ଆଜି ଆମେ ଆପଣଙ୍କ ପାଖରେ କିଛି ବି ରୋଷେଇ ସମ୍ବନ୍ଧୀୟ କଥା କହିବୁ ନାହିଁ। ଆଜି ଆମେ କହିବୁ ଆପଣଙ୍କର ମଇଳା ହେଇ ପଡିଥିବା ଫ୍ରିଜକୁ କିପରି ସଫା କରିବେ ତାହା ବାବଦରେ। ତେବେ ବହୁତ ଲୋକଙ୍କର ଏହା ସମସ୍ୟା ଥାଏ କି ତାଙ୍କ ମଇଳା ହେଇଥିବା ଫ୍ରିଜକୁ ସେମାନେ ସଫା କିଭଳି କରିବେ। ଆଜି ତାହା ଆମେ ଆପଣଙ୍କ ପାଖରେ ଚର୍ଚା କରିବାକୁ ଯାଉଛୁ। ଆଉ ଏହା ମଧ୍ୟ କହିବୁ କି ଆପଣ ଆପଣଙ୍କର ଜମି ଯାଇଥିବା ବରଫ ମାନଙ୍କୁ କିପରି ତରଳାଇ ପାରିବେ।
ତେବେ ଫ୍ରିଜ ସଫା କରିବାର ସବୁଠୁ ଭଲ ସମୟ ହେଇଥାଏ ଯେତେବେଳେ ଆପଣଙ୍କ ଫ୍ରିଜର ପରିବା ସରି ସରି ଆସୁଥାଏ ଆଉ ଆପଣଙ୍କୁ ପରିବା ମାନଜକୁ ବାହାରେ ରଖିବାର ଥାଏ ସେତେବେଳେ। ତେବେ ଏହି ସମୟରେ ଜିନିଷ କମ ଥାଏ ଆଉ ସେମାନଙ୍କୁ ବାହାରେ ରଖିବାରେ ସହଜ ହୁଏ। ଆଉ ଜିନିଷ ଅଧିକ ଥିଲେ ସେଗୁଡିକୁ ବାହାର କରି ସଫା କରିବା କଷ୍ଟକର ହେଇଥାଏ।
ତେବେ ସବୁଠୁ ପ୍ରଥମେ ଆପଣ ଦେଖନ୍ତୁ କି ଆପଣଙ୍କ ଫ୍ରିଜ କିପରି ଗନ୍ଧ କରୁଛି। ଯଦି ଏହା ଅଧିକ ଗନ୍ଧ କରୁଛି ତାହେଲେ ଆପଣଙ୍କୁ ଖାଇବା ସୋଢ଼ା ଆଣିବାକୁ ହେବ। ଖାଇବା ସୋଢ଼ାର ବ୍ୟବହାର ଆଗରୁ ଆପଣ ଏହି ସ୍ଥାନ ମାନଙ୍କୁ ଭଲ ଭାବରେ ଏକ ଟିସୁ ପେପର ସହାୟତାରେ ସଫା କରି ଦିଅନ୍ତୁ। ତାହାପରେ ଆପଣ ସେହି ଥାକ ମାନଙ୍କୁ ବାହାରେ ଧୋଇବା ପାଇଁ ବାହାର କରନ୍ତୁ। ଫ୍ରିଜ ଭିତରେ ଲାଗିଥିବା ଅନାବନା ପତ୍ର ମାନଙ୍କୁ ବାହାର କରି ଦିଅନ୍ତୁ ଆଉ ତାକୁ ଆପଣ ଭଲ ଭାବରେ ସଫା କରି ଦିଅନ୍ତୁ।
ଏହାପରେ ଆପଣ ଆପଣଙ୍କ ସାଇଡ଼ ଡୋର ତଥା ଆପଣଙ୍କର ଅନ୍ୟାନ୍ୟ ଜିନିଷ ମାନଙ୍କୁ ତଦାରଖ କରନ୍ତୁ। ଯଦି ସେମାନେ ଅଧିକ ସଫା ନାହାନ୍ତି ତାହେଲେ ଆପଣ ସେଇଠି ହି ରଖି ଦିଅନ୍ତୁ ଆଉ ଯଦି ସେଗୁଡିକ ବହୁତ ଅଧିକ ମଇଳା ହେଇ ଯାଇଛି ତାହେଲେ ଆପଣ ତାକୁ ବାହାର କରି ଆଣନ୍ତୁ ଆଉ ସଫା କରିବାରେ ଲାଗି ଯାଆନ୍ତୁ। ଏହାପରେ ଆମେ ପ୍ରସ୍ତୁତ କରିବା ଆମର ବହୁତ ଅଧିକ ପ୍ରଭାବଶାଳୀ ଫ୍ରିଜ କ୍ଲିନର। ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ କାଚ ବାଟିରେ ଅଧା କପ ପାଣି ଆଣନ୍ତୁ।
ସେଥିରେ ଆପଣ ଗୋଟେ ଚାମଚ ବାର ଅଥବା ଯାହା ବି ଆପଣ ବାସନ ମାଜିବା ପାଇଁ ବ୍ୟବହାର କରନ୍ତି ତାହା ପକାନ୍ତୁ। ତାହାପରେ ଆପଣ ସେଥିରେ ଅଧା ଚାମଚ ଭିନେଗାର ପକାନ୍ତୁ। ଏହାପରେ ଆପଣ ଏହି ମିଶ୍ରଣ ମାନଙ୍କୁ ଭଲ ଭାବରେ ଗୋଳାଇ ତାହାକୁ ଏକ ସ୍ପ୍ରେ ବୋତଲ ରେ ରଖି ଦିଅନ୍ତୁ। ସ୍ପ୍ରେ ବୋତଲ ମାନଙ୍କରେ ରଖିବା ପରେ ଆପଣ ତାହାକୁ ଫ୍ରିଜ ଉପର ତଳ ସବୁ ଆଡେ ସ୍ପ୍ରେ କରି ତାହାକୁ ପୋଛି ଦିଅନ୍ତୁ ଯାହାଦ୍ୱାରା ଆପଣଙ୍କ ଫ୍ରିଜ ବହୁତ ସଫା ଆଉ ସୁନ୍ଦର ହେଇଯିବ।