dait

ଆପଣ ଓଜନ କିପରି କମେଇବେ। ଆସିଗଲା ମାଷ୍ଟର ପ୍ଲାନ।

HEALTH

ଏଠାରେ ମୁଁ ଆପଣମାନଙ୍କୁ କିପରି ଡାଏଟରେ ରହିବେ। ଆପଣ ସକାଳୁ ସଞ୍ଜ ପର୍ଯ୍ୟନ୍ତ କଣ ଖାଇବେ ତାହା ଏଠାରେ ଆପଣଙ୍କୁ କହିବି। ମୁଁ ଯେଉଁ ସବୁ ଖାଦ୍ୟ କହିବି ତାହା ସହଜରେ ମିଳିପାରିବ। ସକାଳୁ ଉଠିବା ମାତ୍ରେ ଆପଣ ବିନା ମୁହଁ ଧୋଈ ତମ୍ବା ପାତ୍ରରେ ରଖିଥିବା ପାଣି ପିଇବା ଉଚିତ୍। ବିନା ମୁଁହ ଧୋଇବାରେ ପାଣି ପିଇଲେ ଯେଉଁ ନାଳ ଥାଏ ତାହା ପାଟିରୁ ପେଟକୁ ଯାଇଥାଏ ଏବଂ ଏହା ଖାଦ୍ୟକୁ ହଜମ କରିବାରେ ସହାୟକ ହୁଏ।

ରାତି ସାରା ତମ୍ବା ସେ ପାଣିକୁ ଚାର୍ଜ କରିଥାଏ ଯାହାକି ଆମ ଓଜନ କମେଇବାରେ ସହାୟକ ହୁଏ।ସକାଳୁ ଉଠୁ ଉଠୁ ୨,୩ ଗ୍ଲାସ ପାଣି ପିଅନ୍ତୁ କାରଣ ଏହା ଆମ ଓଜନ କମାଇବାରେ ସହାୟକ ହୁଏ।ଯଦି ସକାଳୁ ଉଠି ଚା କିମ୍ବା କଫି ପିଇବାର ଅଭ୍ୟାସ ଅଛି ତେବେ ତାହାକୁ ବନ୍ଦ୍ କରିବାକୁ ହେବ।ଆପଣ ଫ୍ରେସ ହୋଇସାରିବା ପରେ କୌଣସି ଏକ ଫଳ ଖାଆନ୍ତୁ।

water

ଆପଣ ସକାଳୁ ଯେତେ ଚେଷ୍ଟା କରନ୍ତୁ ପ୍ରୋଟିନ ଥିବା ଖାଦ୍ୟ ଖାଇବାକୁ କାରଣ ଏହା ଖାଇଲେ ଆମକୁ ବହୁତ୍ ସମୟ ପର୍ଯ୍ୟନ୍ତ ଭୋକ ହୋଇନଥାଏ।ଆପଣ ମଇଦାକୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଦିଅନ୍ତୁ କାରଣ ଏଥିରେ ବହୁତ ପରିମାଣରେ ଫ୍ୟାଟ ରହିଛି। ଏବଂ ଆପଣ ସକାଳ ଜଳଖିଆ ଏବଂ ଲଂଚ ମଧ୍ଯରେ ୨,୩ ଗ୍ଲାସ ପାଣି ପିଅନ୍ତୁ।

ରିଫାଇନ ତେଲକୁ ପୁରା ଦୂରେଇ ଦିଅନ୍ତୁ କାରଣ ଏହା ଓଜନ ବଢ଼ାଇବାରେ ସାହାଯ୍ୟ କରେ। ଆପଣ ଲଂଚରେ ଭାତ କିମ୍ବା ରୁଟି ସହିତ କିଛି ପ୍ରୋଟିନ ଥିବା ଖାଦ୍ୟ ଖାଇପାରିବେ। ଆପଣ ଖାଇସାରିବା ପରେ ୧ କପ୍ ଦହି ମଧ୍ୟ ଖାଇବା ଉଚିତ। ସନ୍ଧ୍ୟାବେଳେ ପ୍ରାୟତ ଅଧିକାଂଶ ଲୋକ ବାହାର ଖାଦ୍ୟକୁ ପସନ୍ଦ କରନ୍ତି କିନ୍ତୁ ଏହା ଦେହ ପାଇଁ ବହୁତ୍ ଖରାପ। ଆପଣ ସନ୍ଧ୍ୟା ବେଳେ ସୋଲା କିମ୍ବା ବାଦାମ ଖାଇଲେ ଭଲ।

dahi
ଆପଣ ବାହାରେ ଖାଇବା କମେଇ ଘରର ଖାଈବା ଖାଇଲେ ସ୍ୱାସ୍ଥ୍ୟ ପାଇଁ ଭଲ। ରାତିରେ ଦିନ ଅପେକ୍ଷା କମ ପରିମାଣରେ ଖାଇଲେ ଚଳିବ କିନ୍ତୁ ଆମେ ଆମ ରାତ୍ର ଭୋଜନକୁ ଶୀଘ୍ର କରିବାର ଅଛି। କାରଣ ରାତି ଶୀଘ୍ର ଭୋଜନ କଲେ ଏହା ହଜମ ଶୀଘ୍ର ହୋଇଥାଏ। ରାତିରେ ଖାଇସାରିବା ପରେ କିଛି ସମୟ ଚାଲିବା ଉଚିତ୍। କାରଣ ଚାଲିଲେ ଆମ ଖାଦ୍ୟ ହଜମ ହୋଇପାରେ। ଏବଂ ଠିକ୍ ଶୋଇବାର ଅଧ୍ ଘଣ୍ଟା ପୂର୍ବରୁ ଆମେ ପ୍ରତିଦିନ ଏକ ଗ୍ଲାସ ଉଷୁମ କ୍ଷୀର ପିଇବା ଦ୍ଵାରା ଆମ ଶରୀରର ଅନେକ ଲାଭ ହେବ।

Leave a Reply

Your email address will not be published. Required fields are marked *