Thursday, September 23, 2021
black

ବ୍ଲାକ ଫଙ୍ଗସ କଣ ଅଟେ ଏବଂ ଏଥିରୁ କେମିତି ବଞ୍ଚିବେ।

HEALTH

ବ୍ଲାକ ଫଙ୍ଗସ ଏକ ସାଧାରଣ ଫଙ୍ଗାଲ୍ ସଂକ୍ରମଣ ଯାହାକି ଏବେ କୋଭିଡ଼ ୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଲକ୍ଷ୍ୟ କରାଯାଉଛି । ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ କରାଯାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ, ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିବ । ଏହାର ଅର୍ଥ ହେଲା କୋଭିଡ଼ ୧୯ଭଳି ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମିତ ହେବନାହିଁ ।

black

ଏଭଳି ସଂକ୍ରମଣର ମାତ୍ରା ବୃଦ୍ଧି ସଂପର୍କରେ ମତ ରଖି ଡାକ୍ତର ଗୁଲେରିଆ କହିଲେ, ‘କ୍ୟାନଡିଡା ଫଙ୍ଗାଲ୍ ସଂକ୍ରମଣରେ ମୁହଁରେ, ପାଟି ଭିତର କ୍ୟାଭିଟିରେ ଓ ଜିଭରେ ଧଳା ଧଳା ପ୍ୟାଚ୍ ଦେଖାଯାଇଥାଏ । ଏହା ମଧ୍ୟ ଗୁପ୍ତାଙ୍ଗକୁ ସଂକ୍ରମିତ କରିପାରେ ଏବଂ ରକ୍ତକୁ ସୁଦ୍ଧା ଏହା ସଂକ୍ରମିତ କରିଥାଏ ।ସେପରି ସ୍ଥଳେ ଏହା ଗୁରୁତର ଆକାର ଧାରଣ କରିଥାଏ। ଆସ୍ପେରଜିଲୋସିସ୍ ଯାହାକି ଏତେ ସାଧାରଣ ଭାବେ ପରିଲକ୍ଷିତ ହୁଏନାହିଁ, ତାହା ଫୁସଫୁସକୁ ସଂକ୍ରମିତ କରିଥାଏ ଏବଂ ତାହା ଫୁସଫୁସରେ କ୍ୟାଭିଟ ସୃଷ୍ଟି କରିଥାଏ ।

କୋଭିଡ଼ ୧୯ କ୍ଷେତ୍ରରେ ଯାହା ପରିଲକ୍ଷିତ ହେଉଛି ତାହା ଅଧିକତର ମ୍ୟୁକୋରମାଇକୋସିସ୍ କ୍ୱଚିତ୍ କ୍ଷେତ୍ରରେ ଆସ୍ପେରଜିଲୋସିସ୍ ଦେଖାଯାଉଛି ଏବଂ କିଛି ଲୋକଙ୍କ ଠାରେ କ୍ୟାନଡିଡା ପରିଲକ୍ଷିତ ହେଉଛି ।ଏହି ରୋଗ ପାଇଁ କେତେକ ଚେତାବନୀ ସଂକେତ ହେଲା ରୋଗୀଙ୍କ ଠାରେ ମୁଣ୍ଡବିନ୍ଧା |

blackk

ନାକରେ ମଇଳା ଜମିବା କିମ୍ବା ସେଥିରୁ ରକ୍ତ ପଡ଼ିବା, ଆଖି ପତା ତଳ ଫୁଲିବା, ମୁହଁର ସମ୍ବେଦନଶକ୍ତି କମିଯିବା ଭଳି ଲକ୍ଷଣ ଦେଖାଦେଲେ ଏବଂ ସେମାନେ ହାଇ ରିସ୍କଯୁକ୍ତ ରୋଗୀ ହୋଇଥିଲେ କିମ୍ବା ସେମାନେ ଯଦି ଷ୍ଟେରଏଡ଼ ନେଉଥାନ୍ତି, ତେବେ ସେମାନେ ତାହା ଡାକ୍ତରଙ୍କୁ ତୁରନ୍ତ ଜଣାନ୍ତୁ ଯଦ୍ୱାରା ଯଥାଶୀଘ୍ର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା ଆରମ୍ଭ ହୋଇପାରିବ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *