍ରାସ ହୋଇପାରେ।
ଏହି କରୋନା ମହାମାରୀ ସମୟରେ ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଭୋଜନର ଆବଶ୍ୟକ ରହିଛି। ଯଦି ଆପଣ କୋଭିଡ଼ ଟିକା ନେବା ପାଇଁ ନିର୍ଣ୍ଣୟ ନେଉଛନ୍ତି, ତାହେଲେ ସୁସ୍ଥ ଖାଦ୍ୟ ଖାଇବାକୁ ଫଲୋ କରନ୍ତୁ । ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ପରିବର୍ତ୍ତେ ଫାଇବରରେ ଭରପୂର ଖାଦ୍ୟ ବାଛନ୍ତୁ । ଫାଇବର ଯୁକ୍ତ ଫଳ ଏବଂ ରସ ଖାଆନ୍ତୁ ।
ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।ଖାଦ୍ୟରେ ଡାଲି, ଓଟସ୍, ଭିଟାମିନ୍ ଏବଂ ମିନେରାଲ୍ ଯୁକ୍ତ ଖାଦ୍ୟରେ ସାମିଲ କରନ୍ତୁ। ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ସ୍ଲିପ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଅଧିକ ସୁଗାର ଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ଏଗୁଡିକର ବ୍ୟବହାର କରିବା ଦ୍ବାରା ଚାପ ଏବଂ ଚିନ୍ତା ବଢ଼ିଥାଏ । ଯାହା ଶୋଇବା ସମ୍ବନ୍ଧୀୟ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିପାରେ । ଟିକା ନେବା ପରେ ମଦ୍ୟପାନ ଠାରୁ ଦୂରେଇ ରହିବା ଉଚିତ୍। ମଦ୍ୟପାନ କଲେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇପାରେ। ଯାହା ପାର୍ଶ୍ୱ ପ୍ରତିକ୍ରିୟାକୁ ବଢ଼ାଇବାରେ ସାହାଯ୍ୟ କରିପାରେ।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।