Tuesday, June 06, 2023
black

ବ୍ଲାକ ଫଙ୍ଗସ କଣ ?ଏହାର ଲକ୍ଷଣ ଏବଂ ଉପକାର ।

HEALTH

ଦେଶରେ କରୋନା ସଂକ୍ରମିତ ବ୍ୟକ୍ତିମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ସମୟରେ ଏବେ ବ୍ଲାକ ଫଙ୍ଗସ୍ ବଡ଼ ସମସ୍ୟା ହୋଇ ସାମ୍ନାକୁ ଆସିଛି।ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ଉପଚାର ପ୍ରକ୍ରିୟା ବିଷୟରେ:- ‘ବ୍ଲାକ ଫଙ୍ଗସ’ର ଲକ୍ଷଣ ମଧ୍ୟରେ ଆଖି କିମ୍ବା ନାକ ଚାରିପଟେ ଯନ୍ତ୍ରଣା ହେବା ଏବଂ ଲାଲ ପଡ଼ିଯିବା । ମୁଣ୍ଡ ବିନ୍ଧିବା, କାଶ ହେବା, ଜ୍ୱର ହେବା । ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା । ରକ୍ତ ବାନ୍ତି ହେବା । ନାକ ଚୁଂଟି ହେବା । ନାକରୁ କଳା ପାଣି ବାହାରିବା । ନାକ ଆଖପାଖରେ କଳା ରଙ୍ଗର ଚିହ୍ନ ପଡ଼ିବା । ଗାଲ ହାଡ଼ ଓ ମାଢ଼ିରେ ଯନ୍ତ୍ରଣା ହେବା । ଚର୍ମରେ କ୍ଷତ ଓ ଛାତିରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖା ଦେଇପାରେ । କରୋନା ରୋଗୀ, ଅନିୟନ୍ତ୍ରିତ ମଧୁମେହରେ ଆକ୍ରାନ୍ତ ଥିବା ବ୍ୟକ୍ତି ଦୀର୍ଘଦିନ ଧରି ଆଇସିୟୁରେ ରହିଥିବା ରୋଗୀ, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଦୀର୍ଘଦିନ ଧରି ଔଷଧ ସେବନ କରୁଥିବା ବ୍ୟକ୍ତି ଓ ଷ୍ଟେରଏଡ୍ ନେଉଥିବା ବ୍ୟକ୍ତି ଅଧିକ ପ୍ରଭାବିତ ହୋଇଥାନ୍ତି । ମ୍ୟୁକରମାଇକୋସିସ୍ ବା କଳା ଫଙ୍ଗସ୍ ଏକ ବିରଳ ସଂକ୍ରମଣ । ତେବେ କରୋନା ମହାମାରୀ ସମୟରେ ଏହି ରୋଗରେ ଅ ।କ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମାଟି ଓ ଅନ୍ୟାନ୍ୟ ଅସ୍ୱାସ୍ଥ୍ୟକର ପରିବେଶରୁ ମଧ୍ୟ ଏହା ବ୍ୟାପିଥାଏ ।

blackk

ଏଭଳି ଏକ ଆହ୍ୱାନକୁ କିପରି ସମ୍ମୁଖୀନ ହେବେ, ସେଥିପାଇଁ ମଧ୍ୟ ଆଡଭାଇଜରୀ ଜାରି କରିଛି ଆଇସିଏମଆର । ମାଟି କିମ୍ବା ଚାଷବାସ କାମ କରୁଥିବା ବ୍ୟକ୍ତି ଜୋତା ପିନ୍ଧିବା ଜରୁରୀ । ଲମ୍ବା ଟ୍ରାଉଜର, ଫୁଲ ହାତ ସାର୍ଟ, ହାତରେ ଗ୍ଲୋଭ୍ସ ବ୍ୟବହାର କରିବା ଉଚିତ । ଧୁଳି ବା ସଂକ୍ରମିତ ଅଂଚଳକୁ ଗଲେ ମାସ୍କ ପିନ୍ଧିବା । ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନତା ଉପରେ ଧ୍ୟାନ ଦେବା, ଡାଇବେଟିସକୁ ନିୟନ୍ତ୍ରଣକୁ ଆଣିବା, କରୋନାରୁ ସୁସ୍ଥ ହେବା ପରେ ରକ୍ତ-ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା, ଷ୍ଟେରଏଡ୍ ଠିକ୍ ପରିମାଣରେ ଓ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନେବା, ଅକ୍ସିଜେନ୍ ଥେରାପି ବେଳେ ବିଶୁଦ୍ଧ ପାଣି ବ୍ୟବହାର କରିବା, ଆଂଟି-ବାଇଓଟିକ୍ସ ଓ ଆଣ୍ଟି-ଫଙ୍ଗାଲ ଔଷଧ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନେବା, ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ଅ ।ରମ୍ଭ କରିବା ।କଳା ଫଙ୍ଗସର ଚିକିତ୍ସା କରାଯାଇ ଏହି ନୂଆ ବିପଦରୁ ସୁରକ୍ଷିତ ରହିହେବ, ଏ ନେଇ ବିସ୍ତୃତ ଭାବେ ଜଣାଇଛି ଆଇସିଏମଆର । ଷ୍ଟେରଏଡ୍ ବ୍ୟବହାର ଠାରୁ ଅ ।ରମ୍ଭ କରି ଅନ୍ୟାନ୍ୟ ଔଷଧ କିପରି କରାଯିବ, ଡାକ୍ତରଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

