unnamed (43)

ବିଛା କାମୁଡ଼ିଲେ କଣ କରିବେ ଜାଣନ୍ତୁ ଘରୋଇ ଉପଚାର।

FACT

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଭୀଷଣ ଗରମ ଦାଉରୁ ଆଶ୍ୱସ୍ତି ପାଇବା ପାଇଁ ମାଟି ତଳେ ଥିବା କ୍ଷତିକାରକ ତଥା ବିଷାକ୍ତ ଜୀବ ବାହାରକୁ ବାହାରିଆସନ୍ତି ଏବଂ ଘର ଭିତରକୁ ପ୍ରବେଶ କରିଥାନ୍ତି । ଉଦାହରଣ ସାପ, କଙ୍କଡାବିଛା, ଚମ୍ପେଇନେଳି ଇତ୍ୟାଦି । ତେବେ ଏହି ସବୁ ବିଷଧର ଜୀବ ଘର ଭିତରକୁ ପସିଗଲେ କେଉଁ ମୁହୂର୍ତ୍ତରେ ଯେ ଜୀବନ ଚାଲିଯିବ ତାହା ଜାଣିପାରିବେ ନାହିଁ । ତେବେ ପୂର୍ବରୁ ଆମେ ଆପଣଙ୍କୁ ସାପ କାମୁଡାରୁ ବଞ୍ଚିବା ପାଇଁ ପ୍ରାଥମିକ ଚିକିତ୍ସା ବିଷୟରେ କହିଥିଲୁ ।

ghghvg

ଆଜି ଆମେ ଆପଣଙ୍କୁ ବିଛା କାମୁଡିଲେ ଏହି ସମସ୍ୟାକୁ କିଭଳି ମୁକାବିଲା କରିବେ ତାହାର ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ।ଯଦି ଆପଣଙ୍କ କେଉଁ ସଂପର୍କୀୟ ବିଛା କାମୁଡାର ଶିକାର ହେଉଛନ୍ତି ତେବେ ପ୍ରଥମେ ଏକ କପଡା ସାହଯ୍ୟରେ ବିଛା ବିନ୍ଧିଥିବା ସ୍ଥାନ ଉପରେ ଟାଇଟରେ ବାନ୍ଧି ନିଅନ୍ତୁ । ଏହାପରେ ଅପାମାର୍ଗ ଚେରର ୨ ରୁ ୩ ଚାମଚ ରସକୁ ଉକ୍ତ ସ୍ଥାନରେ ପକାଇବା ଏବଂ ଉକ୍ତ ବ୍ୟକ୍ତିଙ୍କୁ ପିଇବାକୁ ଦେବା ଦ୍ୱାରା ଜ୍ୱଳନ କମ୍ ହୋଇଥାଏ । ତେବେ ଏହି ପତ୍ର ମିଳିବାରେ ଯଦି କଷ୍ଟ ହୁଏ ତେବେ କିଛି ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଆପଣ ଏହାର ପ୍ରାଥମିକ ଚିକିତ୍ସା କରିପାରିବେ । ତେବେ ଏଥିପାଇଁ ତେନ୍ତୁଳି ମଞ୍ଜି ରାମବାଣ ଭଳି କାମ କରିଥାଏ ।

hjhkjhm

ତେନ୍ତୁଳି ମଞ୍ଜିକୁ ଏକ ଖଦଡିଆ ପଥରରେ ଅଳ୍ପ ପାଣି ମିଶାଇ ରଗଡନ୍ତୁ । ଏଥିରୁ ବାହାରୁଥିବା ଲେପକୁ ବିଛା ବିନ୍ଧିଥିବା ସ୍ଥାନରେ ଲଗାନ୍ତୁ । ଅନ୍ୟ ଏକ ସରଳ ମାର୍ଗ ହେଉଛି ପୋଟାସିୟମ୍ ପରମ୍ୟାଗନେଟ୍ ଏବଂ ଲେମ୍ବୁ ଫୁଲ ସାଇଟ୍ରିକ୍ ଏସିଡ୍ ର ମିଶ୍ରଣ । ଏହି ଦୁଇଟି ପଦାର୍ଥକୁ ଭଲ ଭାବରେ ବାଟି ଅଲଗା ବୋତଲରେ ରଖିଦିଅନ୍ତୁ । ବର୍ତ୍ତମାନ ଯେଉଁସ୍ଥାନରେ ବିଛା ବିନ୍ଧିଛି ସେଠାରେ ଅଳ୍ପ ପୋଟାସିୟମ୍ ପରମ୍ୟାଗନେଟ୍ ପାଉଡର୍ ଏବଂ ଲେମ୍ବୁ ଫୁଲ ସାଇଟ୍ରିକ୍ ଏସିଡ୍ ପାଉଡର୍ ପକାଇ ଅଳ୍ପ ପାଣି ପକାନ୍ତୁ,ଉପସମ ମିଳିବ ।

hvjhv

ବିଛା ବିନ୍ଧିବାର କିଛି ସମୟ ପରେ ସେହି ସ୍ଥାନକୁ ନିଆଁ ସାହାଯ୍ୟରେ ସେକି ନିଅନ୍ତୁ ଏହାଦ୍ୱାରା ଖୁବ୍ ଶୀଘ୍ର ବିନ୍ଧାରୁ ମୁକ୍ତି ମିଳିବ ଏବଂ କିଛି ମାତ୍ରାରେ ବିଷ ମଧ୍ୟ କମିଯିବ । ସନ୍ଧବ ଲୁଣକୁ ଗୁଣ୍ଡ କରି ଏଥିରେ ପିଆଜକୁ ବାଟି ବିନ୍ଧା ସ୍ଥାନରେ ପକାନ୍ତୁ ଖୁବ୍ ଶୀଘ୍ର ଉପସମ ମିଳିବ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *