nadia

ନଡିଆର ଫାଇଦା।

HEALTH

ଆମ ପ୍ରକୃତି ଆମକୁ ଏତେ ପରିମାଣରେ ଖାଦ୍ୟ ତଥା ପାନୀୟ ପ୍ରଦାନ କରିଥାଏ ଯାହାକୁ ଆମେ ସେବନ କରିବା ପରେ ବି ତାହା ବଳିଥାଏ। ତେବେ ଏପରି ଅନେକ ଫଳ ତଥା ପନିପରିବା ଅଛି ଯାହା କି ଆମକୁ ଆମ ଚତୁର୍ପାଶ୍ୱରେ ମିଳେ ମାତ୍ର ଆମକୁ ଜଣା ହି ନଥାଏ କି ତାହାର ଫାଇଦା କଣ କଣ ଅଟେ। ସେହିପରି ହି ଆଉ ଏକ ଫଳ ବାବଦରେ ଆଜି ଆମେ କହିବାକୁ ଯାଉଛୁ ଯାହାର ନାମ ହେଉଛି ନଡ଼ିଆ।

ଆଜ୍ଞା ହଁ ଆପଣ ଜାଣନ୍ତି କି ନଡ଼ିଆ ଆମ ଦୈନନ୍ଦିନ ଜୀବନରେ ଅନେକ କାମରେ ଲାଗିଥାଏ ଆଉ ଏହାକୁ ଠାକୁର ପୂଜା ଠାରୁ ଆରମ୍ଭ କରି ଅନେକ ଭୋଗ ରାଗରେ ବ୍ୟବହାର କରାଯାଏ। ମାତ୍ର ଏହାର ଏତେ ଅଧିକ ଫାଇଦା ରହିଥାଏ ତାହା ବାବଦରେ ହୁଏତ ଆପଣ ଅଜଣା ଥିବେ। ଆଜି ଆମେ ଆପଣଙ୍କ ପାଖେ ନଡ଼ିଆର ଫାଇଦା ବାବଦରେ କହିବାକୁ ଯାଉଛୁ।ନଡିଆ ଖାଇବାକୁ ସବୁ ଲୋକ ପସନ୍ଦ କରନ୍ତି ନାହିଁ ମାତ୍ର କିଛି ଲୋକ ନିଶ୍ଚୟ ପସନ୍ଦ କରନ୍ତି।

coconut

ଆଉ କିଛି ଲୋକ ଥାଆନ୍ତି ଯାହାଙ୍କୁ କି ନଡିଆ ଖାଇବା ଜମା ବି ପସନ୍ଦ ନୁହଁ। ତେବେ ଆଜିର ନଡ଼ିଆ ଫାଇଦା ଏଭଳି ଅଟେ କି ଖାଉ ନଥିବା ଲୋକ ମଧ୍ୟ ନଡ଼ିଆ ଖାଇବାକୁ ଆରମ୍ଭ କରିବ। ତେବେ ଆପଣଙ୍କ ପାଖରେ ଆଜି ଆମେ ନଡିଆର ଏହିଭଳି ଫାଇଦା ମାନଙ୍କ ବାବଦରେ କହିବୁ। ଆପଣ ଜାଣନ୍ତି କି ନଡ଼ିଆ ଏକ ଏଭଳି ଫଳ ଯାହା କୁ ଭିଟାମିନ, ଆମୀନୋ ଏସିଡ ତଥା ପ୍ରୋଟିନ ମାନଙ୍କର ବଡ ଉତ୍ସ ଅଟେ। ଏହାର ସେବନ ଆମ ଶାରୀରିକ ଆବଶ୍ୟକତା ମାନଙ୍କୁ ପୁରା କରିଥାଏ। ଏହାର ସେବନ ଦ୍ୱାରା ଆମ ଶରୀର ସୁସ୍ଥ ରହେ ଆଉ ଆମକୁ କିଛି ବି ପ୍ରକାରେ ଅସୁବିଧା ହୁଏ ନାହିଁ।

ରାତିରେ ଶୋଇବା ଆଗରୁ ଆପଣ ନଡ଼ିଆର ଛୋଟ ଖଣ୍ଡ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ଅନେକ ଫାଇଦା ମିଳିଥାଏ ଆଉ ଏହାଦ୍ୱାରା ଆପଣଙ୍କ ଶରୀରରେ ଇମ୍ମ୍ୟୁନିଟି ଅଧିକ ହେଇଥାଏ ଆଉ ଆପଣଙ୍କ ଶରୀର ନୀରୋଗ ରହିଥାଏ। ଏହା ଆପଣଙ୍କ ପାଚନ କ୍ରିୟା ସହିତ ଆପଣଙ୍କ ମସ୍ତିଷ୍କକୁ ମଧ୍ୟ ଟାର୍ଗେଟ କରିଥାଏ ଯାହାଦ୍ୱାରା କି ଆପଣଙ୍କ ମସ୍ତିଷ୍କ ମଜବୁତ ହେଇଥାଏ ଆଉ ଆପଣଙ୍କ ସବୁ କାର୍ଯ୍ୟରେ ମନ ଲାଗିଥାଏ। ଆପଣଙ୍କ ଶରୀର ସମ୍ପୂର୍ଣ ରୂପେ ଫିଟ ରହେ। ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରରୁ ପାଣିର ଅଭାବ ମଧ୍ୟ ଦୂର ହୁଏ।

coconut 1
ନଡିଆ ଖାଇବା ଦ୍ୱାରା ଆପଣଙ୍କ ପାଚନ କ୍ରିୟା ମଜବୁତ ହେଇଥାଏ କାରଣ ଏଥିରେ ଫାଇବର ଅଧିକ ଥାଏ। ନଡ଼ିଆ ଭିତରେ ଭିଟାମିନ ଅଧିକ ଥାଏ ଯାହା କି ଆପଣଙ୍କ ପେଟ ବେମାରି ଦୂର କରେ। ଯାହାଙ୍କୁ ବାନ୍ତି ଆସୁଥାଏ, ଯଦି ଆପଣ ନଡିଆର ଛୋଟ ଖଣ୍ଡ ନିଜ ମୁହଁରେ ରଖି ଧୀରେ ଧୀରେ ଚୋବେଇବାକୁ ଆରମ୍ଭ କରିବେ ତାହେଲେ ଆପଣଙ୍କୁ ଆରାମ ମିଳିଥାଏ। ଆପଣଙ୍କ ମସ୍ତିଷ୍କ ସୁସ୍ଥ ରଖିବା ପାଇଁ ନଡ଼ିଆ ବହୁତ ଅଧିକ ଫାଇଦା ଦେଇଥାଏ।।

Leave a Reply

Your email address will not be published. Required fields are marked *