ହିନ୍ଦୁ ଶାସ୍ତ୍ରରେ କୁହା ଯାଇଛି ଯେ ସକାଳେ ସନ୍ଧ୍ୟାରେ ତୁଳସୀ ପୂଜା କରିବା ଦ୍ୱାରା ମଣିଷକୁ ଶୁଭ ଫଳ ମିଳିଥାଏ । ହିନ୍ଦୁ ଧର୍ମରେ ମଧ୍ୟ କୁହା ଯାଇଛି ଯେ ତୁଳସୀ ମାତାଙ୍କୁ ସଠିକ ଉପାୟ ରେ ପୁଜା କଲେ ଆପଣଙ୍କୁ ଜିବନ ସବୁ ସୁଖ ମିଳିଥାଏ କିନ୍ତୁ ଭୁଲ ଭାବରେ ପୁଜା କଲେ ଆପଣଙ୍କ ଜୀବନ ନର୍କ ହୋଇଥାଏ ।
ଶାସ୍ତ୍ର ଅନୁଯାଇ ଯେଉଁ ଘରେ ତୁଳସୀ ଗଛ ଉତ୍ତର ବା ପୂର୍ବ ବା ଉତ୍ତର ପୂର୍ବ କଣ ରେ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଓ ସେହି ଘର ଲୋକଙ୍କ ଉପରେ କିଛି ବି ଅସୁବିଧା ଆସି ନଥାଏ । ମାତା ତୁଳସୀ ପୁଜା ସମସ୍ତଙ୍କ ଘରେ ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ମଥା ଉପରେ ରହିବ ।
ତେବେ ଯାହା ଘରେ ତୁଳସୀ ଗଛ ପଶ୍ଚିମ ବା ଦକ୍ଷିଣ ଦିଗରେ ରହିଥାଏ ତାଙ୍କ ଘରେ ସବୁବେଳେ କଳି ଝଗଡା ଲାଗି ରହିଥାଏ ।ସେଥିପାଇଁ କେବେ ଭୁଲରେ ବି ତୁଳସୀ ଗଛକୁ ଭୁଲ ଦିଗରେ ରଖନ୍ତୁ ନାହିଁ ଆପଣଙ୍କ ଘର ସଂସାର ବୁଡ଼ିଯିବ । ଯଦି ଆପଣଙ୍କ ଜୀବନରେ ବହୁତ୍ ଅସୁବିଧା ଚାଲିଥାଏ ତେବେ ଆପଣଙ୍କୁ ପ୍ରତିଦିନ ତୁଳସୀ ପରିକ୍ରମା କରିବା ଉଚିତ୍ ଅଟେ ଏହା ଛଡ଼ା ପ୍ରତିଦିନ ତୁଳସୀ ଗଛ ମୂଳରେ ପାଣି ଦବା ଆବଶ୍ୟକ ଅଟେ । ଆପଣଙ୍କୁ ଯଦି କିଛି ବଡ ସମସ୍ୟା ଅଛି ତେବେ ଆପଣଙ୍କୁ ତୁଳସୀ ଗଛରେ ଜଳ ଦେବା ପରେ ୧୦୮ ଥର ପରିକ୍ରମା କରିବା ଉଚିତ୍ ।
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l