good

ଭଲ କର୍ମ କରୁଥିବା ଲୋକଙ୍କୁ ଖରାପ ଫଳ କଣ ପାଇଁ ମିଳିଥାଏ ?

Uncategorized

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଲ କାମ କରୁଥିଵା ଲୋକଙ୍କୁ ଖରାପ ଫଳ କଣ ପାଇଁ ମିଳିଥାଏ ଓ ଖରାପ ଲୋକମାନଙ୍କୁ ଭଲ ଫଳ କାହିଁକି ମିଳିଥାଏ , ଏହି ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନରେ ଆସିଥାଏ ଭଗବାନ ଆମର ସାଥ କ’ଣ ପାଇଁ ଦେଇଥାନ୍ତି | ଆମର ପ୍ରାର୍ଥନା ଆମର ବିନତୀ କ’ଣ ପାଇଁ ଶୁଣୁନାହାନ୍ତି | ଏହି ପ୍ରଶ୍ନ ମାନଙ୍କ ଉତ୍ତର ଭାଗବତ ଗୀତାରେ ଲେଖାଯାଇଛି |

ପ୍ରସଂଗ ଅନୁସାରେ ଗୋଟିଏ ଗୋପାଳ ଭଗବାନଙ୍କ ଵହୁତ ସେବା କରୁଥିଲା | ସେ ସବୁଦିନ ନିୟମରେ ସ୍ଵଚ୍ଛ ହୋଇ ମନ୍ଦିରରେ ସ୍ଵଚ୍ଛ ମନରେ ପୂଜା କରୁଥିଲା ଗୋଟିଏ ଦିନ ତାର ଭକ୍ତିରେ ଖୁସି ହୋଇ ଭଗବାନ ତାକୁ ଦର୍ଶନ ଦେଲେ | ପ୍ରଭୁଙ୍କୁ ସାମ୍ନାରେ ଦେଖି ସେହି ଗୋପାଳ ଆଖିରୁ ଲୁହ ବାହାରିବାକୁ ଲାଗିଲା | ସେ କହିଲା ହେ ପ୍ରଭୁ ମୁଁ କେତେ ବର୍ଷ ହେଲା ଏହି ଦିନକୁ ଅପେକ୍ଷା କରିଥିଲି | ସେ କହିଲା ପ୍ରଭୁ ଆପଣ ଏହି ମୂର୍ତ୍ତି ପରି ଠିଆ ହୋଇ ଆପଣ ବହୁତ ଥକିଯାଇଥିଵେ ତେଣୁ ମୁଁ ଆପଣଙ୍କ ପାଇଁ କିଛି କରିବାକୁ ଚାହୁଁଛି |

ତାହା ଶୁଣି ଭଗବାନ କହିଲେ ତୁ ମୋର କିପରି ସାହାଯ୍ୟ କରିପାରିବୁ ତେବେ ଭକ୍ତ କହିଲା ମୁଁ ଆପଣଙ୍କ ଜାଗାରେ ଦିନେ ଠିଆ ହୋଇ ରହିବି ବୋଲି କହିଲା | ଏବଂ ଆପଣ ମୋ ରୂପ ଧାରଣ କରି ଏହି ନଗରରେ ରହିବେ | ଏହା ଶୁଣନ୍ତି ଭଗବାନ ତାର ପ୍ରାର୍ଥନା ସ୍ଵୀକାର କଲେ  କିନ୍ତୁ ଭଗବାନ ସେ ଭକ୍ତ ସାମ୍ନାରେ ଗୋଟିଏ ସର୍ତ୍ତ ରଖିଲେ | ଯେ ତୋ ପାଖକୁ କେତେ ଲୋକ ଆସିବେ ଓ କେତେ ଲୋକ ପ୍ରାର୍ଥନା କରିବେ କିନ୍ତୁ ତୁମେ କାହା କଥା ଶୁଣିବେ ନାହି |

ଏହା ମାନି ଶୀଳା ହୋଇ ଭଗବାନଙ୍କ ଆଗରେ ଠିଆ ହୋଇଗଲେ | ସର୍ଵେ ପ୍ରଥମେ ମନ୍ଦିରକୁ ଜଣେ ବ୍ୟାପାରି ଆସିଲା ଏବଂ ପ୍ରାର୍ଥନା କଲା ଯେ ମୋ ବ୍ୟାପାରକୁ ବହୁତ ଜଲଦି ଲାଭ ହେଉ | ଯେମିତି ବ୍ୟାପରି ନିଜ ଘରକୁ ଯିବା ମାତ୍ରେ ଧନର ପୁଟୁଳି ଘରେ ପଡ଼ିଗଲା | ସେହି କଥାକୁ ସେ ଜାଣିପାରିଲା ନାହିଁ ଏବଂ ସେ ଚାଲିଗଲା | ସର୍ତ ଅନୁସାରେ ସେ ଗୋପାଳ ଚୁପ୍ ରହିଲା | ସେତେବେଳେ ଏକ ଗରିବ ଲୋକ ଆସିଲା ଏବଂ ସେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା ଯେ ମୋ ଘରେ କିଛି ଖାଇବାକୁ ନାହିଁ ତା’ପରେ ତା’ର ନଜର ସେ ପୁଟୁଳି ଉପରେ ପଡ଼ିଲା ଓ ଭଗବାନଙ୍କୁ ଧନ୍ୟବାଦ ଦେଇ ସେ ପୁଟୁଳି ନେଇ ଚାଲିଗଲା

krishna

ତାପରେ ଏକ ନାଉରୀ ଆସି ପହଁଚିଲେ ସେ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କଲା ସେହି ସମୟରେ ବ୍ୟାପାରି ତା ସୈନିକ ସହ ପହଁଚିଲା ସେ କହିବାକୁ ଲାଗିଲା ଯେ ନାଉରୀ ମୋ ପରେ ଆସିଥିବାରୁ ସେହି ମୋ ପୁଟୁଳି ଚୋରି କରିଛି ତା ପରେ ଏହା ଦେଖି ଗୋପାଳ କହିଲା ଯେ ପୁଟୁଳି ଗରିବ ଲୋକ ନେଇଛି ତାପରେ ସନ୍ଧ୍ୟାରେ ଭଗବାନ ଆସି ସବୁ ଜାଣି ପାରି କହିଲେ ଯେ ତୁମେ କିଛି ଠିକ୍ କଲ୍ ନାହିଁ | ଯଦି ସେ ପୁଟୁଳି ଗରିବ ଘରେ ଥାନ୍ତା ତେବେ ସେ ତା ପରିବାର ସହ ଖୁସି ରହିଥାନ୍ତା ଓ ସେ ନାଉରୀ ର ଜୀବନ କାରାଦଣ୍ଡ ରେ ରହି ଆସୁଥିବା ବନ୍ୟା ପାଖରୁ ବଞ୍ଚିତ ହୋଇଥାନ୍ତା ତେଵେ ଗୋପାଳ ଏହି କଥା ଵୁଝିପାରିଥିଲା

ସେ ଜାଣିପାରିଲା ଯେ ଭଗବାନ କାହିକି ଭଲ ସହ ଭଲ ଓ ଖରାପ ସହ ଖରାପ କରନ୍ତି , ଏତିକି କହି ବିଦାୟ ନେଉଛୁ । ଜୟ ଜଗନ୍ନାଥ !ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *