rasi

14 ଜୁଲାଇ 2021ରାଶିଫଳ – ଆଜିଠାରୁ ବଦଳିବାକୁ ଲାଗିବ ଏହି ରାଶିଙ୍କ ଭାଗ୍ୟ ।

RASIPHALA

ମେଷ : ଆଜି ଆପଣ କୌଣସି ଜଣେ ମହତ୍ତ୍ୱପୁର୍ଣ୍ଣ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡି ପାରନ୍ତି । ଧ୍ୟାନ ରଖନ୍ତୁ ଯେପରିକି ସେ ବ୍ୟକ୍ତିଙ୍କ ସାମ୍ନାରେ ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ । ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ । ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଗଭୀର ଚିନ୍ତନଶକ୍ତି ଏବଂ ଆଧ୍ୟାତ୍ମିକତା ଦୁଇଟିରେ ଆପଣଙ୍କ ମନ ବୁଡ଼ି ରହିବ। ନକାରାତ୍ମକ ବିଚାରକୁ ମନରୁ ବାହାର କରନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। କୋର୍ଟ-କଚେରୀର କାର୍ଯ୍ୟ ଆଜି ସମ୍ଭାଳିକରି କରନ୍ତୁ।ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ।

ବୃଷ : ଆଜି କେହି ଜଣେ ଗୁରୁଜନ ଆପଣଙ୍କୁ ଉପଦେଶ ଦେବେ ଯାହାକି ଆପଣଙ୍କ ଜୀବନରେ ବହୁତ କାମ ଆସିବ । ଯଦିଓ ଆପଣ କାହାରି ଉପଦେଶ ଖୋଜୁ ନଥିଲେ ତଥାପି ଆପଣଙ୍କୁ ଲାଭ ଜନକ ଉପଦେଶ ମିଳିଯିବ । ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ହୋଇପାରେ । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି । ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। କାର୍ଯ୍ୟରେ ସଫଳତା ମିଳିବାରରୁ ଆଜି ଆପଣ ଆନନ୍ଦିତ ରହିବେ। ଆପଣଙ୍କ ଯଶ କୀର୍ତ୍ତିରେ ବୃଦ୍ଧି ହେବ। ପରିବାରର ବାତାବରଣ ଅନୁକୂଳ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ଅନୁଭବ କରିବେ। ବ୍ୟାପାର ଏବଂ ଭାଗିଦାରୀରେ ଲାଭ ହେବ।ପ୍ରତିକାର:- ଭୋକିଲା ଲୋକକୁ ନିରାଶ ନକରି ଅନ୍ନଦାନ କରନ୍ତୁ।

ମିଥୁନ : ଯଦି ଆପଣ ସାହାଯ୍ୟ ଚାହୁଁଥାନ୍ତି ତେବେ ଆଜି ନିଶ୍ଚିନ୍ତ ସାହାଯ୍ୟ ମିଳିବ । କେହି ଜଣେ ରାଜନୈତିକ ବ୍ୟକ୍ତି ଆପଣଙ୍କୁ ବିପଦ ସମୟରେ ସାହାଯ୍ୟ କରିବ । ଏହି ସହାୟତା ନେବା ପାଇଁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ । ଆଜି ଆପଣଙ୍କ ଖୁସିର ଠିକଣା ରହିବ ନାହିଁ । ଆଜି ଆପଣଙ୍କ ପରିବାର ଲୋକ କିମ୍ବା ବନ୍ଧୁ ମାନଙ୍କ ସହିତ କୌଣସି ଉତ୍ସବରେ ଯୋଗ ଦେବେ କିମ୍ବା ବାହାରକୁ ବୁଲିବାକୁ ଯିବେ । ଲେଖନୀକାର୍ଯ୍ୟ ଏବଂ ସୃଜନାତ୍ମକ ପ୍ରବୃତ୍ତି ପାଇଁ ଆଜିର ଦିନ ଶୁଭଅଟେ। ବୌଦ୍ଧିକ ଚର୍ଚ୍ଚାରେ ଲାଭ ନେବା ପାଇଁ ମଧ୍ୟ ଆଜି ଆପଣ ଭାବି ପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେବାରେ ଆପଣଙ୍କୁ ସଫଳତା ମିଳିବ। ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ। ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

mithun

କର୍କଟ : ଆଜି ଆପଣ କୌଣସି ଖୁସି ଖବର ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଆଜି ଆପଣଙ୍କୁ ନିଜ ଲୋକଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ । ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । ଏହି ସମୟଟି ଆପଣ ନିଜ ଲୋକଙ୍କ ସହିତ କଟାଇ ପାରନ୍ତି । ସାମାଜିକ ସମାରୋହକୁ ଆପଣ ସର୍ବଦା ମନେରଖିବେ । ଆଜି ଆପଣଙ୍କ ଘରେ ଲୋକମାନଙ୍କ ଗହଳି ଚ଼ହଳି ଲାଗିରହିବ । ବୋଧହୁଏ ସେମାନେ ଆପଣଙ୍କ ଘରେ ରହିପାରନ୍ତି । ତଥାପି ଆପଣଙ୍କ ଦିନଚ଼ର୍ଯ୍ୟାରେ ପରିବର୍ତ୍ତନ ହେବ । ଆଜି ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ। ଆର୍ଥିକ ମାମଲାର ଆୟୋଜନ ହେବ। ବସ୍ତ୍ରାଭୂଷଣ ଏବଂ ସୌନ୍ଧର୍ଯ୍ୟ ଦ୍ରବ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ। ମାତାଙ୍କଠାରୁ ଲାଭ ହେବ। ମଧ୍ୟାହ୍ନ ପରେ ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ। ନୂଆ କାମର ଆରମ୍ଭ ବୁଝି ବିଚାରି କରନ୍ତୁ।ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ସିଂହ : ଆଜି ଆପଣ ସାରାଦିନ ସାଙ୍ଗମାନଙ୍କ ସହିତ କଟାଇବେ ଓ ବହୁତ ମଜା କରିବେ । ଏହି ସମୟରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବା ସହିତ ଆପଣଙ୍କର ନିକଟତର ଲୋକ ଆପଣଙ୍କ ଖୁସିର କାରଣ ହେବେ । ଆଜିର ଦିନ ଆପଣ ବହୁତ ମଜା କରନ୍ତୁ । ଆଜି ଆପଣ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ । ହଠାତ୍ ଆପଣଙ୍କ ବନ୍ଧୁ ଆପଣଙ୍କୁ ସାକ୍ଷାତ କରିବାପାଇଁ ଆପଣଙ୍କ ଘରକୁ ଆସି ପାରନ୍ତି । ତାଙ୍କ ସାଥିରେ ଖୁସି ମଉଜ କରନ୍ତୁ । କିନ୍ତୁ ଆଜି ଆପଣ ନିଜ କାର୍ଯ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଆପଣ ଆନନ୍ଦିତ ଅନୁଭବ କରିବେ। ପରିଜନମାନଙ୍କ ସହିତ ପାରିବାରିକ ପ୍ରଶ୍ନର ଚର୍ଚ୍ଚାର ଆୟୋଜନ ହୋଇପାରେ। ଆଜି ଭାଗ୍ୟବୃଦ୍ଧିର ଯୋଗ ଅଛି। ମହିଳାମାନଙ୍କ ପଛରେ ଧନ ବ୍ୟୟ ହୋଇପାରେ। ଜମି, ବାସଗୃହ, ବାହନ ଆଦିର ସଉଦା ସମ୍ଭାଳି କରି କରନ୍ତୁ।ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ।

କନ୍ୟା : ଆଜି ବହୁତ ଖୁସିରେ ରହିବେ,କାରଣ ଆପଣଙ୍କ ସମସ୍ୟାର ସମାଧାନ ପାଇଛନ୍ତି ବହୁଦିନ ଧରି ଅନେକ ଅସୁବିଧାରେ ସମୁଖୀନ ହୋଇଆସୁଥିଲେ । ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି ,ନିଜର ହୃଦୟ କଥା ଶୁଣନ୍ତୁ ।ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ ।ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚ଼ିତ୍ । ଆଜି ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ଜୀବନରେ ପ୍ରେମ ଏବଂ ଆନନ୍ଦ ବଢ଼ିବ। ସାମାଜରେ ଆପଣଙ୍କୁ ଯଶ-କୀର୍ତ୍ତି ମିଳିବ। ବ୍ୟାପାରରେ ଲାଭ ହେବ। ପର୍ଯ୍ୟଟନର ଆୟୋଜନ ଆପଣ କରିବେ। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି।ପ୍ରତିକାର:- ବୃଦ୍ଧାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ।

kanya

ତୁଳା : ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ । ଆଜି ଆପଣ ଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭ କରିବେ ।ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ । ଆଜି ଆପଣଙ୍କ ମନ ଶାନ୍ତ ରହିବ ଏବଂ ସ୍ଵାସ୍ଥ୍ୟ ଉତ୍ତମ ରହିବ। ପାରିବାରିକ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ। ବ୍ୟାବସାୟରେ ଆପଣଙ୍କୁ ଯଶ ମିଳିବ। ଆପଣଙ୍କ କାର୍ଯ୍ୟ ପ୍ରତ୍ୟେକଙ୍କ ତରଫରୁ ପ୍ରଶଂସା ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ।ପ୍ରତିକାର:- ଗୁଡ଼ ଓ ଗହମ ପିଲାଙ୍କୁ ବାଣ୍ଟନ୍ତୁ।

ବିଚ୍ଛା : ଆପଣଙ୍କର ବନ୍ଧୁ ନିଜର ଥିବା ଦୁଃଖକୁ ଲାଘବ କରିବା ପାଇଁ ନିଜ ଗୁରୁଙ୍କ ଉପଦେଶ ନେବା ଉଚିତ୍ । ଆପଣ ନିଜ ତରଫରୁ ସବୁ କିଛି ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି । ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ । ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ସ୍ଵାସ୍ଥ୍ୟରେ କିଛି ପରିବର୍ତ୍ତନନ ଆସିପାରେ। ଧନର ଅଧିକ ବ୍ୟୟ ହୋଇପାରେ। ସନ୍ତାନର ଭବିଷ୍ୟତର ଚିନ୍ତା ରହିବ। ଆପଣଙ୍କ କାର୍ଯ୍ୟରେ ସଫଳତା ଦୃଷ୍ଟିଗୋଚର ହେବାରରୁ ଆପଣଙ୍କ ମନ ପ୍ରସନ୍ନ ରହିବ। ବ୍ୟାପାରରେ ବାତାବରଣ ଅନୁକୂଳ ରହିବ।ପ୍ରତିକାର:- ଗୁଡ଼ ଆଉ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ଧନୁ : ଯଦି ଆପଣଙ୍କୁ ଆଜି ଅନୁଭବ ହୁଏ ଯେ ଆପଣଙ୍କର ପରିବାରର କାହା ସହିତ କୌଣସି ପ୍ରକାର ସମସ୍ୟା ଅଛି ତେଣୁ ଆପଣ ଏହାକୁ ଆଜି ନଷ୍ଟ କରିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ| ଆଜିର ଦିନ ମନକୁ ଶାନ୍ତ ଏବଂ ପ୍ରଫୁଲ୍ଲିତ ରଖିବା ପାଇଁ ଈଶ୍ଵରଙ୍କର ନାମ ସ୍ମରଣ ଏକମାତ୍ର ଉପାୟଅଟେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅନୈତିକ କୃତ୍ୟ ଏବଂ ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଆର୍ଥିକ ଅସୁବିଧା ହୋଇପାରେ। ଆମୋଦ-ପ୍ରମୋଦ ପଛରେ ଧନ ବ୍ୟୟ ହୋଇପାରେ।ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