ରାଜକୋଟରେ ବ୍ଲାକ୍ ଫଙ୍ଗସ ମାମଲା ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ସେରାଷ୍ଟ୍ରର ସମସ୍ତ ରୋଗୀ ରାଜକୋଟକୁ ଚିକିତ୍ସା ପାଇଁ ଅ ।ସୁଛନ୍ତି । ରାଜକୋଟରେ ସର୍ବ ବୃହତ ୨୫୦ ଶଯ୍ୟା ବିଶିଷ୍ଟ ମ୍ୟୁକୋରମାଇକୋସିସର ୱାର୍ଡ ପ୍ରତିଷ୍ଠା କରାଯାଇଛ । ଚିକିତ୍ସା ଅଧୀକ୍ଷକ ଡା. ଏସ୍ ତ୍ରିବେଦୀଙ୍କ ଅନୁଯାୟୀ ରୋଗୀମାନେ ସେରାଷ୍ଟ୍ରରୁ ରାଜକୋଟକୁ ଆସୁଛନ୍ତିୟ ଫଳସ୍ୱରୂପ, ରୋଗୀଙ୍କ ସଂଖ୍ୟା ବଡ଼ିବାରେ ଲାଗିଛନ୍ତି ।ସାରା ଦେଶରେ ଏବେ କରୋନା ସଂକ୍ରମଣ ଭୟର ବାତାବରଣ ସୃଷ୍ଟି କରିଛି । ପ୍ରତି ଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଦେଶରୁ ଚିହ୍ନଟ ହେଉଛନ୍ତ ।

ଏହାରି ଭିତରେ କରୋନର ବୋଝ ଉପରୁ ଲଳିତା ବିଡ଼ା ସାଜିଛି ବ୍ଲାକ୍ ଫଙ୍ଗସ ରୋଗ । ଦେଶରେ ଅନେକ ଡାକ୍ତରଖାନାରୁ କରୋନା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ରୋଗ ହୋଇଥିବା ମାମଲା ସାମ୍ନାକୁ ଅ ।ସୁଛି । ରାଜଧାନୀ ଦିଲ୍ଲୀର ଡାକ୍ତରଖାନାରେ ଏଭଳି ମାମଲା ବାହାରିବ ପରେ ଏବେ ଗୁଜୁରାଟର ଏକ ହସ୍ପିଟାଲରେ କରୋନା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ହୋଇଥିବା ମାମଲା ସାମ୍ନାକୁ ଅ ।ସୁଛି ।ଯେତେବେଳେ ଦେଶରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ିବାରେ ଲାଗିଛି ଠିକ୍ ସେତିକି ବେଳେ ଏହି ବ୍ଲାକ ଫଙ୍ଗସ୍ ରୋଗ ନୂଅ । ଏବଂ ବିରଳ ବୋଲି କୁହାଯାଉଛ । ଅ ।ଉ ଏବେ ରେମଡିସିଭର ପରେ ମ୍ୟୁକୋରମାଇକୋସିସ୍ ଇଞ୍ଜେକ୍ସନର ମଧ୍ୟ ଭୟଙ୍କର ଅଭାବ ଦେଖିବାକୁ ମିଳିଛି ।

blcck

ମ୍ୟୁକୋରମାଇକୋସିସର ଚିକିତ୍ସା ଅତ୍ୟନ୍ତ ମହଙ୍ଗା ଏବଂ ବହୁତ କଷ୍ଟ ଚିକିତ୍ସା ସମୟରେ ରୋଗୀଙ୍କୁ ୧୫ ରୁ ୨୧ ଦିନ ପର୍ଯ୍ୟନ୍ତ ଅ ।ମ୍ଫୋସିନ୍-ବି ଇଞ୍ଜେକ୍ସନ ଦିଅ ।ଯାଏ । ଯଦି ଆବଶ୍ୟକ ହୁଏ, ବାଇନୋକୁଲାର ମାଧ୍ୟମରେ ନାକରୁ କବକକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଏ ।ଏହି ଚିକିତ୍ସା ରୋଗୀର ଓଜନ ଉପରେ ନିର୍ଭର କରି ରୋଗୀକୁ ପ୍ରତିଦିନ ୬ ରୁ ୯ଟି ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ। ଗୋଟିଏ ଗରିବ ଶ୍ରେଣୀର ବ୍ୟକ୍ତି ଏହି ଚିକିତ୍ସା କରିବା ଅସମ୍ଭବ । କାରଣ ଏହି ରୋଗକୁ ଭଲ କରିବା ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନର ମୂଲ୍ୟ ୬ ରୁ ୭ ହଜାର ଟଙ୍କା । ଏବଂ ୨୦ ରୁ ୨୮ ଦିନ ମଧ୍ୟରେ ଏହି ଇଞ୍ଜେକ୍ସନ ଦେବାରେ ୧୩ରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |

Leave a Reply

Your email address will not be published. Required fields are marked *