ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଶନିଙ୍କ ପ୍ରଭାବ ଦ୍ୱାରା ଆଜିଠାରୁ ପ୍ରଭାବିତ ହେବାକୁ ଯାଉଛି ଏହି ୫ଟି ରାଶି। ଏମାନଙ୍କ ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ଆସିପାରେ। ଶନି ଦ୍ୱିତୀୟ ଗୃହରେ ଅବସ୍ଥାନ କରିଥିବାରୁ ଏହାର ଶୁଭ ପ୍ରଭାବ ପଡ଼ିବ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ସମ୍ବନ୍ଧରେ।
ମେଷ ରାଶି -ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା କିମ୍ବା ନୂତନ ବ୍ୟବସାୟର ସୁଯୋଗ ମିଳିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଯେଉଁମାନଙ୍କର କୃତିକା ମେଷ ସେମାନେ ଅଧିକ ଉପକୃତ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ। ମହିଳାମାନେ ଉଦ୍ଯୋଗୀ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୬, ଆରାଧନା- ପ୍ରଭୁ ଶ୍ରୀରାମ।
ମିଥୁନ ରାଶି -କର୍ମରେ ଉନ୍ନତି ଓ କର୍ମ ପ୍ରତି ଅଧିକ ଧ୍ୟାନ ରହିବ। ଆଜି ଯେ କୌଣସି କାମ ହାତକୁ ନେଲେ ସେଥିରେ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ସତ୍କର୍ମ, ସତ୍ଚିନ୍ତା ଓ ସଦ୍ଭାବନା ମନରେ ପ୍ରକାଶ ପାଇବ ଏବଂ ବ୍ୟବସାୟରେ ଆୟ ମଧ୍ୟମ ହେବ। ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ମନୋନିବେଶ କରିବେ। ମହିଳାମାନେ କର୍ମତତ୍ପର ହେବେ। ଶୁଭରଙ୍ଗ-ଚକୋଲେଟ୍, ଶୁଭସଂଖ୍ୟା-୮, ଆରାଧନା-ମା’ ଛିନ୍ନମସ୍ତା।
ମକର ରାଶି – ସ୍ତ୍ରୀସୌଖ୍ୟ, ସ୍ତ୍ରୀହେତୁକ ଧନପ୍ରାପ୍ତି ଓ ସହଧର୍ମିଣୀଙ୍କ ସହ ମଧୁର ସମ୍ପର୍କ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ। ପରିବାରକୁ ଆଜି ଅଧିକ ସମୟ ଦେବେ ଓ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ଲାଭ କରିବେ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ମଉଜ ମସ୍ତିରେ ମନ ଦେବେ । ମହିଳାମାନେ ଆଭୂଷଣ ପ୍ରିୟା ହେବେ। ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ପ୍ରଭୁ ନାରାୟଣ।
କୁମ୍ଭ ରାଶି – କର୍ମରେ ସଫଳତା ଓ ଉନ୍ନତି ପରିଲକ୍ଷିତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ। ନୂତନ ଗୃହ ନିର୍ମାଣ ଓ ଭୂମି କ୍ରୟର ଚିନ୍ତା କରିବେ ଏବଂ ସେଥିପାଇଁ ସମସ୍ତ ଯୋଜନା ଚୂଡ଼ାନ୍ତ କରିବେ। ପରିବାରରେ ହସଖୁସିର ପରିବେଶ ରହିବ ଓ ଭାଇଭଉଣୀଙ୍କ ପ୍ରତି ଶ୍ରଦ୍ଧାଭାବ ଜାଗ୍ରତ ହେବ। ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ। ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦକ୍ଷିଣକାଳୀ।
ମୀନ ରାଶି -ଅଚାନକ ଧନପ୍ରାପ୍ତି ଶ୍ରୀଚନ୍ଦ୍ର ଓ ଗୁରୁବାର ହେତୁ ଧନ, ମାନ, ସମ୍ମାନ, ସୁଖ୍ୟାତି, ଐଶ୍ୱର୍ଯ୍ୟ, ପ୍ରତିପତ୍ତି ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମରେ ସଫଳତା, ସୁନାମ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଯେଉଁମାନଙ୍କର ରେବତୀ ମୀନ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ ସମ୍ମାନିତ ହେବେ। ମହିଳାମାନେ ସୁଖୀ ହେବେ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା- ମା’ ତାରା ।
ତେବେ ବନ୍ଧୁଗଣ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ,ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହିତ ସେୟାର କରନ୍ତୁ ଏବଂ ତଳେ ଆମ ପେଜ୍ କୁ ଲାଇକ କରିଦିଅନ୍ତୁ।ଧନ୍ୟବାଦ।