ଆଜିର ସମାଜରେ ଆମକୁ ବିଭିନ୍ନ କାମ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡୁ ନାହିଁ।କାରଣ ଆଜିର ଯୁଗରେ ବିଭିନ୍ନ ଯାନ୍ତ୍ରିକ ଉପାୟରେ ଆମେ ଆମର କାମ ଗୁଡାକୁ ସବୁ ଖୁବ ଶୀଘ୍ର କରିଦେଉଛୁ।ଯେମିତିକି ପୁରୁଣା ଯୁଗରେ ଲୋକ ମାନେ ପରସ୍ପର ସହିତ କଣ୍ଟାକ୍ଟ ରଖିବା ପାଇଁ ବିଭିନ୍ନ ଚିଠି ମାଧ୍ୟମରେ ନିଜର କଥାକୁ ପ୍ରକାଶ କରୁଥିଲେ।କିନ୍ତୁ ଆଜିର ସମାଜରେ ଆଉ ଚିଠି ଦିଆ ନିଆ ଚାଲୁ ନାହିଁ।ଆମର ବର୍ତ୍ତମାନ ମୋବାଇଲ ଯୁଗ।ଆମର ସମସ୍ତ କଥାବାର୍ତ୍ତା ଠାରୁ ଆରମ୍ଭ କରି ସବୁ କିଛି କାମକୁ ଆମେ ମାନେ ମୋବାଇଲ ବା ଇଣ୍ଟରନେଟର ସହାୟତାରେ କରିଥାଉ।ଯାହା ଦ୍ୱାରା ଆମକୁ କମ ସମୟ ମଧ୍ୟରେ ଅଧିକ କାମ କରିବାର ସୁଯୋଗ ମିଳିଥାଏ।ଏହା ଦ୍ୱାରା ଆମେ ବହୁତ ମାତ୍ରାରେ ଉପକୃତ ହେଉଛୁ।ଯେବେ ଠାରୁ ଏହି ମେଡ଼ିକାଲ ବିଜ୍ଞାନ ଆସିଛି ସେବେ ଠାରୁ ଆମର ବଡ ବଡ ଗାଡି ଧକାରେ ହେଉଥିବା ଆଘାତ ଭଳି ବିଭିନ୍ନ ପ୍ରକାରର ରୋଗର ଉପଚାର କରାଯାଇ ପାରୁଛି ଅତି ସହଜ ଉପାୟରେ।
ଆଜିର ମେଡିକାଲ ବିଜ୍ଞାନ ଏତେ ପରିମାଣରେ ଉନ୍ନତି କରିଛି ଯେ ବିଭିନ୍ନ ପ୍ରକାରର ରୋଗର ଉପଚାର କରାଯାଉଛି।ଆଗକାଳରେ ଯେତେବେଳେ କୌଣସି ବଡ ରୋଗ ହେଉଥିଲା ତାର ଉପଚାର ଅତି ସହଜରେ ହୋଇପାରୁ ନଥିଲା।ଏହି ଲୋକ ମାନେ ମେଡିକାଲ ବିଜ୍ଞାନ ବଦଳରେ ଅନ୍ଧବିଶ୍ୱାସ ଉପରେ ବହୁତ ବିଶ୍ୱାସ କରୁଥିଲେ।ସେତେବେଳେ ଯୁଗରେ ଯଦି କାହାର ଦେହ ଖରାପ ହେଉଥିଲା ସେମାନେ ଡାକ୍ତରଙ୍କର ପାଖକୁ ନଯାଇ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିଲେ ଯେପରି ଲୋକଟି ଭଲହେଇଯାଉ ବୋଲି।ଆଗକାଳରେ ଥିବା ଲୋକ ମାନେ ବଳି ଦେବାରେ ବ୍ୟସ୍ତ ଥିଲେ।ଯଦି କାହାର ଫସଲ ଭଲ ହେଉ ନାହିଁ।ତେବେ ସେହି ବ୍ୟକ୍ତିଟି ନିଜର ଜମିରେ କୌଣସି ଏକ ଶିଶୁର ବଳି ଦେଉଥିଲେ।ସେମାନଙ୍କର କହିବା ଅନୁଯାୟୀ ବଳି ଦେବା ଦ୍ୱାରା ଫସଲ ଭଲ ହୋଇଥାଏ।
ଯଦିବା କୌଣସି ଲୋକ ଭୟଙ୍କର ରୋଗରେ ପୀଡିତ ଅଛି ସେଠାରେ ଥିବା ଲୋକ ମାନେ ଅନ୍ୟ ଜଣେ ଶିଶୁକୁ ବଳି ଦେଉଥିଲେ।ଯାହା ଦ୍ୱାରା ସେହି ରୋଗରେ ପୀଡିତ ଲୋକଟି ଭଲହୋଇଯିବ ।ଆଗକାଳରେ ଯେତେବେଳେ ଏହି ମେଡିକାଲ ବିଜ୍ଞାନ ଏତେ ଉନ୍ନତି କରି ନଥିଲା ସେତେବେଳେ ଡାକ୍ତର ମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଥିଲେ।ସେଥି ମଧ୍ୟରୁ ଏମିତି କିଛି ଉପାୟ କରୁଥିଲେ ଯାହାକି ବହୁତ ଭୟଙ୍କର ଥିଲା।ଯେତେବେଳେ କୌଣସି ଲୋକର ରକ୍ତ ପରୀକ୍ଷା କରାଯାଉଥିଲା।ଡାକ୍ତର ମାନେ ସେହି ଲୋକଟିର ରକ୍ତ ପାଇବା ପାଇଁ କୌଣସି ଏକ ଧାରୁଆ ଜିନିଷର ବ୍ୟବହାର କରୁଥିବା ବେଳେ ଅନେକ ଥର ସେମାନେ ଜୋକ ର ବ୍ୟବହାର କରୁଥିଲେ।ଜୋକ ଦ୍ୱାରା ସେମାନେ ସେହି ବ୍ୟକ୍ତିଟିର ରକ୍ତକୁ କାଢ଼ିପାରୁ ଥିଲେ।ସେତେବେଳେ ଡାକ୍ତର ମାନଙ୍କୁ ଏହା ଲାଗୁଥିଲା କି ଯଦି ଆମକୁ କୌଣସି ରୋଗ ହେଉଛି ତେବେ ରକ୍ତ କାଢ଼ିବା ଦ୍ୱାରା ସେହି ରୋଗଟି ଆମର ଶରୀରରୁ ବାହାରିଯାଇ ଥାଏ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।