rasi

16 ଅଗଷ୍ଟ 2021 ରାଶିଫଳ – ଆଜିଠାରୁ ବଦଳିଯିବ ଏହିସବୁ ରାଶିଙ୍କ ଭାଗ୍ୟ ।

RASIPHALA

ମେଷ : ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ । ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ । ଚିନ୍ତା ଦୂର ହେବ ଏବଂ ଆପଣ ମାନସିକ ରୂପରେ ଆନନ୍ଦିତ ଅନୁଭବ କରିବେ। ପାରିବାରିକ ଜୀବନରେ ପରସ୍ପର ମଧ୍ୟରେ ସଦ୍ଭାବ ବଢ଼ିବ। ଭାଇ-ଭଉଣୀମାନଙ୍କ ସହିତ ସମ୍ବନ୍ଧରେ ମଧୁରତା ଅନୁଭବ କରିବେ। ଛୋଟ ଯାତ୍ରାର ମଧ୍ୟ ସମ୍ଭାବନା ଅଛି।ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ : ଆପଣଙ୍କୁ ଆପଣଙ୍କ ଦଳର ସମର୍ଥନ ମିଳିପାରିବ ,ଯଦି ଆପଣ ନିଜର ବିଚାରକୁ ସେମାନଙ୍କ ଆଗରେ ବ୍ୟକ୍ତ କରିବେ । ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ । ଆପଣଙ୍କୁ କେହି ସାମାଜିକ କାମ ପାଇଁ ସାହାଯ୍ୟ ମାଗିଲେ ଆପଣ ତାହା ଅବଶ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବା ସହିତ ସେମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଯିବ । ଆଗକୁ ବଢ଼ନ୍ତୁ ଏବଂ ଏହି ଅନୁଭବର ମଜ୍ଜା ନିଅନ୍ତୁ । ଆଜି ସାଂସାରିକ ଜୀବନରେ ଆନନ୍ଦ ରହିବ। ପରିଜନମାନଙ୍କ ସହିତ ସାମାଜିକ କାର୍ଯ୍ୟ ହେତୁ ବାହରକୁ ଯାଇପାରନ୍ତି। ଛୋଟ ଯାତ୍ରାର ଆୟୋଜନ ହେବ। ବ୍ୟାପାରୀ ବ୍ୟାପରରେ ବୃଦ୍ଧି କରିପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ଏବଂ ଯଶ କୀର୍ତ୍ତି ମିଳିବାର ମଧ୍ୟ ଯୋଗଅଛି।ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ

ମିଥୁନ : ଆଜି ଘରେ ବହୁତ କୋଳାହଳମୟ ପରିବେଶ ହେବ । ଘରେ ଏକା ସାଙ୍ଗରେ ବହୁତ କାର୍ଯ୍ୟ ହେବ । ଆଜି ଆପଣଙ୍କ ଘରକୁ ବିଦେଶରୁ ଅତିଥି ଆସି ପାରନ୍ତି । ଆପଣ ନିଜର ସବୁ ସମସ୍ୟାକୁ ଗୋଟିଏ ପଟେ ରଖି ନିଜ ସାଙ୍ଗ ସାଥିଙ୍କ ସହିତ ମଜ୍ଜା କରନ୍ତୁ । ଆଜି ଦିନରେ ଆପଣ ବିଦେଶରୁ କୌଣସି ଖୁସିଖବର ପାଇ ପାରନ୍ତି । ଏହି ଖବର ବିଦେଶରେ ରହୁଥିବା କୌଣସି ବନ୍ଧୁପରିଜନ ଆପଣଙ୍କୁ ଦେବେ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଆପଣଙ୍କ ପାରିବାରିକ ବାତାବରଣ ଆନନ୍ଦ ଏବଂ ଉଲ୍ଲାସରେ ଭରି ରହିବ। ମନରେ ଚେତନା ଏବଂ ଫୂର୍ତ୍ତିର ସଞ୍ଚାର ହେବ। ମିତ୍ର ବେଶରେ ଲୁଚି ରହିଥିବା ଶତ୍ରୁ ନିଜର ପ୍ରୟାସରେ ଅସଫଳ ରହିବେ। ଅଫିସରେ ସହକର୍ମିମାନଙ୍କ ସହଯୋଗ ମିଳିବ। ଆର୍ଥିକ ଲାଭର ସଂକେତ ମିଳିବ, ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ।ପ୍ରତିକାର– ଗାଈକୁ ରୁଟି ଖାଇବାକୁ ଦେବେ।

mithun

କର୍କଟ : ଆଜି ଆପଣଙ୍କୁ ଆପଣଙ୍କ ପରିବାରର ପୂରା ସହଯୋଗ ମିଳିବ । ଯଦି ଆପଣ କୌଣସି ଅସୁବିଧାରେ ପଡୁଛନ୍ତି , ତେବେ ଆପଣ ନିଜର ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ । ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ । ଆଜି ଆପଣଙ୍କର ପ୍ରସିଦ୍ଧିରେ ଯାହା ଜାରୀରହିବ , ଆଗାମୀ ଦିନରେ ଆପଣଙ୍କୁ ମଉଜ ମସ୍ତି କରିବାର ସୁଯୋଗ ମିଳିବ । ସବୁ କିଛି ଆପଣଙ୍କର ଆପ୍ରାଣ ଉଦ୍ୟମର ଫଳ । ପେଟ ସମ୍ବନ୍ଧୀତ ରୋଗରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କୌଣସି କାର୍ଯ୍ୟରେ ସଫଳତା ନ ମିଳିବାରୁ ନିରାଶା ହୁଅନ୍ତୁ ନାହିଁ। ସାହିତ୍ୟ କିମ୍ବା ଅନ୍ୟ କୌଣସି ରଚନାତ୍ମକ କଳା ପ୍ରତି ରୁଚି ରହିବ। ସନ୍ତାନମାନଙ୍କର ଭବିଷ୍ୟତରେ ଚିନ୍ତା ହୋଇପାରେ।ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ।

ସିଂହ : ଆଜି ଆପଣ ସେମାନଙ୍କୁ ଜଣାଇଦେବେ ଯେ ଆପଣ ସେମାନଙ୍କ ସାହାଯ୍ୟ କିପରି ଗ୍ରହଣ କରିଛନ୍ତି ଏବଂ ସବୁବେଳେ ଆପଣ ସେମାନଙ୍କ ବ୍ୟତିତ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ହେଲେ ଆପଣ ସାହାଯ୍ୟ କରିବାକୁ ପଛାନ୍ତୁ ନାହିଁ । ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ । ଆଜିର ଦିନ ପ୍ରତିକୂଳତା ପୂର୍ଣ୍ଣ ହୋଇପାରେ। ପରିଜନମାନଙ୍କ ସହିତ ବାଦ-ବିବାଦରୁ ବଞ୍ଚନ୍ତୁ। ପାରିବାରିକ କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି। ଅନିଦ୍ରା କାରଣରୁ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ।ପ୍ରତିକାର:- ଦରିଦ୍ର ନାରାୟଣଙ୍କୁ ଖାଦ୍ୟ ଦିଅନ୍ତୁ।

କନ୍ୟା : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ । ଆଜି ଆପଣ ସେମାନଙ୍କୁ ଜଣାଇଦେବେ ଯେ ଆପଣ ସେମାନଙ୍କ ସାହାଯ୍ୟ କିପରି ଗ୍ରହଣ କରିଛନ୍ତି ଏବଂ ସବୁବେଳେ ଆପଣ ସେମାନଙ୍କ ବ୍ୟତିତ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ହେଲେ ଆପଣ ସାହାଯ୍ୟ କରିବାକୁ ପଛାନ୍ତୁ ନାହିଁ । ନକାରାତ୍ମକ ବିଚାରକୁ ନିଜର ମନରୁ ହଟାନ୍ତୁ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦରୁ ଦୂରରେ ରୁହନ୍ତୁ। ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ସ୍ଵାସ୍ଥ୍ୟ ମଧ୍ୟମ ରହିବ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚର ଆଶଂକା ଅଛି।ପ୍ରତିକାର–ଗହମ, ଗୁଡ ପିଲାମାନଙ୍କୁ ଦାନ କରିବେ।

kanya

ତୁଳା : ଆଜି ଆପଣଙ୍କ କାହାସହ ନୂଆ ସମ୍ପର୍କର ସ୍ଥାପନା ହୋଇପାରେ । ଦେଖନ୍ତୁ ଏ ସମ୍ପର୍କ ଆପଣଙ୍କୁ କେଉଁଠି ନେଇଯାଇଛି । ଏହା ସହ ସେ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାନ୍ତୁ ଯେ ଆପଣଙ୍କୁ ମାର୍ଗ ଦେଖାଇଛନ୍ତି । ଆଜି ଆପଣ କୌଣସି ତୀର୍ଥଯାତ୍ରାକୁ ଯିବା ପାଇଁ ଭାବିବେ । ଆପଣଙ୍କ ଆତ୍ମା ଆଧ୍ୟାତ୍ମ ପ୍ରତି ଆକର୍ଷିତ ରହିବ , ଆଜି ଆପଣଙ୍କର ଜୀବନରେ ଧର୍ମର ମହତ୍ତ୍ୱକୁ ମଧ୍ୟ ଜାଣିବାକୁ ଚାହିଁବେ । ଏହି ରାସ୍ତାରେ ଚାଲିଲେ ଆପଣଙ୍କୁ ସୁଖ ମିଳିବ । ଜଗନ୍ନାଥଙ୍କର କୃପାରୁ ଆଜିର ଦିନ ଆନନ୍ଦ ଏବଂ ଉଲ୍ଲାସ ଭରା ରହିବ। ଆଜି କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଘରର ବାତାବରଣ ପ୍ରଫୁଲ୍ଲିତ ରହିବ। ବିବାହିତା ମହିଳା ମାନଙ୍କପାଇଁ ବାପ ଘରୁ ମଧ୍ୟ ଲାଭ ହୋଇପାରେ ଏବଂ ଭଲ ସମାଚାର ମିଳିପାରେ। ଆର୍ଥିକ ଲାଭର ସମ୍ଭାବନା ଅଛି।ପ୍ରତିକାର–ଫୁଲଗଛରେ ପାଣିଛିଞ୍ଚିବେ।

