Monday, June 05, 2023
pada

ପାଦରେ କାହିଁକି ସୁନା ପିନ୍ଧିବା ମନା।

FACT

ବନ୍ଧୁଗଣ ହିନ୍ଦୁ ଧର୍ମରେ ପ୍ରଚଳିତ ବହୁ ବିଧି ମଧ୍ୟରୁ ଗୋଟିଏ ହେଉଛି, ମହିଳାମାନେ ପାଦରେ ସୁନା ଅଳଙ୍କାର ପିନ୍ଧିବା ଉଚିତ୍‌ ନୁହେଁ। ତେବେ କାହିଁକି ରହିଛି ଏପରି ବିଧି ଆସନ୍ତୁ ଜାଣିବା, ଏହା ପଛର କାରଣ।ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ, ସୁନା ଭାଗବାନ୍‌ ବିଷ୍ଣୁଙ୍କର ବହୁତ ପ୍ରିୟ। କୁହାଯାଏ, ଭକ୍ତ ସୁନା ଗହଣା ଧାରଣ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥା’ନ୍ତି। କିନ୍ତୁ ବିଧି ଅନୁଯାୟୀ, ସୁନା ଗହଣା ଶରୀରର ନାଭି ତଳକୁ ଧାରଣ କରିବା ଉଚିତ୍‌ ନୁହେଁ।

ଏମିତି କଲେ ଭଗବାନ୍‌ ବିଷ୍ଣୁ ଅପମାନ୍‌ ହୁଅନ୍ତି ବୋଲି ବିଶ୍ୱାସ ରହିଛି।ଏ ସମ୍ପର୍କରେ ଆଉ ଏକ ବିଶ୍ୱାସ ବି ରହିଛି। ହଳଦିଆ ରଙ୍ଗ ମା’ ଲକ୍ଷ୍ମୀଙ୍କର ଖୁବ୍‌ ପ୍ରିୟ। ସୁନାର ରଙ୍ଗ ହଳଦିଆ ହୋଇଥିବାରୁ ଏହା ମଧ୍ୟ ମା’ ଲକ୍ଷ୍ମୀଙ୍କର ପ୍ରିୟ। ଏହା ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ କୃପାରୁ ମଣିଷ ଜୀବନରେ ଧନ ପ୍ରାପ୍ତି ହେଉଥିବାର ବିଶ୍ୱାସ ରହିଛି। ତେଣୁ ମା’ ଲକ୍ଷ୍ମୀଙ୍କ ସମ୍ମାନାର୍ଥେ ସୁନା ଗହଣା ନାଭି ତଳକୁ ବା ପାଦରେ ପିନ୍ଧିବା କଥା ନୁହେଁ।

ଏହା ସହ ଏପରି ବି କୁହାଯାଏ, ପାଦରେ ଚାନ୍ଦିର ଗହଣା ପିନ୍ଧିବା ଶୁଭଦାୟକ। ଚାନ୍ଦିରୁ ଶରୀରକୁ ଶୀତଳତା ମିଳିଥାଏ। ଏହି ଶୀତଳତା ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ଦେବାରେ ସହାୟକ ହୋଇଥାଏ। ପାଦରେ ଚାନ୍ଦିର ଗହଣା ଅବା ପାଉଁଜି ପିନ୍ଧିଲେ, କଥା କଥାରେ ଆସୁଥିବା କ୍ରୋଧ ମଧ୍ୟ ଦୂର ହୋଇଥାଏ।ଏ ସବୁ ବ୍ୟତୀତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚାନ୍ଦି ଗହଣା ପାଦରେ ଧାରଣ କରିବା ଦ୍ୱାରା ଜାତକରେ ଚନ୍ଦ୍ରମା ମଜବୁତ୍‌ ହୁଅନ୍ତି। ଏହା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖ ଭରିଯାଏ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *