rasi

08 ଜୁଲାଇ 2021 ରାଶିଫଳ – ଆଜିଠାରୁ ବଦଳିଯାଇପାରେ ଏହିସବୁ ରାଶିଙ୍କର ଭାଗ୍ୟ ।

RASIPHALA

ମେଷ : ଆଜି ଦିନରେ ପରିବାର ଲୋକମାନଙ୍କ ସହ ଖୁବ୍ ଝଗଡା ହେବାର ସମ୍ଭାବନା ଅଛି । ଏଥିପାଇଁ କଥାବାର୍ତ୍ତା ଆଗରୁ ଖୁବ୍ ସତର୍କ ରହନ୍ତୁ । ହୁଏତ କଥାବାର୍ତ୍ତା କଲାବେଳେ କୌଣସି କାରଣରୁ ଉତ୍ତେଜିତ ହେଇପାରନ୍ତି କିମ୍ବା କ୍ରୋଧାନ୍ନିତ ହେଇପାରନ୍ତି । ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ । ଆଜି ଆପଣ ଅତ୍ୟଧିକ ଭାବନାଶୀଳ ବନିବେ ଏବଂ ତା’ କାରଣରୁ ମାନସିକ ଅସୁସ୍ଥତାର ଅନୁଭବ କରିବେ। ମାତାଙ୍କ ସାଥିରେ ସମ୍ବନ୍ଧ ବିଗିଡ଼ିପାରେ ଅଥବା ମାତାଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଚିନ୍ତା ହେବ। ଯାତ୍ରା ପାଇଁ ବର୍ତ୍ତମାନ ସମୟ ଅନୁକୂଳ ନୁହେଁ ବିବାଦିତ ବିଷୟଗୁଡ଼ିକରୁ ଦୂରରେ ରୁହନ୍ତୁ।ପ୍ରତିକାର:- ଭୋକିଲା ଲୋକକୁ ନିରାଶ ନକରି ଅନ୍ନଦାନ କରନ୍ତୁ।

ବୃଷ : ବୃଥାରେ କୌଣସି କାଥାବାର୍ତ୍ତା କରନ୍ତୁ ନାହିଁ ବରଂ ସମ୍ପର୍କ ସଜବୁତ କରିବା ପାଇଁ ଚେଷ୍ଚା କରନ୍ତୁ । କୌଣସି ବ୍ୟକ୍ତି ସହ କଥାବାର୍ତ୍ତା ବେଳେସମାନ୍ୟ କଟୁ କଥା ନ କହିବା ପାଇଁ ଧ୍ୟାନ ଦିଅନ୍ତୁ । ଆଜି ପୂରା ଦିନ ଆପଣ ଖୁସି ମଜ୍ଜାରେ ମଜ୍ଜି ରହିବେ । ଆଜି ନିଜର ପରିବାର ଓ ବନ୍ଧୁମାନଙ୍କ ସହିତ କିଛି ସମୟ କାଟନ୍ତୁ । ଏଥିଯୋଗୁଁ ଆପଣ ନିଜେ ଖୁସି ହେବା ସହିତ ନିଜ ପରିବାରବର୍ଗଙ୍କୁ ମଧ୍ୟ ଖୁସି ମିଳିବ, ଏହି ଦିନ ଗୁଡ଼ିକରେ ଆପଣଙ୍କ ଜୀବନ ସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ଅଟେ । ଆଜିର ଦିନ ହାରାହାରି ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟ ସାଥି ଦେବ। ବିରୋଧିମାନଙ୍କର ପକ୍ଷ କମଜୋର ହେବ ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ଆପଣଙ୍କ ସାକ୍ଷାତ ହେବ। ଭାଇ-ବନ୍ଧୁମାନଙ୍କର ବ୍ୟବହାର ଆଜି ଅଧିକ ସହଯୋଗପୂର୍ଣ୍ଣ ଏବଂ ପ୍ରେମପୂର୍ଣ୍ଣ ରହିବ।ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

ମିଥୁନ : ଆପଣ ଯେତେବେଳେ ନିଜର ସମ୍ପର୍କିୟ ଲୋକ ସହ ଆଳାପ ଆଲୋଚନା କରୁଛନ୍ତି ନିଜର ଭାଷା ପ୍ରତି ସଂଯତ କରନ୍ତୁ । କିଛି କହିବା ପୂର୍ବରୁ ବିଶେଷ ଧ୍ୟାନ ଦିଅନ୍ତୁ । କେବଳ ଆପଣଙ୍କର ସାବଧାନତା ହିଁ ଆପଣଙ୍କୁ ବିପଦରୁ ଦୂରେଇ ରଖିବେ । ବନ୍ଧୁମାନଙ୍କ ସହ ଆପଣଙ୍କର ଭ୍ରମଣ କରିବାର ଅଛି । ଏହା ଆପଣଙ୍କର ସହର ମଧ୍ୟରେ ଦୀର୍ଘରାସ୍ତା ଭ୍ରମଣ ହୋଇପାରେ । ଯାହା ହେଉ ପଛେ ଏହା ଏକ ସୁନ୍ଦର ସ୍ମରଣୀୟ ଭ୍ରମଣ ହିସାବରେ ଆପଣଙ୍କ ଜୀବନରେ ଛାପ ରହିବ । ପାରିବାରିକ ବାତାବରଣର କାରଣ ଆପଣ ଅସୁବିଧା ଅନୁଭବ କରିପାରନ୍ତି। ନିରର୍ଥକ ଧନ ଖର୍ଚ୍ଚ ହୋଇପାରେ। ବିଳମ୍ବରେ କାର୍ଯ୍ୟ ପୂର୍ଣ୍ଣ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା ଟାଳିବାକୁ ପ୍ରୟାସ କରିବାକୁ ପଡ଼ିବ। ଦୂରରେ ରହୁଥିବା ମିତ୍ର ଏବଂ ସ୍ନେହୀଜନମାନଙ୍କଠାରୁ ଲାଭ ମିଳିପାରେ।ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

mithun

କର୍କଟ : ଆଜି ଆପଣଙ୍କ ପରିବାର ଲୋକମାନଙ୍କ ସହ ସାମାନ୍ୟ ଝଗଡା ହୋଇପାରେ ,ଯେଉଁଥିପାଇଁ ଆପଣଙ୍କ ମନର ଦୁଃଖ ଆସିବ ଆପଣ ହୁଏତ କିଛି ଭଲପାଇଁ ଉଦ୍ଦେଶ୍ୟ ଏ କାମ କରୁଛନ୍ତି । ଆଜି ଆପଣ ଏମିତି କାର୍ଯ୍ୟରେ ମନୋନିବେଶ କରିବେ ଯାହାକି ଆଧ୍ୟାତ୍ମିକ ସମ୍ପର୍କିତ । ଏହାଦ୍ୱାରା ଆପଣ ଖୁସି ଏବଂ ଆତ୍ମସନ୍ତୋଷ ଲାଭ କରିବେ । ଏହା ଦ୍ୱାରା ଆପଣ ସଠିକ ମାର୍ଗ ଦର୍ଶନ ପାଇପାରନ୍ତି ଏବଂ ଏହାର ପୁରାଲାଭ ଉଠାନ୍ତୁ । ଧାର୍ମିକ କାର୍ଯ୍ୟ ଏବଂ ପୂଜା-ପାଠରେ ରୁଚି ରହିବ। ଗୃହସ୍ଥଜୀବନରେ ଆନନ୍ଦ ଛାଇ ରହିବ। ମିତ୍ର ତଥା ବନ୍ଧୁମାନଙ୍କ ତରଫରୁ ଉପହାର ମିଳିପାରେ। ଶାରୀରିକ ଏବଂ ମାନସିକ ରୂପରେ ଆନନ୍ଦିତ ରହିବେ। ଚାକିରି ବ୍ୟବସାୟରେ ମଧ୍ୟ ଅନୁକୂଳ ପରିସ୍ଥିତି ରହିବ। ଦାମ୍ପତ୍ୟଜୀବନ ସୁଖଦ ରହିବ।ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ସିଂହ : ଆଜି ଆପଣଙ୍କର ପରିବାର ସଦସ୍ୟ ନୁହେଁ ନିଜର ସହକର୍ମିଙ୍କ ସହ କଥାବାର୍ତ୍ତା ଓ ବ୍ୟବହାରରେ ସାବଧାନ ରୁହନ୍ତୁ । କିନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି ଆପଣ ଆପଣଙ୍କର ପରିପକ୍ୱ ମନ ସାହାଯ୍ୟରେ ଅଶୋଭନୀୟ ପରିସ୍ଥିତିରୁ ନିଜକୁ ରକ୍ଷା କରିପାରିବେ । ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କହିପାରୁନାହାନ୍ତି । ଆଜି କାହାର ଗ୍ୟାରେଣ୍ଟର ନ ହେବା ତଥା ଟଙ୍କା ଦେବା ନେବା ନକରିବା ପାଇଁ ଉପଦେଶ। ଖର୍ଚ୍ଚରେ ବୃଦ୍ଧି ହେବ। ସ୍ଵାସ୍ଥ୍ୟପ୍ରତି ଧ୍ୟାନ ରଖିବେ। କାହା ସହିତ ଭୁଲ ବୁଝାବଣା ନହେଉ ନହେଲେ ବିବାଦ ହୋଇପାରେ। କ୍ରୋଧ ଉପରେ ଅଙ୍କୁଶ ରଖିବେ।ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

କନ୍ୟା : ନିଜର ଉଚ୍ଚଅଧିକାରୀ ଏବଂ ସହକର୍ମୀମାନଙ୍କ ସହ କଳି ନ କରିବାକୁ ଚ଼େଷ୍ଟା କରନ୍ତୁ । ଆପଣ ନୀରବ ରହିବା ଭଲ । ଆପଣ ଆଜି ଖୁସି ହେବେ ଯେତେବେଳେ ଆପଣ ଦେଖିବେଯେ ଆପଣ ଶାନ୍ତ ରହିବା ଦ୍ୱାରା ସବୁ କଥା ସ୍ୱାଭାବିକ ହୋଇଯାଇଛି । ଆଜି ଆପଣଙ୍କ ଆତ୍ମତ୍ଜ୍ଞାନ ଆଧ୍ୟାତ୍ମିକ ଦିଗରେ ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଛି । ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟରେ ବିଚାର କରିବେ । ଏହା ଦ୍ୱାରା ଆପଣ ନିଜ ଜୀବନ ବିଷୟରେ ଅଧିକ ଜ୍ଞାନ ଅର୍ଜନ କରିବେ । ଆଜି ଆପଣଙ୍କପାଇଁ ଲାଭଦାୟକ ଦିନ ଅଟେ। ଚାକିରି ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ବୃଦ୍ଧ ବର୍ଗ ଏବଂ ମିତ୍ରମାନଙ୍କ ତରଫରୁ ଆପଣଙ୍କୁ ଲାଭ ହେବ। ନୂଆ ମିତ୍ର ବନିବେ, ଯେଉଁମାନଙ୍କ ମିତ୍ରତା ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହେବ। ମାଙ୍ଗଳିକ ମୁହୂର୍ତ୍ତରେ ଯିବାକୁ ହୋଇପାରେ। ଆକସ୍ମିକ ଧନଲାଭ ହେବ।ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ।

kanya

ତୁଳା : ଆଜି ଆପଣ ଘରେ ସାବଧାନ ରୁହନ୍ତୁ କାରଣ କଳିହେବାର ପ୍ରବଳ ସମ୍ଭାବନା ରହିଛି । ଆଯଥା କଳିରୁ ବଞ୍ଚନ୍ତୁ । ଗ୍ରହଚ଼ଳନ ଖରାପ ଥିବାରୁ ଘରେ ଅଶାନ୍ତି ରହିବ । ଆଜି ଆପଣଙ୍କ ପରିବାର ଲୋକମାନଙ୍କ ସହ ସାମାନ୍ୟ ଝଗଡା ହୋଇପାରେ ,ଯେଉଁଥିପାଇଁ ଆପଣଙ୍କ ମନର ଦୁଃଖ ଆସିବ ଆପଣ ହୁଏତ କିଛି ଭଲପାଇଁ ଉଦ୍ଦେଶ୍ୟ ଏ କାମ କରୁଛନ୍ତି । କୌଣସି କାର୍ଯ୍ୟ କିମ୍ବା ପ୍ରୋଜେକ୍ଟରେ ସରକାରଙ୍କ ତରଫରୁ ଲାଭ ମିଳିବ। ଅଫିସରେ ମହତ୍ତ୍ଵପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଉଚ୍ଚ ପଦାଧିକାରୀମାନଙ୍କର ସହିତ ବିଚାର-ବିମର୍ଶ ହୋଇପାରେ। ଅଫିସ୍ ର କାର୍ଯ୍ୟରେ ଯାତ୍ରା କରିପାରନ୍ତି। କାର୍ଯ୍ୟଭାର ବଢ଼ିବ। ପାରିବାରିକ ମାମଲାରେ ଗଭୀର ରୁଚି ନେଇକରି ସଦସ୍ୟମାନଙ୍କ ସହିତ ବିଚାର-ବିମର୍ଶ କରିବେ।ପ୍ରତିକାର:- ବୃଦ୍ଧାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ

ବିଚ୍ଛା : କୌଣସି ଏକ ଅଶୋଭନୀୟ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ ସାମାନ୍ୟ କଥାରେ ଆପଣ ଉତ୍ତେଜିତ ହୋଇ ପାରନ୍ତି ଓ ଝଗଡା ହୋଇପାରେ ।ଶାନ୍ତିର ସହ ନିଜର କାଯ୍ୟରେ ନିୟୋଜିତ ରୁହନ୍ତୁ । ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ । କୌଣସି କାରଣରେ ମନ ଚିନ୍ତିତ ରହିବ। ପେଟରେ ଅସୁବିଧା ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ କଠିନତା ଆସିବାର ଆଶଂକା ଅଛି। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ଶେୟାର/ସଟ୍ଟାରୁ ଦୂରରେ ରହିବାକୁ ଉପଦେଶ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତ ହେବ।ପ୍ରତିକାର:- ଗୁଡ଼ ଓ ଗହମ ପିଲାଙ୍କୁ ବାଣ୍ଟନ୍ତୁ।

ଧନୁ : ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ । ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ବିଦେଶ ଜଡ଼ିତ ବିଷୟଗୁଡ଼ିକ ପାଇଁ ଦିନ ଶୁଭ ରହିବ। ବ୍ୟାପାରିମାନଙ୍କୁ କାରବାରରେ ଧନ ଲାଭ ହେବ। ନୂଆ ଆୟୋଜନ ହାତକୁ ନେଇ ପାରିବେ। ଲମ୍ବା ଦୂରର ଯାତ୍ରା ହେବ, ତୀର୍ଥ ଯାତ୍ରା ମଧ୍ୟ କରିପାରନ୍ତି। ସନ୍ତାନମାନଙ୍କ ପ୍ରଗତି ହେବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ।ପ୍ରତିକାର:- ଗୁଡ଼ ଆଉ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

dhanu

ମକର : କୌଣସି ନିକଟ ସମ୍ପର୍କୀୟ ଆଜି ଆପଣଙ୍କୁ ସହଯୋଗର ହାତ ବଢ଼େଇବେ । କୌଣସି ସମସ୍ୟାର ସମାଧାନ କରିବାକୁ ହେଲେ ଆପଣଙ୍କୁ ଆପଣଙ୍କର ଲୋକଙ୍କର ସାହାଯ୍ୟର ଦରକାର ପଡ଼ିପାରେ । ଆଜି ଆପଣ କୌଣସି ଶାନ୍ତ ପରିବେଶରେ ଧ୍ୟାନସ୍ଥ ହୁଅନ୍ତୁ । ଆପଣ ଲମ୍ବା ସମୟରୁ ବହୁତ କଠିନ ପରିଶ୍ରମ କରି ଆସୁଛନ୍ତି । ଏହି ବିରତି ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଧ୍ୟାନ ମଗ୍ନ ହେବା ହେତୁ ଆପଣ ନିଜକୁ ନକାରାତ୍ମକତା ରୁ ରୋକିପାରିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅତ୍ୟଧିକ ଖର୍ଚ୍ଚଯୋଗୁଁ ଆର୍ଥିକ ଅସୁବିଧା ଅନୁଭବ କରିପାରନ୍ତି। ପାରିବାରିକ ସଦସ୍ୟମାନଙ୍କ ଏବଂ ଅଫିସ୍ ରେ ସହକର୍ମିମାନଙ୍କ ସହିତ ମନମାଳିନ୍ୟ କିମ୍ବା ବିବାଦର ପ୍ରସଂଗ ହୋଇପାରେ। ଈଶ୍ଵରଙ୍କର ଆରାଧନା, ଜପ ଏବଂ ଆଧ୍ୟାତ୍ମିକତାରେ ମନକୁ ଶାନ୍ତି ମିଳିବ। ସ୍ୱାସ୍ଥ୍ୟର ଧ୍ୟାନ ରଖିବେ।ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ : ଆଜି ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ ।ଆପଣ ବୋଧ ହୁଏ ନିଜ ଜୀବନର କୌଣସି ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିପାରୁ ନାହାନ୍ତି । ଆଜି ଆପଣ ସବୁ କାର୍ଯ୍ୟ ଗୁଡ଼ିକ ସମାଜର କଲ୍ୟାଣ ଏବଂ ପରିବାରର କଲ୍ୟାଣ ନିମିତ୍ତ କରିବେ । ଆଜି ଆପଣ କିଛି ଦାନ କରିବେ, ଅଥବା ନିଜ ପ୍ରିୟଜନ ପାଇଁ ଉପହାର କିଣିବେ । ଆପଣଙ୍କର ଏହି କାର୍ଯ୍ୟ ପାଇଁ ଅବଶ୍ୟ କାହାକୁ ଲାଭ ମିଳିପାରିବ । ଆଜିର ଦିନ ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ। ଉତ୍ତମ ଆଭୂଷଣ ଏବଂ ବାହନର ସୁଖ ମିଳିପାରେ। ମଉଜମସ୍ତି ଏବଂ ମନୋରଞ୍ଜନରେ ଆପଣଙ୍କ ସମୟ କଟିପାରେ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ରୋମାଞ୍ଚକ ସାକ୍ଷାତ ହୋଇପାରେ। ଭାଗିଦାରୀରେ ଲାଭ ହେବ।ପ୍ରତିକାର:- ଗ୍ରାମ ଦେବତୀଙ୍କ ପାଖରେ ବୁନ୍ଦି ଭୋଗ କରି ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ।

ମୀନ : ବହୁଦିନ ଧରି ଥିବା ସମସ୍ୟାର ସମାଧାନ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।ଆଜିର ଦିନଟି ବନ୍ଧୁମାନଙ୍କ ସହିତ ମଜା କଟାଇବାର ଦିନ ଅଟେ ଆପଣ ନିଜର ସବୁ ଅସୁବିଧା ଭୁଲି ଖୁସିରେ ଦିନଟି କଟାନ୍ତୁ । ଆଜି ଆପଣଙ୍କ ନିଜର ସବୁ ବିଚାରକୁ ଖୋଲି କରି ପ୍ରକାସ କରିପାରନ୍ତି । ଉଦାସ ବୃତ୍ତି ଏବଂ ସନ୍ଦେହର ବାଦଲ ଆପଣଙ୍କ ମନ ଉପରେ ଘେରି ରହିବାରୁ ମାନସିକ ଆଘାତ ଅନୁଭବ କରିବେ। ତଥାପି ମଧ୍ୟ ଘରେ ଶାନ୍ତିର ବାତାବରଣ ହେବ। ଦୈନିକ କାର୍ଯ୍ୟଗୁଡ଼ିକରେ ସ୍ୱଳ୍ପ ଅବରୋଧ ଆସିବ। ଅଧିକ ପରିଶ୍ରମ କରିବା ପରେ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ।

Leave a Reply

Your email address will not be published. Required fields are marked *