ବିଚ୍ଛା : ଆଜି ଆପଣ ନରମ ମନୋଭାବ ପୋଷଣ କରି କାହାକୁ ସାହାଯ୍ୟ କରିବେ । ନିଜର ନକାରାତ୍ମକ ଭାବନାକୁ ଦୂରେଇ ଦିଅନ୍ତୁ ଏବଂ ନିଜ ସମ୍ପର୍କକୁ ଅନ୍ୟମାନଙ୍କ ସହ ମଜବୁତ କରନ୍ତୁ । ଏହା ଆପଣଙ୍କୁ ଖୁସି ଆଣି ଦେବ । ଆପଣ ଖେଳିବା କିମ୍ବା ଚଳଚ୍ଚିତ୍ର ଦେଖିବାପାଇଁ ଚାହୁଁଥିଲେ ମଧ୍ୟ ଏହା ଆପଣଙ୍କର ପଢିବାର ସମୟ । ଆଜି ଆପଣଙ୍କ ମନ କିଛିଟା ବିଚଳିତ ରହିବ ,ମାତ୍ର ଆପଣ ନକାରାତ୍ମକତାରୁ ଧ୍ୟାନ ହଟାଇ ପଢାରେ ମନ ଦେବା ଉଚିତ । ଅନେକ ପ୍ରକାରର ଚିନ୍ତାରେ ହଇରାଣ ହୋଇପାରନ୍ତି। ଆଜି ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ସ୍ଵଜନ ଏବଂ ସ୍ନେହୀଜନମାନଙ୍କ ସାଥିରେ ମତଭେଦ ହୋଇପାରେ। ସମ୍ଭବ ହେଲେ କୌଣସି କାର୍ଯ୍ୟ ଆଜି ଅଧୂରା ଛାଡ଼ନ୍ତୁ ନାହିଁ। କୌଣସି କାରଣବଶତଃ ବ୍ୟୟ ମଧ୍ୟ ଅଧିକ ହୋଇପାରେ।ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

ଧନୁ : ଆପଣ ଏବଂ ଆପଣଙ୍କର ସାଙ୍ଗ ମଧ୍ୟରେ ଥିବା ସମ୍ପର୍କରେ ଅଧିକ ଦୃଢତା ଆସିବ ।ଆପଣଙ୍କ ମଧ୍ୟରେ ଚିନ୍ତାଧାରାରେ ବହୁତ ସାମଞ୍ଜସ୍ୟ ଥିବାରୁ ଏକା ସାଂଗରେ ସମୟ କଟାଇବାକୁ ବହୁତ ଭଲ ଲାଗିବ । ଏହି ସମ୍ପର୍କକୁ ଏହି ଭଳି ବଜାଇ ରଖନ୍ତୁ । ଆଜି ଆପଣ କାହା ଉପରେ ନିର୍ଭର କରୁଛନ୍ତି । ଆପଣ ସମସ୍ତଙ୍କୁ ବିଶ୍ୱାସ ବହୁତ ଶିଘ୍ର କରିନିଅନ୍ତି ।ଏହି ଅଭ୍ୟାସକୁ ଆପଣ ପରିବର୍ତ୍ତନ କରନ୍ତୁ ନହେଲେ ଏହି ଅଭ୍ୟାସ ପାଇଁ ଆପଣ ପଛରେ ହଇରାଣରେ ପଡ଼ିବେ । ବ୍ୟାପାରୀବର୍ଗଙ୍କ ପାଇଁ ଆଜିର ଦିନ ଶୁଭଫଳଦାୟୀ ଅଟେ। ବ୍ୟାପାର ତଥା ଆୟରେ ବୃଦ୍ଧି ହେବ। ମିତ୍ରମାନଙ୍କର ଲାଭ ହେବ। ଚାକିରିରେ ଉଚ୍ଚାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ଆପଣଙ୍କ ପ୍ରମୋଶନ ହୋଇପାରେ। ବିବାହ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ଜୀବନସାଥୀ ମିଳିବାର ଯୋଗ ଅଛି।ପ୍ରତିକାର–ଫୁଲଗଛରେ ପାଣିଛିଞ୍ଚିବେ।