dhanu

ମକର : ଆଜି ଆପଣଙ୍କ ସାଙ୍ଗକୁ ଆପଣଙ୍କର ସାହାଯ୍ୟ ଆବସ୍ୟକତା ଅଛି । ଆପଣ ତାଙ୍କୁ ସାହାଯ୍ୟ କରିବା ଉଚ଼ିତ୍ ହେବ । ଯାହା ହେଲେ ମଧ୍ୟ ଆପଣଙ୍କର ସମ୍ପର୍କ ଏମିତି ଅଛି । ବହୁତ ଭାବି ଚ଼ିନ୍ତି କାହାକୁ କୌଣସି ପରାମର୍ଶ ଦିଅନ୍ତୁ । ଆଜି ଆପଣ ନିଜ ଜୀବନ ବିଷୟରେ ଗମ୍ଭୀର ହୋଇଯିବେ । ଆପଣ ସବୁବେଳେ ନିଜକୁ ଅଡ଼ୁଆ ପରିସ୍ଥିତିରେ ଦେଖୁଛନ୍ତି, କିନ୍ତୁ ଆପଣ ଜାଣିପାରୁନାହାନ୍ତି ଆପଣ ଜୀବନରେ କଣ କରିବାକୁ ଚ଼ାହାନ୍ତି । କାହା ସହିତ ଧନ ସମ୍ବନ୍ଧିତ ବ୍ୟବହାର ନ କରିବା ତଥା କୌଣସି ବିବାଦରେ ନ ପଡ଼ିବା ପାଇଁ ଉପଦେଶ। ମନ ଏକାଗ୍ର କରିବାର ପ୍ରୟାସ କରନ୍ତୁ। ଆଜି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟରେ ସୁଧାର ହେବ। ମିତ୍ରମାନଙ୍କର ଉପହାର ଆଦି ମିଳିବ।ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

କୁମ୍ଭ : ଆଜି ଆପଣ ସେମାନଙ୍କ ସହିତ ସମୟ କଟାନ୍ତୁ । ଯେଉଁମାନଙ୍କ ସହିତ ସମୟ କଟାଇବାପାଇଁ ବହୁତ ଦିନରୁ ଅପେକ୍ଷାରତ ,ନିଜ ବନ୍ଧୁମାନଙ୍କୁ ଦେଖାକରନ୍ତୁ କିମ୍ବା ନିଜ ପରିବାରର ଲୋକ ମାନଙ୍କ ସହିତ ସମୟ କଟାନ୍ତୁ । ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ । ଆଜି ଆପଣଙ୍କୁ ମନୋରଞ୍ଜନର ଭରପୂର ସାଧନ ଉପଲବ୍ଧ ହେବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ଆନନ୍ଦର ସମୟ ବିତାଇବେ। ପର୍ଯ୍ୟଟନର ମଧ୍ୟ ସମ୍ଭାବନା ଅଛି। ମଧ୍ୟାହ୍ନ ପରେ ଅଧିକ ବିଚାର କାରଣରୁ ମାନସିକ ରୂପରେ ଆପଣ ଅସୁବିଧା ଭୋଗି ପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ରଖିବେ।ପ୍ରତିକାର:- ଗ୍ରାମ ଦେବତୀଙ୍କ ପାଖରେ ବୁନ୍ଦି ଭୋଗ କରି ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ।

ମୀନ :ଆପଣ ହଠାତ୍ ଏମିତି ଜଣେ ବ୍ୟକ୍ତି ସହ ଦେଖାହୋଇପାରନ୍ତି ଯିଏ ଆପଣଙ୍କୁ ବ୍ୟବସାୟିକ କିମ୍ବା ଆପଣଙ୍କର ଜୀବନ ସମ୍ବନ୍ଧୀୟ ଉପଦେଶ ଦେବେ । ନିଜର ଗୁରୁଜନମାନଙ୍କ ପାଖରୁ ଉପଦେଶ ନିଅନ୍ତୁ କାରଣ ସେମାନଙ୍କ ଅନୁଭବ ଆପଣଙ୍କୁ ବହୁତ ଲାଭବାନ କରାଇବ । ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ । ଆଜି ଧାର୍ମିକ ବିଚାର ସହିତ ଧାର୍ମିକ କାର୍ଯ୍ୟ ଉପରେ ମଧ୍ୟ ଖର୍ଚ୍ଚ ହେବ। ଅଧିକ ବାଦ-ବିବାଦରେ ପରିବାରର ବାତାବରଣ ଖରାପ ହୋଇପାରେ। ପରିଜନମାନଙ୍କ ତରଫରୁ ଆପଣଙ୍କୁ ଅସୁବିଧା ହୋଇପାରେ। ମଧ୍ୟାହ୍ନ ପରେ ଆପଣଙ୍କ ମନ ଚିନ୍ତାମୁକ୍ତ ହୋଇପାରେ। ଆଜି ଭାଗ୍ୟବୃଦ୍ଧି ଯୋଗ ଅଛି।ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *