diet

ଓଜନ କମ କରିବାରେ ହେଉଛି କି ଅସୁବିଧା? ଜାଣନ୍ତୁ କିଛି ବିଶେଷ ଉପାୟ |

HEALTH

ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚ୍ଚା କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚ୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ। ଆମେ କହିବାକୁ ଯାଉଛୁ କି ଆପଣ ନିଜ ଶରୀରର ଓଜନ କିଭଳି ଭାବରେ କମ କରିବେ। ତେବେ ଆସନ୍ତୁ ଜାଣିବା ଏହା ବାବଦରେ।

food

ତେବେ ଆଜି ଆମେ ଯେଉଁ ଖାଦ୍ୟ ମାନଙ୍କ ବାବଦରେ କହିବୁ ତାହା ବହୁତ କମ ଦାମରେ ଆଉ ଭାରତୀୟ ଢଙ୍ଗରେ ଆପଣଙ୍କୁ ମିଳିଯିବ ଆଉ ଆପଣ ତାହାକୁ ଭଲ ଭାବରେ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଏହା ବାବଦରେ ଅଧିକ ଚର୍ଚ୍ଚା କରିବା।

ଆପଣ ସକାଳୁ ଉଠିବ କ୍ଷଣି ହିଁ ଲେମ୍ବୁ ଚା ଅଥବା ଟରମେରିକ ୱାଟର ନିଅନ୍ତୁ। ଏହା ଆପଣଙ୍କ ଶରୀରରେ ସବୁ ପ୍ରକାର ବିଷାକ୍ତ ପଦାର୍ଥ ଦୂର କରିଥାଏ ଆଉ ଆପଣଙ୍କୁ ବହୁତ କିଛି ଫାଇଦା ପହଞ୍ଚାଇ ଥାଏ। ଆପଣଙ୍କ ଶରୀରରେ ଅନାବଶ୍ୟକ ଫ୍ୟାଟ ଦୂର କରିଥାଏ ଆଉ ଆପଣଙ୍କୁ ସବୁ ଜିନିଷରୁ ରାହତ ଦେଇଥାଏ।

ଲେମ୍ବୁ ହୁଏତ ଏସିଡ ଭଳି ଲାଗେ ମାତ୍ର ତାହା ଶରୀର ଭିତରେ ପୁରା ଖ୍ୟାରୀୟ ରୂପରେ ଥାଏ। ଏହାର ସେବନ ଅଧିକ କରିବା ଦ୍ୱାରା ତାହା ଆମ ଶରୀରରେ ଖ୍ୟାରର ମାତ୍ରା ଅଧିକ କରେ ଆଉ ପିଏଚ ନିୟନ୍ତ୍ରଣରେ ରହିବା ଦ୍ୱାରା ତାହା ଆମକୁ ବହୁତ କିଛି ଜିନିଷରେ ନିୟନ୍ତ୍ରିତ କରିଥାଏ। ଏହା ଶରୀରର ଫ୍ୟାଟ ଦୂର କରେ।

salad

ଏହାପରେ ସମୟ ହେଇଥାଏ ଆପଣଙ୍କର ବ୍ରେକଫାଷ୍ଟର। ଏହା ପାଇଁ ଆପଣ ଗ୍ରହଣ କରନ୍ତୁ କିଛି ଫଳ ଭୋଜନ। ଫଳ ଆହାର କରିବା ପାଇଁ ଆପଣ ଆପୁଲ ସ୍ମୁଦି ଗ୍ରହଣ କରି ପାରିବେ ଅଥବା ତାହା ବଦଳରେ ଆପଣ ଗାଜର ସ୍ମୁଦି ଗ୍ରହଣ କରିପାରିବେ।

ଆପୁଲ ସ୍ମୁଦି ପାଇଁ ଆପଣ ଆପୁଲ ଆଣି ତାହାକୁ ଛୋଟ ଛୋଟ କାଟି ସେଥିରେ କଦଳୀ ଏକ ଆଣି ତାହାକୁ କାଟି ପକାନ୍ତୁ। ତାହାପରେ ଯଦି ଆପଣ ଟିକେ ହାଲକା ସ୍ମୁଦି ଚାହାନ୍ତି ତାହେଲେ ତାହାକୁ ଆପଣ ଦୁଇଟି ଗ୍ଲାସ ପାଣି ମିଶାନ୍ତୁ ଆଉ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ। ତାହାପରେ ଆପଣ ଯଦି ମୋଟା ସ୍ମୁଦି ଚାହାନ୍ତି ତାହେଲେ ଆପଣ ଗୋଟେ ଗ୍ଲାସ ହି ପାଣି ମିଶାନ୍ତୁ ଆଉ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଏହାପରେ ଆସେ ଗାଜର ସ୍ମୁଦି। ଯଦି ଆପଣ ଗାଜର ସ୍ମୁଦି ଚାହାନ୍ତି ତାହେଲେ ଆପଣ ସେହି ଆପୁଲ ଜାଗାରେ ଗାଜର ପକାନ୍ତୁ ଆଉ ତାହାକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀର ବହୁତ ସୁସ୍ଥ ରହିବ ଆଉ ଆପଣଙ୍କ ଓଜନ ମଧ୍ୟ କମିଯିବ।

Leave a Reply

Your email address will not be published. Required fields are marked *