food

ଶୀତଦିନେ ଖାଇବାକୁ ଥିବା ଖାଦ୍ୟ। ଯାହା ବଢ଼ାଇବ ଇମ୍ମୁନିଟି।

HEALTH

ଆମ ଦୈନନ୍ଦିନ ଜୀବନରେ ଖାଦ୍ୟର ଭୂମିକା କେତେ ତାହା ସେହି ଲୋକକୁ ହି ଜଣା ଯିଏ କି ଖାଦ୍ୟ ଠିକ ସେ ଖାଆନ୍ତି ନାହିଁ। ତେବେ ସିତଦିନରେ ଆମକୁ ବିଶେଷ କରି ବେସି ଥଣ୍ଡା ଜ୍ୱର ତଥା ଅନ୍ୟାନ୍ୟ ଥଣ୍ଡା ଜନିତ ରୋଗ ଅଧିକ ହେଇଥାଏ। ଏହି ରୋଗ ପାଇଁ ଆମେ ଅଧିକ ଔଷଧ ଖାଇବା ଠାରୁ ବହୁତ ଭଲ କି ଆମେ ସେହି ଋତୁ ଜନିତ ମିଳୁଥିବା ଖାଦ୍ୟ ମାନଙ୍କର ସେବନ କରିବା। ସିତଦିନରେ ଆମକୁ ବେସି ଗାଜର, ଆଳୁ ତଥା ମୂଳା ଭଳି ଚେର ଜାତୀୟ ଖାଦ୍ୟ ମିଳିଥାଏ। ଏହି ପନିପରିବା ଆମକୁ ବହୁତ ପ୍ରକାରର ଖାଦ୍ୟସାର ପ୍ରଦାନ କରିଥାଏ ଆଉ ତାହା ଆମ ପାଇଁ ଜରୁରୀ ମଧ୍ୟ ହେଇଥାଏ। ତେବେ ଆଜି ଆମେ ଆପଣଙ୍କ ପାଖରେ ଏକ ଗୁରୁତ୍ତ୍ୱପୂର୍ଣ ବିଷୟରେ କହିବୁ।

ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚା କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ଶୀତ ଦିନରେ ମିଳୁଥିବା ପନିପରିବା ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ଦୈନନ୍ଦିନ ଜୀବନରେ ବହୁତ ପ୍ରଭାବ ପକାଇଥାଏ।

patato
ତେବେ ଆପଣ ଯଦି ଶୀତଦିନରେ ଗାଜର, ବିଟ ତଥା ଅନ୍ୟାନ୍ୟ ପନିପରିବା ସେବନ କରନ୍ତି ତାହେଲେ ଏହା ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନ ଠିକ କରିଥାଏ ଆଉ ଆପଣଙ୍କ ଆଖିର ଦୃଷ୍ଟି ଠିକ ରଖିଥାଏ। ଆପଣଙ୍କ ହାଡ ମଜବୁତ ହେଇଥାଏ ତଥା ଆପଣଙ୍କ ଶରୀର ପୁରା ଫିଟ ରହିଥାଏ। ବିଟ ମଧ୍ୟ ଆପଣଙ୍କ ଶରୀରରେ ଆଣ୍ଟି ଅକ୍ସିଡାଣ୍ଟର ସ୍ତର ଅଧିକ କରିଥାଏ ଯାହା କି ଆପଣଙ୍କୁ ରୋଗପ୍ରତରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଇଥାଏ।

carrot
ମିଠା ଆଳୁ ଅଥବା କନ୍ଦ ମଧ୍ୟ ଶ୍ବେତସାରର ଏକ ବହୁତ ବଡ଼ ଉତ୍ସ ହେଇଥାଏ। ଏହା ଆପଣଙ୍କ ଶରୀରରେ ଶକ୍ତି ପ୍ରଦାନ କରିଥାଏ ଆଉ ଆପଣଙ୍କ ହୃଦୟ ପାଇଁ ବହୁତ ଲାଭଦାୟକ ହେଇଥାଏ। ଆପଣ ଏହାକୁ ଆଳୁ ଭର୍ତ୍ତ ରୂପେ ଗ୍ରହଣ କରିପାରିବେ ତଥା ଆପଣ ଏହାକୁ ସାଲାଡ କରି ମଧ୍ୟ ଖାଇପାରିବେ। ସାଲାଡ କରି ଖାଇବା ଦ୍ୱାରା ଆପଣଙ୍କର ସ୍ୱାଦ ମଧ୍ୟ ଠିକ ରହେ ଆଉ ଆପଣଙ୍କୁ ତାହାର ତତ୍ତ୍ୱ ମଧ୍ୟ ମିଳେ।

ସୋରିଷ, ପାଳଙ୍ଗ ତଥା ଗ୍ରୀନ ମଟର ମଧ୍ୟ ଶୀତଦିନରେ ଅନେକ ପରିମାଣରେ ମିଳେ। ତେବେ ଏହି ଗୁଡିକ ମଧ୍ୟ ଆପଣଙ୍କ ଶରୀର ପାଇଁ ଲାଭଦାୟକ ହେଇଥାଏ। ଏଗୁଡିକ ଭିଟାମିନ ସି ରେ ଭରପୁର ଥାଏ ଯାହା କି ଆପଣଙ୍କୁ ଦୃଷ୍ଟି ଶକ୍ତି ପ୍ରଦାନ କରିଥାଏ।

Leave a Reply

Your email address will not be published. Required fields are marked *