rajaa

ରଜ ସଂକ୍ରାନ୍ତି ରେ ଝିଅ ଏବଂ ମହିଳା ମାନେ କରନ୍ତୁ ନାହିଁ ଏହି ୫ ଟି କାର୍ଯ୍ୟ ।

ODISHA

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ୧୨ ମାସ ରେ ତେର ପର୍ବ। ପାଳନ କରା ଯାଇଥାଏ ।ସେହି ସବୁ ପର୍ବ ମଧ୍ୟରୁ ରଜ ଏକ ପ୍ରମୁଖ ପର୍ବ ଅଟେ । ତେବେ ବନ୍ଧୁଗଣ ଏହି ରଜ ରେ କଣ କରିବ ଏବଂ କଣ ନ କରିବା ଉଚିତ୍। ଏହି ବିଷୟରେ ଆଜି ଆମେ ମାନେ ଆଜି ଆପଣ ମାନଙ୍କୁ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟରେ ।

ମିଥୁନ ସଂକ୍ରନ୍ତି ର ଏହି ୩ ଦିନ ର ପର୍ବ କୁ ରଜ ବୋଲି କୁହା ଯାଇଥାଏ । ତେବେ ପ୍ରଥମ ଦିନ କୁ ପହିଲି ରଜ ,ଦ୍ଵିତୀୟ ଦିନ କୁ ମିଥୁନ ସଂକ୍ରାନ୍ତି ଏବଂ ତୃତୀୟ ଦିନ କୁ ଭୂମି ଦହନ ବୋଲି କୁହାଯାଏ ,ଏହାର ପର ଦିନ କୁ ବସୁମତୀ ସ୍ନାନ ବୋଲି କୁହାଯାଇଥାଏ ।

ବନ୍ଧୁଗଣ ପୌରାଣିକ କଥା ଅନୁସାରେ ରଜ ଶବ୍ଦ ଟି “ରଜ ସ୍ଵଳା” ଶବ୍ଦ ରୁ ଆସି ଅଛି । ଯାହାର ଅର୍ଥ ହେଉଛି ମହିଳା ମାନଙ୍କର ମାସିକ ଧର୍ମ ଏବଂ ରଜ । ଏହା କୁହାଯାଏ କି ବିଷ୍ଣୁ ଙ୍କ ର ପତ୍ନୀ ବସୁଧା ମାତା ଏହି ତିନି ଦିନ କୁ ନିଜର ମାସିକ ଧର୍ମ ଭାବରେ ପଲନ କରନ୍ତି । ଏହାର ଚତୁର୍ଥ ଦିନ ବସୁମତୀ ମାତା ଙ୍କ ସ୍ନାନ ହୋଇଥାଏ । ଏହି ୩ ଦିନ ମହିଳା ମାନେ କୌଣସି ପ୍ରକାରେ କାର୍ଯ୍ୟ ନ କରି ନିଜକୁ ସଜ୍ଜିତ କରି ସୁନ୍ଦର ସ୍ବାମୀ ର ଅପେକ୍ଷା ରେ ଅପେକ୍ଷାକୃତ୍ ଜଣାଇ ଥାନ୍ତି । ଏହା ସହିତ ଏହି ରଜ ମଧ୍ୟରେ କିଛି ଏପରି କାର୍ଯ୍ୟ ରହିଛି ଯାହାକୁ କି କରିବା ପାଇଁ ମହିଳା ମାନଙ୍କୁ ବାରଣ କରାଯାଇଥାଏ ।

ଯେମିତିକି ପହିଲି ରଜ ଦିନ ଝିଅ ମାନେ ଗାଧୋଇ ସାରି ନିଜକୁ ସଜିତ କରିବା ପରେ ଅନ୍ୟ ଦୁଇ ଦିନ ରେ ଗାଧୋଇବା କୁ ମନା କରା ଯାଇଥାଏ । ଏହି ସମୟରେ ବସୁଧା ମାତା ଙ୍କର ମାସିକ ଧର୍ମ ପାଳନ କାରଣ ରୁ ଯେ ପର୍ଯ୍ୟନ୍ତ ବସୁଧା ମାତା ସ୍ନାନ କରନ୍ତି ନାହିଁ ସେ ପର୍ଯ୍ୟନ୍ତ ସ୍ନାନ କରିବା ଉଚିତ୍ ନୁହେଁ ବୋଲି କୁହାଯାଇଛି ।

ଦ୍ଵିତୀୟ ରେ ହେଉଛି ଏହି ୩ ଦିନରେ ଝିଅ ମାନେ କୌଣସି କାର୍ଯ୍ୟ ନ କରିବା ସହିତ ରନ୍ଧା ହୋଇଥିବା ଖାଦ୍ୟ କୁ ଗ୍ରହଣ କରିବା ଉଚିତ୍ ନୁହେଁ । ପୌରାଣିକ ମତ ଅନୁସାରେ ଯେ ପର୍ଯ୍ୟନ୍ତ ବାସୁଧା ମାତା ଙ୍କର କ୍ଷୁଧା ମେନ୍ତି ନାହିଁ ସେ ପର୍ଯ୍ୟନ୍ତ ରନ୍ଧା ହୋଇ ଥିବା ଖାଦ୍ୟ କୁ ଭୁଲ୍ ରେ ଖାଇବା ଉଚିତ୍ ନୁହେଁ । କେବଳ ପିଠା ପଣା ଏବଂ ଫଳ ର ଆଦି କୁ ଏହି ତିନି ଦିନ ପର୍ଯ୍ୟନ୍ତ ସେବନ କରି ପାରିବେ।।

ତୃତୀୟ ରେ ହେଉଛି ଏହି ତିନି ଦିନ ରେ ଲୁଣ ଖାଇବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଥାଏ । ଚତୁର୍ଥ ହେଉଛି ଏହି ସମୟ ରେ ଭୂମି ଉପରେ ଖାଲି ପାଦ ରେ ଚାଲିବା ଏବଂ ଭୁମି କୁ କଷ୍ଟ ଦେବା ପାଇଁ ବାରଣ କରା ଯାଇଥାଏ । ପଞ୍ଚମ ଟି ହେଉଛି ସଜବାଜ ଦିନ ହଳଦୀ ଲଗାଇ ଗାଧୋଇବା ଦ୍ଵାରା କୁମାରୀ ମାନଙ୍କର ମନ ସ୍କମନା ପୂରଣ ହୋଇଥାଏ । ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହି ଭଳି ରୋଚକ ପୋଷ୍ଟ,ଭକ୍ତି ତଥ୍ୟ ଖବର ସଦା ସର୍ବଦା ନେଇ ଆସିଥାଉ। ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଲାଇକ ଏବଂ ସେୟାର୍ କରନ୍ତୁ।ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ

Leave a Reply

Your email address will not be published. Required fields are marked *