ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ମାଦଳା ପାଞ୍ଜି ଗଞ୍ଜାମରେ ଅଷ୍ଟାଦଶ ଶତାଦ୍ଦୀର ପଞ୍ଚମ ଦଶକରୁ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଲୋକନାଟକର ପଦଚିହ୍ନ ଥିଲା ଏହି ସମୟକୁ ଗଞ୍ଜାମ ଲୋକନାଟକର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ। ସବୁ ଗାଁରେ ମଠ, ମନ୍ଦିର ଥିଲା ପୂଜାପାର୍ବଣ ଅନୁଷ୍ଠିତ ହେଉଥିଲା ଧର୍ମୀୟ ଉତ୍ସବରେ ଲୋକନାଟ୍ୟ ପରିବେଷିତ ହେଉଥିଲା । ନାଟ୍ୟକଳା ଥିଲା ଳୋକଙ୍କ ଜୀବନ ରାଜନ୍ୟବର୍ଗଙ୍କ ଏଥିପାଇଁ ପ୍ରୋତ୍ସାହନ ଥିଲା ଧନାଢ଼୍ୟ ବ୍ୟକ୍ତିମାନଙ୍କର ନାଟ୍ୟକଳା ପ୍ରତି ଅତ୍ୟନ୍ତ ଶ୍ରଦ୍ଧା, ସମ୍ମାନ ଓ ସମ୍ମୋହନ ଥିଲା ।
ତେଣୁ ଶହ ଶହ ବର୍ଷ ଧରି ଲୋକନାଟ୍ୟ ପରମ୍ପରା ତିଷ୍ଠି ରହିଥିଲା ଲୋକଙ୍କୁ ଏହା ଆନନ୍ଦ ପ୍ରଦାନ କରିବା ସହିତ ଧର୍ମୀୟ ଚେତନାରେ ଉଦ୍ବୁଦ୍ଧ କରୁଥିଲା ଫଳତଃ ଲୋକେ ଶୃଙ୍ଖଳିତ ଜୀବନଯାପନ ପାଇଁ ପ୍ରେରଣା ପାଇବା ସହିତ ସାମାଜିକ ନୀତି, ରୀତି ବିଧି ଓ ପରିଧି ଭିତରେ ସଂସ୍କୃତି ସଂପନ୍ନ ମଣିଷ ଭାବେ ବଞ୍ଚିବା ପାଇଁ ପ୍ରେରଣା ପାଉଥିଲେ। ବନ୍ଧୁଗଣ ରାମାୟଣ ଏକ ଶାଶ୍ୱତ ଅମର କାବ୍ୟ ରାମକଥାକୁ ଭିତ୍ତିକରି ସର୍ବଭାରତୀୟ ସ୍ତରରେ ପଞ୍ଚମ ଶତାବ୍ଦୀ ପୂର୍ବରୁ ସଂସ୍କୃତ ନାଟକମାନ ଅଭିନୀତ ହୋଇଥିବା ସ୍ଥଳେ ଓଡ଼ିଶାରେ ରାମଙ୍କ ଜୀବନ କାହାଣୀକୁ ନେଇ ସଂସ୍କୃତ ଭାଷାରେ ନୃତ୍ୟ,ଗୀତ ମାଧ୍ୟମରେ ଅଭିନୟ ପରମ୍ପରା ନବମ ଶତାବ୍ଦୀରୁ ପ୍ରଚଳିତ । ଓଡ଼ିଆ ଲୀଳାର ପ୍ରଥମ ଲିଖିତ ରୂପ ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ରରାମାୟଣ ବା ବିଶି ରାମଲୀଳାକୁ ଗ୍ରହଣ କରାଯାଇଛି ଏହାର ରଚନା କାଳ ୧୭୦୯ ଏପର୍ଯ୍ୟନ୍ତ ଜ୍ଞାତ ପ୍ରାୟ ଅଧିକାଂଶ ରାମଲୀଳା ଗଞ୍ଜାମ ଜିଲ୍ଲାର କବି ମାନଙ୍କ ଦ୍ୱାରା ହିଁ ରଚିତ। ଏହି ଅଞ୍ଚଳରେ ରାମଭକ୍ତିର ସ୍ରୋତ ନିରବଛିନ୍ନ ଭାବରେ କାହିଁକି ପ୍ରବାହିତ ହୋଇଥିଲା, ତାହା ନିର୍ଣ୍ଣୟ କରିବା ଅଧିକ ଗବେଷଣା ସାପେକ୍ଷ ବୋଲି ଐତିହାସିକ କେଦାରନାଥ ମହାପାତ୍ର ଲେଖିଛନ୍ତି।
ଏହି ଲୀଳାର ସାମାଜିକ ଆବେଦନ, ଆଧ୍ୟାତ୍ମିକ ଚେତନା , ରସାବେଦନ , ସାଙ୍ଗୀତିକ ଆବେଦନ , ବର୍ଣ୍ଣନା ବୈଭବ ଭାଷା ଓ ସଂଳାପ ଶ୍ରୋତା ଓ ଦର୍ଶକ ମାନକୁ ବିମୋହିତ କରୁଥିଲା ଏହି ଲୀଳା ସଂଦର୍ଶନ କରି ଐତିହାସିକ କେଦାରନାଥ ମହାପାତ୍ର , ପଣ୍ଡିତ ବିଧାୟକ ମିଶ୍ର, କବି ଡ଼ଃ ମାୟାଧର ମାନସିଂହ , ପଲ୍ଲୀକବି ନନ୍ଦକିଶୋର ବଳ ପ୍ରମୁଖ ଗଞ୍ଜାମ ରାମଲୀଳାର ଲୀଳାକାର ମାନଙ୍କ ଓ ପ୍ରାୟୋଜିତ କାରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।