dhanu

ମକର : ଆଜି ଆପଣଙ୍କର କରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । କରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ପାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି । ଭ୍ରମଣ ପାଇଁ ଆଜି ଦିନଟି ଶୁଭ ।ବନ୍ଧୁ ସମ୍ପର୍କିୟ କିମ୍ବା ଅଫିସକାମରେ ବାହାରକୁ ଯାଇପାରନ୍ତି । ଭ୍ରମଣ ବେଳେ ନୂଆ ଦର୍ଶନ ସ୍ଥାନ ପରିଦର୍ଶନ କରିବେ ଏବଂ ବାର୍ତ୍ତାଳାପ ଉପଭୋଗ କରିବେ । ଏହି ଭଲ ସମୟରେ କୌଣସି ବାଧା ବିଘ୍ନ ଆସିବ ନାହିଁ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ। ଚାକିରିପେଶା ଲୋକଙ୍କର ପ୍ରମୋଶନର ଯୋଗ ଅଛି। ପରିବାରରେ ମିତ୍ରତାପୂର୍ଣ୍ଣ ବାତାବରଣ ରହିବ। ନୂଆ ସାଜ-ସଜ୍ଜାରେ ଘରର ଶୋଭା ବୃଦ୍ଧି କରିବେ। ମାତାଙ୍କଠାରୁ ମଧ୍ୟ ଲାଭ ମିଳିବ। ଧନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ।ପ୍ରତିକାର-କୌଣସି ଛୋଟ ଛୁଆକୁ ମିଠା ଖାଇବାକୁ ଦେବେ।

କୁମ୍ଭ :  ଆଜି ଆପଣ ବନ୍ଧୁଙ୍କ ସହିତ ଝଗଡ଼ା କରିବା ଦ୍ୱାରା ଚ଼ିନ୍ତାରେ ପଡ଼ିଯିବେ । ଏହି କଥା ପାଇଁ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଏବଂ ବହୁତ ବୁଦ୍ଧିର ସହିତ ଆପଣଙ୍କୁ ଏହି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପଡ଼ିବ । ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ । ଖାଇବା ପିଇବାର ବିଶେଷ ରୂପରେ ଧ୍ୟାନ ରଖିବେ। ଆବେଶ ଏବଂ କ୍ରୋଧର ମାତ୍ରା ଅଧିକ ହୋଇପାରେ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଅନୈତିକ କାର୍ଯ୍ୟରୁ ଦୂରରେ ରୁହନ୍ତୁ। ସରକାର ବିରୋଧୀ ପ୍ରବୃତ୍ତି କାରଣରୁ ଅସୁବିଧା ହୋଇପାରେ। ଖର୍ଚ୍ଚର ମାତ୍ରା ବଢ଼ିପାରେ।ପ୍ରତିକାର–ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ମୀନ : ଆଜି ଆପଣଙ୍କର ପରିବାର ସଦସ୍ୟ କୌଣସି ଶୁଭ ସମାଚ଼ାର ଦେଇପାରିବେ । ଆଜି ଆପଣଙ୍କୁ କୌଣସି ଶୁଭ ସମାଚ଼ାର ମିଳିପାରେ । ଆଜି ଆପଣଙ୍କର ପାଖ ପରିବେଶ ବହୁତ ଭଲ ରହିବ । ଆଜି ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କର ସହାୟତା ମିଳିବ । ଯଦି ଆପଣ କିଛି ଅସୁବିଧାରେ ପଡ଼ିଛନ୍ତି ତାହାହେଲେ ପରିବାର ଲୋକଙ୍କ ସାହାଯ୍ୟ ମଧ୍ୟ ନେଇପାରନ୍ତି । ଆଜିର ଦିନ ଆଲସ୍ୟ ତଥା ଥକା ଲାଗିପାରେ। ପେଟ ସମ୍ବନ୍ଧିତ ଯନ୍ତ୍ରଣା ଯୋଗୁଁ ଅସୁବିଧା ହୋଇପାରେ। ସଫଳତା ପ୍ରାପ୍ତ କରିବା ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଧାର୍ମିକ ଯାତ୍ରାର ସମ୍ଭାବନା ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।ପ୍ରତିକାର: ମୁଗ ଧର୍ମାନୁଷ୍ଠାନରେ ଦାନ କରନ୍ତୁ |

Leave a Reply

Your email address will not be published. Required fields are marked *