Tuesday, June 06, 2023
mask

ମାସ୍କ ପିନ୍ଧିବାର ସଠିକ୍ ଶୈଳୀ |

HEALTH

ବନ୍ଧୁଗଣ ଆମେ କୋରନ ଦାଉ ରୁ ରକ୍ଷା ପାଇବା ପାଇଁ ମାସ୍କ୍ ବ୍ଯବହାର କରିଥାନ୍ତି ।ଏହା କୋରନା କୁ ହରେଇବାର ଏକ ମାଧ୍ୟମ ଅଟେ ତେଣୁ ମାସ୍କ୍ ପିନ୍ଧିବା ନିହାତି ଜରୁରୀ ଅଟେ । ଯଦି ଆମେ ମାସ୍କ୍ କୁ ଠିକ ଭାବେ ବ୍ୟବହର କରିବା ତେବେ ଆମେ କୋରନ ଦାଉ ରୁ ରକ୍ଷା ପାଇପାରିବା । ଆମେ ଏବେ ଜାଣିବା କି ମାସ୍କ୍ କେତେ ପ୍ରକାର। ମାସ୍କ ହେଉଛି ତିନି ପ୍ରକାର । ପ୍ରଥମତଃ କପଡାର ମାସ୍କ। ଯାହାକି ଆମେ ସାଧାରଣତଃ ବ୍ଯବହାର କରିଥାଉ । ଆଉ ଦ୍ୱିତୀୟ ରେ ହେଲା ସର୍ଜିକ୍କାଲ ମାସ୍କ୍ ଆଉ ତୃତୀୟ ରେ ହେଲା N-95 mask । ଆସନ୍ତୁ ଜାଣିବା ଅମେ ଏହାକୁ କିପରି ବ୍ୟବହାର କରିବା।

mask

ଆମେ ସାଧାରଣତଃ କଟନ ମାସ୍କ ପିନ୍ଧିଥାନ୍ତି ।ଆଉ ଏହି ମାସ୍କ ସଠିକ୍ ଭାବେ ବ୍ୟବହାର କରିବା ଆବଶ୍ୟକ । ଏହି ମାସ୍କ୍ ଆମର ମୁଁହର ନାକ ଆଉ ପାଟି କୁ ଠିକ ଭାବେ ଘୋଡେଇକି ରହିବା ଦରକାର ଏବଂ ନିଜ ମୁଁହର ଆକୃତି ଅନୁସାରେ ମାସ୍କ୍ ପିନ୍ଧିବା ଆବଶ୍ୟକ।ସବୁବେଳେ ମାସ୍କ୍ କାଢ଼ିବ ଉଚିତ୍ ନୁହଁ ଏବଂ ଆପଣ ଆଗ ହାତକୁସାବୁନପାଣିରେ ଧୋଇ ସରିବା ପରେ ମାସ୍କ୍ ପିନ୍ଧିବା ଆବଶ୍ୟକ ଏବଂ ଆପଣ ଯେତେବେଳେ ବି mask କାଢିବେ ଆପଣ କାନ ପାଖରୁହିଁ ମାସ୍କ କାଢ଼ିବେ ଏବଂ କାଢ଼ିସରିବା ପରେ ସର୍ବଦା ନିଜ ହାତକୁ ଆଗ ସାବୁନପାଣି ରେ ଧୋଇବେ ଏବଂ mask କୁ ମଧ୍ୟ ସାବୁନ ପାଣିରେ ଧୋଇବେ ଏବଂ ଖରାରେ ସୁଖେଇବେ ଏବଂ ଆପଣ ଏହାକୁ ପୁନଶ୍ଚ ବ୍ଯବହାର କରିପାରିବେ ।

ଦ୍ବିତୟ ରେ ସରଜିକଲ୍ ମାସ୍କ୍ ଏହି ମାସ୍କ୍ କୁ ମଧ୍ୟ ଆପଣ ଏକା ପଦ୍ଧତି ରେ ବ୍ୟବହାର କରିବେ । ଏହି ମାସ୍କ୍ ସାଧାରଣତଃ ତିନି ସ୍ତର ବିଶିଷ୍ଟ ଯାହାକି ମୁଁହର ଝାଳ ସବୁକୁ ଅବଶୋଷଣ କରେ ଏବଂ ଏହି ମାସ୍କ୍ କୁ ଥରେ ବ୍ୟବହାର କଲାପରେ ଡଷ୍ଟବିନ ରେ ଫୋପାଡି ଦିଅନ୍ତୁ । ପୁନଶ୍ଚ ଏହାକୁ ବ୍ୟବହାର କରନ୍ତୁନି । ଆପଣ ସବୁବେଳେ ମାନେ ରଖିବେଯେ ଆପଣ କେବେହେଲେ ବି ମାସ୍କ୍ କୁ ସମ୍ମୁଖ ରୁ କଢ଼ିବେ ନାହିଁ ସର୍ବଦା ଏହାକାନର ଦଉଡ଼ି ପାଖରୁ କାଢ଼ିବେ ।

ତୃତୀୟ ରେ N-95 ମାସ୍କ୍ ଏହି ମାସ୍କ୍ ପିନ୍ଧିଲା ବେଳେ ସବୁବେଳେ ଆପଣ ଲକ୍ଷ୍ୟ କରିବେ କି ଆପଣ ନିଶ୍ବାସ ନେଲା ବେଳେ କିମ୍ବା ଛାଡିବା ବେଳେ କୌଣସି ପଟେ ବି ବାୟୁ ବାହାରକୁ ଯାଉନଥିବ କିମ୍ବା ଭିତରକୁ ଆସୁନଥିବ କାରଣ ଏହା ବାୟୁ ଜନିତ ରୋଗ ଅଟେ ଏହାକୁ ସାଧାରଣତଃ ସ୍ୱାସ୍ଥ୍ୟ କର୍ମୀ ମାନେ ବ୍ୟବହାର କରନ୍ତି ଯେଉଁମାନେ କି ସିଧସଳଖ କୋଭିଡ ରୋଗୀ ଙ୍କ ସଂସ୍ପର୍ଶରେ ଆସିଥାନ୍ତି । ଏହି ମାସ୍କ୍ ଅନ୍ୟ ମାସ୍କ୍ ତୁଳନା ରେ ବହୁତ ଭଲ ଅଟେ।ଆପଣ ମାନେ ମଧ୍ୟ ଏହି ମାସ୍କ୍ ପିନ୍ଧିପରିବେ ।

maskkk

ଆପଣ ସର୍ବଦା ମନେ ରଖିବେ କି ଆପଣ ଯେତେବେଳେ ମାସ୍କ୍ ପିନ୍ଧିବା ପୂର୍ବରୁ ଏବଂ ମାସ୍କ୍ କାଢିବା ପରେ ସବୁବେଳେ ସାବୁନ ରେ ହାତ ଧୋଇବା ଆବଶ୍ୟକ ଏବଂ ଆପଣ ସବୁବେଳେ ସଠିକ୍ ଭାବେ mask ପିନ୍ଧନ୍ତୁ ଏବଂ Corona ନିୟମ ମାନି ଚାଲନ୍ତୁ ଏହା କରିବା ଦ୍ବାର ଆପଣ Corona କୁ ହରେଇପାରିବେ |

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |

Leave a Reply

Your email address will not be published. Required fields are marked *