barsha

Weather Update – ଓଡିଶାକୁ ପୁଣି ଆସୁଛି ବାତ୍ୟା,ଏହି ୮ଟି ଜିଲ୍ଲାରେ ରଚିବ ତାଣ୍ଡବ |

HEALTH

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମର ଏହି ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ବର୍ତ୍ତମାନର ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ୟେଲୋ ୱାର୍ନିଂ ଜାରୀ କରିଲା ପାଣିପାଗ ବିଭାଗ। ଆଜି ରାତିରେ ଝଡ ବର୍ଷା ଆସନ୍ତା ୩ ଦିନ ପାଇଁ ସତର୍କ ସୂଚନା ଜାରୀ। ଭୀଷଣ ପବନ ସାଙ୍ଗକୁ ହୋଇପାରେ ପ୍ରବଳ ବର୍ଷା। ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତୁ ଜାଣିବା।

rainn

ଆରମ୍ଭ ହେଲା ପ୍ରବଳ ବର୍ଷା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ମୟୁରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ସେହିପରି ଆସନ୍ତା କାଲି ସକାଳ ମଧ୍ୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେ଼ଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ।କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର, କଟକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ।

rainn

ପାଣିପାଗ ବିଭାଗର ସୂଚନା ଅନୁସାରେ ୨୮ ତାରିଖ ସକାଳୁ ୨୯ ତାରିଖ ସକାଳ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ବରଗଡ଼ ଓ ସୁନ୍ଦରଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାମାନଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରୀ କରାଯାଇଛି। ସେପଟେ ୨୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ ହୋଇପାରେ ପ୍ରବଳ ବର୍ଷା ଏଥି ସହିତ ବଜ୍ରପାତର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲା ପାଇଁ ଆଲର୍ଟ କରାଯାଇଛି।

ତେବେ ବନ୍ଧୁଗଣ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଏଭଳି ଅଧିକ ସୂଚନା ସର୍ବପ୍ରଥମେ ପାଇବାପାଇଁ ତଳେ ଆମ ପେଜ୍ କୁ ଲାଇକ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *