ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,
ବର୍ତ୍ତମାନ ସମୟରେ ଡେରିରେ ଶୋଇବା ଏବଂ ଡେରିରେ ଉଠିବା ଅଧିକାଂଶ ଯୁବପିଢିଙ୍କ ର ଅଭ୍ୟାସ ରେ ପରିଣତ ହୋଇଛି ।ତେବେ ଡେରିରେ ଶୋଇବା ଏବଂ ଡେରିରେ ଉଠିବା ଦ୍ଵାରା ବିଭିନ୍ନ ଶାରୀରିକ ଏବଂ ମାନସିକ ସମସ୍ୟା ଦେଖାଦେଇଥାଏ।ରାତିରେ ଡେରିରେ ଶୋଇବା ଦ୍ବାରା ଏବଂ ନିଦ ପୁରା ନହେବା ବାଳ ଶିଘ୍ର ପାଚିବର ସମ୍ଭାବନା ଥାଏ।ରାତିରେ ଅସମୟରେ ଶୋଇବା ଦ୍ବାରା ନଖ ଦୁର୍ବଳ ହୋଇ ଭାଙ୍ଗି ଯିବାର ସମ୍ଭାବନା ଦେଖା ଦେଇଥାଏ।
ଏହା ପ୍ରାୟ ସମସ୍ତ ଙ୍କୁ ଜଣା ଥାଏ ଯେ ଡେରିରେ ଶୋଇବା ଦ୍ବାରା ନିଦ ଯଦି ପୁରା ନା ହୁଏ ଆଖିତଳ କଳା ପଡ଼ିଯାଇଥାଏ।ନିଦ ଯଦି କମ୍ ହେଉଥାଏ ତେବେ ମୁହଁ ରେ ବ୍ରଣ ଦେଖା ଦେବାର ସମ୍ଭାବନା ରହିଥାଏ । ନିଦ ଯଦି ଠିକ୍ ସେ ନା ହୁଏ ବାଳ ମଧ୍ୟ ଝାଡ଼ିବା ଦେଖାଦେଇଥାଏ । ଶରୀର ଦୁର୍ବଳ ଲାଗୁଥିଲେ ତାହା ଡେରିରେ ଶୋଇବା ଦ୍ବାରା ଏବଂ ନିଦ ଠିକ୍ ସେ ନା ହେବା ଦ୍ଵାରା ହୋଇଥାଏ ।
ବିଭିନ୍ନ ମାନସିକ ସମସ୍ୟା ଦେଖା ଦେଇଥାଏ ଡେରିରେ ଶୋଇବା ଦ୍ବାରା।ରାତିରେ ଅଧିକ ସମୟ ଅନିଦ୍ରା ହେଲେ ଖାଦ୍ୟ ହଜମ ସମସ୍ୟା ଏବଂ ଝାଡା ସଫା ନା ହେବା ସମସ୍ୟା ଦେଖାଦେଇଥାଏ। ଅନିଦ୍ରା ହେବା ଦ୍ବାରା ଦିନ ତମାମ ଅଳସୁଆ ଲାଗିଥାଏ ।ଏବଂ ମନ ଭାରି ଲାଗିଥାଏ ।ଅନିଦ୍ରା ହେବା ଦ୍ବାରା ସ୍ମରଣ ଶକ୍ତି କମିଯାଇଥାଏ ଏବଂ ସହଜରେ କିଛି କଥା ମନେ ପଡ଼ିନଥାଏ।ଦିନରେ ଶୋଇବା ଦ୍ଵାରା ବାତ’ ପିତ୍ତ ଏବଂ କଫ ଅସନ୍ତୁଳ ଦେଖାଦେଇଥାଏ ।
ଯାହା ଶରୀର ପାଇଁ କ୍ଷତି କାରକ ଅଟେ ।ରାତିରେ ଅନିଦ୍ରା ହୋଇ କାର୍ଯ୍ୟ କରିବା ଦ୍ୱାରା ପେଟରେ ଅଲସର ରୋଗ ଦେଖାଦେଇଥାଏ ।ରାତିରେ ଅନିଦ୍ରା ହେବା ଦ୍ବାରା ଚିଡ ଚିଡ଼ା ଏବଂ ଭୋକ ନା ଲାଗିବ ସମାସ୍ୟ ଦେଖା ଦେଇଥାଏ ।ଯେଉଁ ମାନେ ରାତି ୯ରୁ ୧୦ ଟା ଭିତରେ ସୋଇଥାନ୍ତି ଏବଂ। ରାତି ୩ରୁ ୪ଟା ଭିତରେ ଉଠିଥାଆନ୍ତି।ସେମାନଙ୍କର ସର୍ବାଙ୍ଗୀନ ବିକାଶ ହୋଇଥାଏ ।
ଯେଉଁ ମାନେ ସକାଳୁ ସୂର୍ଯ୍ୟ ଉଦୟପରେ ଉଠି ଥାଆନ୍ତି ଯେତେ କ୍ଷମତା ଶିଳ ହେଲେ ମଧ୍ୟ ଲକ୍ଷ୍ମୀ କୃପା ଲାଭ କରିନଥାନ୍ତି।ଶୋଇବା ପୁର୍ବରୁ ୧୦ ମିନିଟ୍ ଧ୍ୟାନ କରି ଶୋଇବା ଉଚିତ୍ ।ଯଦି ଯୋଗ ନିଦ୍ରା ରେ ସୋଇପାରିଲେ ତାହା ମଙ୍ଗଳ ହୋଇଥାଏ ।ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।