antaa

ଅଣ୍ଟା ସୁତା ମହିଳା ମାନେ ପିନ୍ଧିଲେ ଶରୀରରେ କଣ ଲାଭ ମିଳେ !

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆପଣମାନେ ଜାଣିବେ ମହିଳା ମାନେ ଅଣ୍ଟା ସୂତା ପିନ୍ଧିଲେ ଶରୀରରେ ମିଳୁଥିବା ଲାଭ । ଭାରତୀୟ ମହିଳା ମାନେ ସବୁଠାରୁ ଅଧିକ ଗହଣା ପ୍ରିୟ ହୋଇଥାନ୍ତି ।

ଶରୀରର ବିଭିନ୍ନ ଅଙ୍ଗ ପାଇଁ ବିଭିନ୍ନ ପ୍ରକାରର ଗହଣା ପିନ୍ଧିଥାନ୍ତି । ଏହି ଯେମିତି ଅଣ୍ଟା ସୂତା ଧରି ନିଅନ୍ତୁ ଯାହାକି ଭାରତୀୟ ପରମ୍ପରା ସଂସ୍କୃତି ରେ ସାମିଲ ରହିଛି ଠିକ୍ ଯେପରି ରୂପା ଓ ସୁନା ରେ ତିଆରି ହୋଇଥାଏ ଅଣ୍ଟା ସୂତା । ଅଣ୍ଟାରେ ଶାଢ଼ୀ ର ଉପର ଭାଗରେ ଗୌଡିଇ ହୋଇ ରହିଥାଏ ଅଣ୍ଟା ସୂତା । ଅଣ୍ଟା ସୂତା ପ୍ରତ୍ୟେକ ନାରୀ ଶରୀରକୁ ଯେତିକି ସୁନ୍ଦର ସେତିକି ଆକର୍ଷଣୀୟ ମଧ୍ୟ ହୋଇଥାଏ । ବିବାହ ବେଳେ ନବ ବଧୁମାନେ ବିଭିନ୍ନ ଡିଜାଇନର ଅଣ୍ଟା ସୂତା ଅଣ୍ଟାରେ ପିନ୍ଧିଥିବା ଦେଖି ବାକୁ ମିଳିଥାଏ ।

ଅଣ୍ଟା ସୂତା ର କିଛି ସ୍ଵାସ୍ଥ୍ୟ ଗତ ବିଶେଷତ୍ବ ରହିଛି ‌। ଅଣ୍ଟା ଉପରକୁ ତଳିପେଟ ଉପରେ ଧାତୁ ତିଆରି ଏକ ଆଭୂଷଣ ରହିଥିବାରୁ ମହିଳା ମାନଙ୍କ ତଳିପେଟରେ ଚର୍ବି ଜମିପାରେ ନାହିଁ ‌। ଅଣ୍ଟା ସୂତା ଶରୀରର ମୋଟାପଣକୁ ମଧ୍ୟ ଜଣାପକାଇଥାଏ । ଯେପରି ଶରୀର ପତଳା ହେବା ସହ ଅଣ୍ଟା ଭାଗରୁ ମେଦ ହ୍ରାସ ହେଲେ ଅଣ୍ଟା ସୂତା ଖସିଆସେ ଓ ଶରୀର ମୋଟା ହେବା ସହ ଅଣ୍ଟା ଭାଗରେ ମେଦ ବଢ଼ିଲେ ଅଣ୍ଟା ସୂତା ଭିଡିହୋଇଯାଏ । ଭାରତୀୟ ମହିଳା ମାନଙ୍କ ମୂର୍ତ୍ତି ରେ ବା ଫୋଟରେ ଅଣ୍ଟା ସୂତା ପିନ୍ଧିଥିବାର ଦେଖାଯାଏ ।

girl

ମନ୍ଦିର ରେ ଖୌଦିତ ନାରିମାନଙ୍କ ଅଣ୍ଟା ରେ ମଧ୍ୟ ଅଣ୍ଟା ସୂତା ଥାଏ , ଏଣୁ ଏହା ବହୁତ ପୁରାତନ ବୋଲି ଜଣାଯାଏ । ଆଫ୍ରିକାର ମହିଳା ମାନେ ମାଳିରେ ତିଆରି ଥିବା ଅଣ୍ଟା ସୂତା ପିନ୍ଧିଥାନ୍ତି , ୧୫୮୭ ରୁ ଅଣ୍ଟା ସୂତା ବ୍ୟବହାର କରିଆସୁଥିବା ଇତିହାସ ରରୁ ଜଣାଯାଏ , ଯେ ଏଠାରେ ଅଣ୍ଟସୂତାକୁ ଜାତୀୟ ପ୍ରତୀକ ଭାବେ ଗ୍ରହଣ କରାଯାଉଥିବା ବେଳେ ପୌସାକ ଭିତରେ ଏହା ରଖିଲେ ଏହା ସ୍ବାମୀ ପ୍ରତି ଆଗ୍ରହୀ ବୋଲି ସୂଚେଇଥାଏ ଓ ସ୍ବିମୀ ମଧ୍ୟ ଆଗ୍ରହୀ ହୋଇଥାନ୍ତି । ଅଣ୍ଟା ସୂତା ପିନ୍ଧିବା ଦ୍ଵାରା ଶରିରେ ଏହି ସବୁ ଲାଭ ମିଳିଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ । like କରିବାକୁ ଜମାରୁବି ଭୁଲିବେନି |

Leave a Reply

Your email address will not be published. Required fields are marked *