bela

ଗୃହରେ କେଉଁଠି ଲଗାଇଲେ ଧନର ବର୍ଷାହୋଇଥାଏ।

FACT

ଆପଣମାନଙ୍କୁ ଆମ ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ଆସନ୍ତୁ ଜାଣିବା ବେଲ ଗଛର କିଛି ମହତ୍ୱପୂର୍ଣ୍ଣ ବିଷୟରେ। ପ୍ରଥମେ ହେଉଛି ବେଲ ଗଛରେ ଶିଵ ଏବଂ ଶକ୍ତିଙ୍କର ବାସ ହୋଇଥାଏ ବେଲ ପ୍ରତର ତ୍ରିଶାଖାରେ ତ୍ରିଦେଵ ଅର୍ଥାତ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ବାସ କରିଥାନ୍ତି। ଏଣୁ ବେଲ ଗଛ ତଳେ ଗାଧୋଇସାରିଲା ପରେ କୋଟି ପୁଣ୍ୟ ମିଳିଥାଏ ଏବଂ ଶିଵ ଶଙ୍କର ସମେତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଦ୍ୱିତୀୟ ହେଉଛି ବେଲ ପତ୍ର ହେଉଛି ଶିଵ ଏବଂ ସମସ୍ତଙ୍କ ଦେବୀମାନଙ୍କର ପ୍ରିୟ ପତ୍ର ହୋଇଥାଏ ଯାହାକି ସୁଖୀଯାଏ ହେଲେ ବାସୀ ହୁଏ ନାହିଁ। ଏହି ବେଲ ପତ୍ର ଚନ୍ଦନର ଲେପ ଲଗାଇ ଶିଵ କିମ୍ବା ଦେବୀଙ୍କୁ ଅର୍ପଣ କରିବା ଦ୍ଵାରା ମନୁଷ୍ୟର ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ।

belaa

ତୃତୀୟ ହେଉଛି ବେଲ ଗଛର କାଠିକୁ ଘୋରି ଶିଵ କିମ୍ବା ଦେବୀଙ୍କୁ ଟୀକା ଲଗାଇଲେ କୋଟିପୂର୍ଣ ପ୍ରାପ୍ତି ହୋଇଥାଏ ଏବଂ ମନୁଷ୍ୟ ଏହି ଟୀକା ଲଗାଇଲେ ସମସ୍ତ ପ୍ରାଣୀକୁ ବସ କରିଥାଏ। ଏହା ସହିତ ଅଲୌକିକ ଶକ୍ତିର ସ୍ଥିତି ଅନୁଭବ କରିପାରେ ଏବଂ ସମସ୍ତ ସଂସାରରେ ବିଜୟ ମଧ୍ୟ ହୋଇଥାଏ। ଚର୍ତୁଥ ହେଲା ସୋମବାର ଦିନ କିମ୍ବା ଚର୍ତୁଦର୍ଶି ଦିନ ବେଲ ଗଛ ମୂଳେ ଧୂପ ଫୁଲ ଏବଂ ଭୋଗ ଓ ପଣା ଏହି ସବୁ ସମର୍ପଣ କରି ସେହି ବେଲ ଗଛର ଚେରକୁ ଆଣି ଏକ ଲାଲ ସୂତାରେ ଗୁନ୍ଥି ଶରୀରରେ ଧାରଣ କଲେ ବାହାରର ନକରାତ୍ମକ ଶକ୍ତି ତଥା ଦୃଷ୍ଟ ଶକ୍ତିକୁ ପ୍ରବେଶ କରିବାକୁ ଦେଇନଥାଏ।

belaaa

ପଞ୍ଚମ ହେଲା ଯେଉଁ ବ୍ୟକ୍ତି ଶିବଙ୍କର କିମ୍ବା ଦେବୀଙ୍କର ଆରାଧନା କରିଥାନ୍ତି ଏବଂ ସେମାନେ ବେଲ ଗଛର ମୁଳରେ ବସି ଶିଵ କିମ୍ବା ଦେବୀଙ୍କର ମନ୍ତ୍ର ଜପ କରନ୍ତି ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ ହଁ ରହେ ନାହିଁ। ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଗୃହରେ ଶାନ୍ତି ବଜାଇ ରଖିଥାଏ। ଘରର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ସୁ ସନ୍ତାନ ପ୍ରାପ୍ତି ହୋଇଥାଏ ଏବଂ ଘରର ଦକ୍ଷିଣ ଦିଗରେ ବେଲ ଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ। ବନ୍ଧୁଗଣ ଯଦି ଆପଣଙ୍କ ଘରେ ବେଲ ଗଛ ନଥାଏ ଯେ କୌଣସି ଦିନ ଯେ କୌଣସି ତିଥିରେ ବେଲ ଗଛକୁ ଆଣି ଘରେ ଲଗାଇପାରିବେ ଏବଂ ପୂଜା ମଧ୍ୟ କରିପାରିବେ। ଏହି ବେଲ ପତ୍ର ପ୍ରତେକ ଦିନ ସେବନ କଲେ ଶରୀରରେ ବଳ ଏବଂ ସୋନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ବନ୍ଧୁଗଣ ଆଶା କରୁଛି ଆପଣଙ୍କୁ ଆମର ଏହି ଅନୁଚିନ୍ତାଟି ଭଲ ଲାଗିଥିବ ତାହେଲେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରନ୍ତୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *