ମହିଳା ମାନଙ୍କ ଠାରେ ଚୁଟି ଝଡ଼ିବାର ଚିକିତ୍ସା। ନିଶ୍ଚିତ ଜାଣନ୍ତୁ, କାମରେ ଆସିବ।

NEWS

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ ବିଷୟ କହିବାକୁ ଯାଉଛୁ ଯାହା କି ଆପଣଙ୍କ ସ୍ୱାସ୍ଥ୍ୟ ତଥା ଆପଣଙ୍କ ଚୁଟି ସହ ସିଧା ସଳଖ ଯୋଡ଼ା ଅଟେ। ଆପଣ ଜାଣନ୍ତି କି ଆମ ଶରୀର ସୁନ୍ଦର ଲାଗିବା ପାଇଁ ତଥା ଆମ ମୁହଁ ସୁନ୍ଦର ଲାଗିବା ପାଇଁ ଆମ ଚୁଟିର କିକି ଭୂମିକା ଥାଏ। ଏହା ଭଲ ରହିଲେ କେହି ବି ଅଧିକ ସୁନ୍ଦର ଆଉ ସୁଶୀଲ ଲାଗିଥାଏ। ତେବେ ଆଜିକାଲି ଏହି ଚୁଟି ଝଡ଼ିବା ବହୁତ ସାଧାରଣ କଥା ହେଇ ଯାଇଛି କାରଣ ଏହା ଆଜିକାଲି ସବୁ ଲୋକଙ୍କ ଭିତରେ ଦେଖା ଯାଉଛି। ଆଜିକାଲି ମହିଳା ମାନଙ୍କ ଭିତରେ ଚୁଟି ଝଡ଼ିବା ବହୁତ ସାଧାରଣ ହେଇଯାଇଛି ଆଉ ବହୁତ ଲୋକ ଏହାକୁ ନେଇ ଅଧିକ ଚିନ୍ତିତ ଅଛନ୍ତି।

ଏହାକୁ ଆମେ କିପରି ଚିକିତ୍ସା କରିବା ତାହା ବାବଦରେ ଆସନ୍ତୁ ଜାଣିବା। ପୁରୁଷ ମାନଙ୍କର ଚୁଟି ଝଡ଼ିବା ପ୍ରଣାଳୀ ଅଲଗା ହେଇଥାଏ ଆଉ ମହିଳା ମାନଙ୍କ ଠାରେ ତାହା ଆହୁରି ଅଲଗା ହେଇଥାଏ। ତେବେ ପୁରୁଷ ମାନଙ୍କର ଚୁଟି ମଝିଅରୁ ଝଡ଼ିବା ଆରମ୍ଭ ହେଇଥାଏ ଯାହା କି ଆପଣଙ୍କର ଲଣ୍ଡା ହେଇଯିବା ଉପରେ ନିର୍ଭର କରେ। ମାତ୍ର ମହିଳା ମାନଙ୍କର ଚୁଟି ସେଭଳି ଝଡ ନାହିଁ। ପୁରୁଷ ମାନଙ୍କର ଚୁଟି ମୁଣ୍ଡର ଆଗରୁ ଝଡ଼ିବା ଆରମ୍ଭ ହୁଏ ଯେତେବେଳେ କି ମହିଳା ମାନଙ୍କ ଠାରେ ତାହା ମଝିରୁ ଝଡେ ମାତ୍ର ତାହାର ଆଗ ଚୁଟି ସମ୍ପୂର୍ଣ ଭାବେ ଠିକ ରହିଥାଏ। ଏହାଦ୍ୱାରା ମହିଳା ମାନଙ୍କ କ୍ଷେତ୍ରରେ ଲଣ୍ଡା ହେବାର ସମ୍ଭାବନା କମ ଥାଏ।

hair 1
ତେବେ ଚୁଟି ଝଡ଼ିବାର କାରଣ ଆପଣଙ୍କୁ ଜାଣିବା ଦରକାର। ମହିଳା ମାନଙ୍କର ଯେତେବେଳେ କୈଶୋର ଆରମ୍ଭ ହୁଏ ତ ସେମାନଙ୍କର ମାସିକ ଚକ୍ର ହେବା ଆରମ୍ଭ ହେଇଯାଏ। ସେତେବେଳେ ତାଙ୍କ ଶରୀରରୁ ଅନେକ ପରିମାଣରେ ରକ୍ତ ଯାଏ। ରକ୍ତ ଯିବା ଦ୍ୱାରା ଅନେକ କିଛି କମିଯିବା ଆରମ୍ଭ ହେଇଯାଏ। ସେମାନଙ୍କ ଶରୀରରେ ଆଇରନ ଅଭାବ ଦେଖାଯାଏ ଯାହା କି ଚୁଟି ଝଡ଼ିବାର ମୂଳ କାରଣ ହେଇଥାଏ।

ମାସିକ ଚକ୍ରରେ ଅଧିକ ରକ୍ତ ବୋହିବା ଦ୍ୱାରା ଏହି ଅସୁବିଧା ଆରମ୍ଭ ହୁଏ। ତେବେ ମହିଳା ମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ୨୦ ବର୍ଷ ପରେ ହି ଆରମ୍ଭ ହେଇଯାଏ।ତେବେ ଏହାର ଚିକିତ୍ସା କଥା ଯଦି କହିବା ତାହେଲେ ବାଳ ଝଡ଼ିବାର ସବୁଠୁ ବଡ କାରଣ ହେଇଥାଏ ତାଙ୍କର ଆଇରନର ଅଭାବ। ତେବେ ଆମକୁ ବାସ ଏହା ଜାଣିବାର ଅକିଛି କି ସେମାନଙ୍କର ବାଳ ଝଡ଼ିବାର ମୁଖ୍ୟ କାରଣ କଣ ଆଉ ତାହା କଣ ପାଇଁ ହେଉଛି।

hair 2

ତେବେ ଏହି କାରଣ ଜାଣିସାରିବା ପରେ ଆମକୁ ତାଙ୍କ ବାଳ ଝଡ଼ିବା ଅଟକାଇବାକୁ ହେବ। ଆଇରନ ବଢ଼େଇବା ପାଇଁ ଟ୍ୟାବ୍ଲେଟ ନେବା ଆବଶ୍ୟକ ଅଥବା ଖାଦ୍ୟ ସେଭଳି ଖାଇବା ଦରକାର। ତେବେ ଏହି ପ୍ରକାରେ ମହିଳା ମାନଙ୍କର ବାଳ ଝଡ଼ିବା ନିୟନ୍ତ୍ରଣ କରି ହେବ।

Leave a Reply

Your email address will not be published. Required fields are marked *