ବନ୍ଧୁଗଣ ପିଜୁଳି କେବଳ ଏକ ଫଳ ନୁହେଁ ଏହାର ସେବନ ଦ୍ଵାରା ଆପଣଙ୍କ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ବି ଦୂର ହୋଇଥାଏ । ପିଜୁଳିରେ ଭିଟାମିନ A, C, ପୋଟାସିୟମ ଓ ଫାଇବାର ମାତ୍ରା ପ୍ରଚୁର ପରିମାଣରେ ଅଛି । ପିଜୁଳି ଆମର ପେଟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ସମସ୍ୟାକୁ ବି ଦୂର କରିଥାଏ ।କହିବାକୁ ଗଲେ ଗରିବ ଲୋକମାନଙ୍କ ପାଇଁ ଆପେଳ ହେଉଛି ପିଜୁଳି । କାରଣ ପିଜୁଳିରେ ଆପେଳରେ ଥିବା ଭିଟାମିନ ଥାଏ ।
ଏମିତିରେ ଭାରତର ଜଳବାୟୁ ପିଜୁଳି ଉତ୍ପାଦନ ପାଇଁ ଉଚିତ ଅଟେ । କେବଳ ପିଜୁଳି ନୁହେଁ ଏହାର ପତ୍ରରେ ବି ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ଅଛି ।ପିଜୁଳି ଗଛର ପତ୍ର, ଫଳ ଛାଲିକୁ ଆପଣମାନେ ବ୍ୟବହାର କରି ପାରିବେ । ଯଦି ଆପଣ ନିୟମିତ ରୂପରେ ପିଜୁଳିର ସେବନ କରୁଛନ୍ତି ତେବେ ଆପଣ କ୍ୟାନ୍ସର ଭଳି ରୋଗରୁ ବଞ୍ଚି ପାରିବେ ।
ଏହା ଛଡା ପିଜୁଳିର ସେବନ ଦ୍ଵାରା ଆପଣଙ୍କ ରକ୍ତହୀନତା ରୋଗ ବି ଦୂର ହୋଇଯିବ । ପିଜୁଲର ପତ୍ରର ରସ କିମ୍ବା ପିଜୁଳି ପତ୍ର ଦ୍ଵାରା ତିଆରି ଚା ପିଇବା ଦ୍ଵାରା ଏହା ଆମର ତ୍ଵଚା, ସ୍ୱାସ୍ଥ୍ୟ ଓ କେସ ପାଇଁ ଲାଭକାରୀ ହୋଇଥାଏ ।ଯଦି ଆପଣ ପିଜୁଳିର ଗହକ୍ର ପତ୍ରକୁ ଶୁଖାଇ ତାହାର ଗୁଣ୍ଡ କରି ତାକୁ ଗରମ କ୍ଷୀର ସହ ସେବନ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଭଲ ନିଦ ଆସିବ ।ଯଦି ଛୋଟ ପିଲାମାନଙ୍କର କିମ୍ବା ବୟସ୍କ ଲୋକମାନଙ୍କର କିଛି ଦିନ ପର୍ଯ୍ୟନ୍ତ ଥଣ୍ଡା କାସ ରହୁଛି ତେବେ ଆପଣ ସେମାନଙ୍କୁ ପିଜୁଳି ଖାଇବାକୁ ଦିଅନ୍ତୁ ।