ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ବନ୍ଧୁଗଣ, ଆଜିଠାରୁ ମାତା ଲକ୍ଷ୍ମୀଙ୍କ କୃପ ଦୃଷ୍ଟି ଏହି ୩ଟି ରାଶି ଉପରେ ପଡ଼ିବାକୁ ଯାଉଛି। ଫଳରେ ଏମାନଙ୍କ ଭାଗ୍ୟର ଉଦୟ ହେବ। ଚଳିତ ସପ୍ତାହ ଏମାନଙ୍କ ପାଇଁ ସୁବର୍ଣ୍ଣସୁଯୋଗ ରହିଛି।ଗ୍ରହ ନକ୍ଷତ୍ର ମାନଙ୍କ ଚଳନର ପ୍ରଭାବ ମନୁଷ୍ୟ ଜୀବନ ଉପରେ ରହିଥାଏ।ଗ୍ରହ ନକ୍ଷେତ୍ର ସଂଯୋଗରୁ ମନୁଷ୍ୟର ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ସବୁ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।
ବୃଷ ରାଶି – ଆଜି ଆପଣଙ୍କ ଲାଗି ଦିନଟି ବହୁତ ଭଲ ରହିବ । ବୁଧଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ଭଲ ରହିବା ସହ ବନ୍ଧୁବର୍ଗଙ୍କ ଆଦରଣୀୟ ହେବେ । ଲକ୍ଷ୍ୟ ହାସଲ ନିମନ୍ତେ ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ନେବେ ।ଅଫିସ୍ କାମରେ ସହକର୍ମୀମାନେ କୌଶଳରେ କାର୍ଯ୍ୟ ହାସଲ କରିନେବେ । ଅନ୍ୟର ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ, ନଚେତ ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯାଇପାରେ । ପରିବହନ କ୍ଷେତ୍ରରେ ସମସ୍ୟା ଦେଖାଦେବା ଯୋଗୁଁ ବ୍ୟସ୍ତତା ବୃଦ୍ଧି ପାଇବ । ପାରିବାରିକ କ୍ଷେତ୍ରରେ ନାନା ସମସ୍ୟା ଥିଲେ ମଧ୍ୟ ଶାନ୍ତ ମନରେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ବାଟ ଖୋଜିବେ ଓ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ ।
କର୍କଟ ରାଶି – ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପୂର୍ବ ପରିକଲ୍ପିତ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍ ଠିକ୍ ହୋଇଯିବ । କିନ୍ତୁ ପରୋକ୍ଷ ଶତ୍ରୁତା ହେତୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଫିସ୍ କାମରେ ଯେସାକୁ ତେସା ନୀତି ଅବଲମ୍ବନ କରି କାମ କରିବେ ସତ କିନ୍ତୁ ଉଚ୍ଚକତୃପକ୍ଷଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି ।ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ସମାଜରେ ପ୍ରଶଂସିତ ହେବେ । ବାକ୍ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ପାରିବାରିିକ ପ୍ରତିରୋଧ ଯୋଗୁଁ ଅଭିଳାଷ ପୂରଣରେ ବାଧା ସୃଷ୍ଟି ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ ।
ବିଛା ରାଶି – ପ୍ରତ୍ୟେକ ସ୍ଥଳରେ ଭାଗ୍ୟର ସହାୟତା ପାଇବେ ଓ ଉନ୍ନତିର ପଥରେ ଅଗ୍ରସର ହେବେ । କେନ୍ଦ୍ରସ୍ଥ ବୁଧ ହେତୁ କୌଶଳ ପ୍ରଗୟା କରି ଅନ୍ୟମାନଙ୍କ ହାତରେ କାର୍ଯ୍ୟ ହାସଲ କରିବେ । ଆପଣଙ୍କୁ ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ବଢିବ ସତ କିନ୍ତୁ କର୍ମକ୍ଷେତ୍ରରେ କୌଣସି କୁପ୍ରଭାବ ପଡିବ ନାହିଁ । ଅଫିସରେ ପରୋକ୍ଷ ଶତ୍ରୁତା କାରଣରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିରେ ପ୍ରତିବନ୍ଧକ ଦେଖାଦେଇପାରେ ।
ସାମାଜିକ ସ୍ତରରେ ସବୁ କାମରେ ଆଗୁଆ ରହି କାମ କରିବା କିନ୍ତୁ ଈର୍ଷାପରାୟଣ ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ । ବନ୍ଧୁମାନେ ସାମୟିକ ସୁଯୋଗ ପାଇ ନିଜର ସ୍ଵାର୍ଥ ସାଧନ କରିବା ଦିଗରେ ଆପଣଙ୍କୁ ଉତ୍ସାହିତ କରିପାରନ୍ତି । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ ।
ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ତଳେ ଆମ ପେଜ୍ କୁ ଲାଇକ କରିଦିଅନ୍ତୁ।ଧନ୍ୟବାଦ।