ଦେଶ ବିଦେଶରେ କରୋନାର ଦ୍ୱିତୀୟ ଲହରୀ ସୃଷ୍ଟି ହୋଇଛି ।ମେ ପହିଲା ତାରିଖରୁ ଅଠର ବର୍ଷରୁ ଉର୍ଦ୍ଧ ସମସ୍ତଙ୍କ ପାଇଁ କରୋନା ଟୀକା କରଣ ପକ୍ରିୟା ଆରମ୍ଭ କରିଛି ସରକାର । କିନ୍ତୁ ଟିକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କେମିତି ଟୀକା ନେବେ ଆଉ କେଉଁ ସମୟରେ ଟୀକା ନେବା ଉଚିତ ବା ଉଚିତ ନୁହଁ । ଦେହ ଖରାପ ଥିଲେ ନେବେ କି ନାହିଁ ସେହିପରି ଅନେକ ପ୍ରଶ୍ନ ଉଠୁଛି । ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ଏହି ଦ୍ଵନ୍ଦ ଅଧିକ ଦେଖା ଯାଉଛି । ମହିଳା ମାନଙ୍କର ମାସିକ ଧର୍ମ ସମୟରେ ଟୀକା ନେଲେ କଣ ପ୍ରଭାବ ପଡିବ ଏହାକୁ ନେଇ ବହୁତ ଦ୍ଵନ୍ଦ ରହିଛି ।
ନିକଟରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ । ମାସିକ ଧର୍ମ ସମୟରେ ମହିଳା ମାନଙ୍କର ରୋଗ ପ୍ରତି ରୋଧକ ଶକ୍ତି କମିଯାଏ । ତେଣୁ ଏହି ଦିନ ମାନଙ୍କରେ କିମ୍ବା ପାଞ୍ଚ ଦିନ ପୂର୍ବରୁ ଟୀକା ନେବା ଉଚିତ ହେବ ନାହିଁ । ଏହି ଦିନ ମାନଙ୍କରେ ମହିଳା ମାନେ ଟୀକା ନବା ପାଇଁ ଉପଯୁକ୍ତ ନଥାଏ । ଏବଂ ସୂଚନା ଅନୁଯାୟୀ ଟିକାର ପ୍ରଥମ ଡୋଜ ଶରୀରର ରୋଗ ପ୍ରତି ରୋଧକ ଶକ୍ତି ଉପରେ ପ୍ରଭାବ ପକାଏ କିନ୍ତୁ ଏହା ଠିକ କି ନାହିଁ ଏବେ ଯାଏ ଜଣା ପଡି ନାହିଁ । ଏସବୁ ପ୍ରତି ବେଳ ଥାଉ ଥାଉ ସତର୍କ ଏବଂ ସଚେତନ ରହିବା ଉଚିତ । ନଚେତ ଭବିଷ୍ୟତରେ ଅସୁବିଧା ବହିବାକୁ ପଡିଥାଏ ।
ପିରିଅଡ଼କୁ ନେଇ ସେମିତି କିଛି ଅଭିଯୋଗ ସାମ୍ନାକୁ ଆସି ନାହିଁ । ଅନ୍ୟପକ୍ଷରେ ଗୁରୁଗାନ ନିକଟରେ ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ମହିଳା ମାନଙ୍କର ପିରିୟଡ଼ ଉପରେ ଟିକାର କିଛି ପ୍ରଭାବ ନାହିଁ। ବିନା କୌଣସି ଦ୍ଵନ୍ଦରେ ଏହାକୁ ନିଆ ଯାଇ ପାରିବ । ଯଥା ଜଲଦି ନେବା ଉଚିତ । ତାଙ୍କ ମତରେ ଆମେ ସମସ୍ତେ ଜାଣି ରଖିବା ଉଚିତ କି ମାସିକ ଧର୍ମ ହେଉଛି ଗୋଟିଏ ପ୍ରାକୃତିକ ପ୍ରକ୍ରିୟା ।
ଏହା ଶରୀରର ପ୍ରତି ରୋଧକ ଶକ୍ତିକୁ କିଛି କ୍ଷତି ପହଞ୍ଚାଇ ନଥାଏ । ଏହା ଛଡା କିଛି ଲୋକଙ୍କ ଭାବନା ରହିଛି କି ଟୀକା ନେବା ପରେ ପୁରୁଷ ଏବଂ ମହିଳାଙ୍କର ପ୍ରଜନନ କ୍ଷମତା ରେ କ୍ଷତି ଆସିଥାଏ । କିନ୍ତୁ ସ୍ୱାସ୍ଥ୍ୟ ବିଶେସଂଜ୍ଞ ଅନୁସାରେ ଟିକାର ସେହିପରି କୌଣସି ପ୍ରଭାବ ନାହିଁ । କିନ୍ତୁ କିଛି ଦିନ ତଳେ ଏସ ଏସ ବିର ଜଣେ ବରିଷ୍ଠ ଡାକ୍ତର ପ୍ରକାଶ କରିଛନ୍ତି ଗର୍ଭବତୀ ମହିଳା ଏବଂ ପିଲାଙ୍କୁ କ୍ଷୀର ଦେଉଥିବା ମହିଳା ଟୀକା ନେଇ ପାରିବେ ନାହିଁ ।
ଆମେ ଆପଣଙ୍କ ପାଇଁ ଏହି ଭଳି ରୋଚକ ପୋଷ୍ଟ,ଭକ୍ତି ତଥ୍ୟ ଖବର ସଦା ସର୍ବଦା ନେଇ ଆସିଥାଉ। ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଲାଇକ ଏବଂ ସେୟାର୍ କରନ୍ତୁ।ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ ।