weight

କିପରି ପେଟ କମିବ ଏବଂ ଓଜନ କମିବ,ଆସିଗଲା ସୁପର ଉପାୟ।

HEALTH

ଆପଣଂକୁ ତେଲ ଜିନିଷ କମ ଖାଇବାକୁ ହେବ ଏହା ପ୍ରଥମ କଥା ଏବଂ କିଛି କିଛି ଛୋଟ ବ୍ୟାୟାମ କରିବା ଦ୍ଵାରା ଆମ ଓଜନ ଏବଂ ପେଟ କମିଯାଏ। ଆମ ଶରୀରରେ ବେଶି ଚର୍ବି ପେଟରେ ରହିଥାଏ। ଆମେ ଯଦି ମୋଟା ରହିବା ତେବେ ଆମ ଶରୀରରେ ହୃଦ୍ ଜନିତ ରୋଗ ହେବ ଓ ଡାଇବେଟିସ ରୋଗ ହୋଇଥାଏ।ଆପଣ ଯେଉଁ ବ୍ୟାୟମ୍ କରିବେ ତାହା ଦ୍ଵାରା ଆପଣ ଚର୍ବି କମେଇପାରିବେ।

ଏହାକୁ ସପ୍ତାହରେ ୪ ଥର କଲେ ଆମ ଶରୀରରୁ ଚର୍ବି ଦୂର ହେବ। ଏଥିମଧ୍ୟରୁ ପ୍ରଥମ ହେଉଛି ପ୍ଲାଙ୍କ ଏହା ଦ୍ଵାରା ଆମ ଶରୀରର ଚର୍ବି ବହୁତ୍ ଶୀଘ୍ର କମି ଯାଇଥାଏ।ଏହି ପ୍ଲାଙ୍କ ବ୍ୟାୟାମ ଆମେ ୩୦ ରୁ ୪୦ ସେକେଣ୍ଡ ସମୟ ରହିବା ଏବଂ ଆଣ୍ଠୁ ଲଗାଇ ପ୍ଲାଙ୍କ କରିବା ଏହାକୁ ମଧ୍ୟ ୩୦ ରୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ରଖିବା।ଆପଣ ଉପରକୁ ମୁଁହ କରି ଶୋଇ ଛାତିରେ ହାତ ରଖି ୧୦ଥର ଲେଖାଏ ତିନି ସେଟ୍ କରନ୍ତୁ।ଏହା ଦ୍ଵାରା ଆମ ତଳି ପେଟ କମିଯାଏ। ଏବଂ ତୃତୀୟ ବ୍ୟାୟାମ ଆମ ଗୋଡ଼କୁ ଓପରକୁ କରି ପେଟକୁ ଉପର୍ ତଳ କରିବା ଏହା ଦ୍ଵାରା ଆମ ପେଟ କମିଥାଏ। ଏବଂ ଆପଣ ଆପଣଙ୍କ ଗୋଡ଼କୁ ଓପରକୁ ଟେକି ହାତ ଲଗାଇବାକୁ ଚେଷ୍ଟା କରନ୍ତୁ।

w loss

ଏହା ଦ୍ଵାରା ଆପଣଙ୍କ ପେଟ ଶୀଘ୍ର କମିବାର ସମ୍ଭାବନା ରହିଛି।ଆପଣ ଗୋଡ଼କୁ ତଳେ ରଖି ଆପଣଙ୍କ ମୁଣ୍ଡର ଦୁଇ ପଟରେ ହାତ ରଖି ଉଠିବାକୁ ଚେଷ୍ଟା କରନ୍ତୁ ଏବଂ ଉଠି ସାରିବା ପରେ ଦୁଇ ପଟକୁ ମୁହଁ କରନ୍ତୁ।ଆପଣ ପେଟେଇକି ଶୋଇକି ଆପଣଙ୍କ ଗୋଡ଼ ଏବଂ ହାତକୁ ଓପରକୁ ଟେକନ୍ତୁ ଏବଂ ଏହି ବ୍ୟୟମକୁ ୧୦ ଥର ଲେଖା ୩ ଥର କରନ୍ତୁ।ଏହା କଲେ ଆମ ତଳି ପେଟ କମିଯାଏ।

w loss
ଯଦି ଏହାକୁ ଆପଣ ଠିକ୍ ସେ କରିବେ ତେବେ ଆପଣ ଆପଣଙ୍କ ପେଟକୁ ୨ଇଞ୍ଚ୍ କମେଇପାରିବେ ୬ ସପ୍ତାହ ମଧ୍ୟରେ। ଏବଂ ଆପଣ ଆପଙ୍କର ଓଜନ ୬ କିଲୋ କମାଇପରେଇବେ। ଯଦି ଆପଣ ଠିକ୍ ସେ ଏବଂ ଭଲ ଖାଇବା ଖାଉଛନ୍ତି ତେବେ ଆପଣ ପ୍ରତି ସପ୍ତାହ ୧କିଲୋ ପର୍ଯ୍ୟନ୍ତ ଓଜନ କମେଇପାରିବେ।ଏହା କଲେ ଆମ ଶରୀରର ଚର୍ବି ଏବଂ ରକ୍ତଚାପ କମାଇଥାଏ। ପ୍ରତିଦିନ ଆମକୁ ୧ ରୁ ୧.୫ ଘଣ୍ଟା ବ୍ୟାୟାମ କରିବାକୁ ପଡ଼ିବ।ଏବେ ବହୁତ୍ ଲୋକ ମୋଟାପଣର ଶିକାର ହୋଇଛନ୍ତି ସେଥିପାଇଁ ଆମେ ଆମ ଶରୀରକୁ ଠିକ୍ ରଖିବାର ଅଛି। ଏଥିପାଇଁ ଆମକୁ ପ୍ରତିଦିନ ବ୍ୟାୟାମ କରିବାକୁ ପଡ଼ିବ ଏହା କଲେ ଆମ ଶରୀରରୁ ଚର୍ବି ଦୂର ହେବ। ବ୍ୟାୟାମ କଲେ ଆମକୁ ମଧ୍ୟ ଦିନମାନ ଫୁର୍ତ୍ତି ଲାଗିବା। ତେବେ ଏହା ଥିଲା ଆଜିର ବିଷୟ ବସ୍ତୁ। କେମିତି ଲାଗିଲା ଆମକୁ ନିଶ୍ଚିତ ଜଣାଇବାର ପ୍ରୟାସ କରିବେ।

Leave a Reply

Your email address will not be published. Required fields are marked *