ସ୍ତନ ବୃଦ୍ଧିରେ ସମସ୍ୟା:- ଏହା ଅତି ଛୋଟ କଥା ହେଲେ ମଧ୍ୟ ଏହାକୁ ଅଣଦେଖା କରିବା ଉଚିତ ନୁହେଁ, ଭବିଷ୍ୟତରେ ଏହା ମଧ୍ୟ ଭୟାବହ ରୁପ ନେଇପାରେ। ସ୍ତନ ବୃଦ୍ଧି ନ ହେବା ଦ୍ୱାରା ଝିଅଟି ତା ଫ୍ରେଣ୍ଡ ମାନଙ୍କ ସାମ୍ନାରେ ହାସ୍ୟାସ୍ପଦ ହୋଇଥାଏ। ଖାଲି ସେତିକି ନୁହେଁ ମାଆ ମାନେ ମଧ୍ୟ ଏଥି ପାଇଁ ବହୁତ ବ୍ୟସ୍ତ ହୋଇଥାନ୍ତି।ଏଥିପାଇଁ ଡାକ୍ତରଙ୍କ ପରାମର୍ଶରେ ଔଷଧ ବ୍ୟବହାର କଲେ ଧୀରେ ଧୀରେ ଏହି ସମସ୍ୟା ଦୂର ହୋଇଯିବ। ଜଣେ ନାରୀର ସୌନ୍ଦର୍ଯ୍ୟ ଦେଖିଲେ ତାର ଶରୀର ସହ ସ୍ତନର ବୃଦ୍ଧି ମଧ୍ୟ ହୋଇଥିବା ଦରକାର । ଦ୍ଵିତୀୟରେ ବିବାହ ପରେ ସେ ତାର ଛୁଆକୁ ଠିକ ଭାବରେ ସ୍ତନ ପାନ କରାଇଥାଏ।ଆସନ୍ତୁ ଜାଣିବା କଣ ପାଇଁ ସ୍ତନ ବୃଦ୍ଧି ହୁଏ ଓ ହୁଏନାହିଁ ? କୈଶୋର ବୟସ ଆରମ୍ଭ ହେବା ପରେ ଧୀରେ ଧୀରେ ମାମାରି ଗ୍ଲାଣ୍ଡର ବୃଦ୍ଧି ଆରମ୍ଭ ହୋଇଥାଏ ।
