ପନିପରିବା ଖାଇବାର ଫାଇଦା।

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ବସ୍ତୁ ନେଇକି ଆସିଛୁ ଯାହା କି ଆପଣଙ୍କର ଜାଣିବା ଦରକାର। ତେବେ ଆଜି ଆମେ ଆପଣଙ୍କ ପାଖରେ ପନିପରିବା ଖାଇବାର ଫାଇଦା ବାବଦରେ କହିବାକୁ ଯାଉଛୁ। ପନିପରିବା ଆମ ଖାଦ୍ୟର ଏକ ବହୁତ ମହତ୍ତ୍ୱପୂର୍ଣ ଅଂଶ ଅଟେ। ତେବେ ଏହାକୁ ଖାଇବା ଦ୍ୱାରା ଆମକୁ ଅନେକ କିଛି ଫାଇଦା ହେଇଥାଏ ଆଉ ତାହା ଭିତରୁ ଅନେକ ରୋଗପ୍ରତିରୋଧକ ଶକ୍ତି ଉପରେ ନିର୍ଭର କରିଥାଏ।

ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚା କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ପନିପରିବା ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ଦୈନନ୍ଦିନ ଜୀବନରେ ବହୁତ ପ୍ରଭାବ ପକାଇଥାଏ।

exe
ଆପଣ ପନିପରିବା ନିଶ୍ଚୟ ସେବନ କରୁଥିବେ ଯେହେତୁ ଏହା ଖାଦ୍ୟସାର ମାନଙ୍କର ଭଣ୍ଡାର ହେଇଥାଏ। କର୍କଟ ରୋଗ ସହ ଲଢ଼ିବା ଠାରୁ ଆରମ୍ଭ କରି ଆପଣଙ୍କର ପେଟ ଜନିତ ରୋଗ ସବୁ କିଛି ଏହା ଦୂର କରିଥାନ୍ତି। ଶରୀରକୁ ପୃଷ୍ଟିସାର ତଥା ସ୍ନେହସାର ଇତ୍ୟାଦି ପ୍ରଦାନ ମଧ୍ୟ କରିଥାନ୍ତି। ପ୍ରତଦିନ ଆବଶ୍ୟକ ମୁତାବକ ପରିବା ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଭିଟାମିନ ମାନଙ୍କର ଅଭାବ ରହେ ନାହିଁ ଆଉ ଏହା ଆପଣଙ୍କୁ ଅନେକ ପ୍ରକାର ଖାଦ୍ୟସାର ପ୍ରଦାନ କରିଥାଏ। ଭିଟାମିନ ଏ, ସି ତଥା ଭିଟାମିନ ବି ସିରିଜର ସବୁ ଭିଟାମିନ ଆମ ଶରୀରକୁ ମିଳିଥାଏ। ଗାଜର ଖାଇବା ଦ୍ୱାରା ଆମକୁ କ୍ୟାରୋଟିନଏଡ଼ ମିଳିଥାଏ ଯାହା କି ଆମ ରକ୍ତ ତିଆରି କରିଥାଏ।

tomato

ଟମାଟୋ ଖାଇବା ଦ୍ୱାରା ଆମକୁ ଭିଟାମିନ ସି ମିଳେ ଯାହା ଆମ ରକ୍ତ ସଫା କରେ। ଅଧିକ ପରିବା ସେବନ କରିବା ଦ୍ୱାରା ଆମ ହଜମ କ୍ରିୟା , ଆମ ଶାରୀରିକ ରେଚନ କ୍ରିୟା ତଥା ଆମ ଅନ୍ୟାନ୍ୟ ଶାରୀରିକ କ୍ରିୟା ଠିକ ରହେ। ଆମ ରକ୍ତଚାପ ଠିକ ରହେ ଆଉ ହୃଦ୍ଘାତରୁ ଆମକୁ ମୁକ୍ତି ମିଳେ। ଆମ ରକ୍ତ ଶରୀରରେ ଠିକ ଭାବେ ପ୍ରବାହିତ ହୁଏ।

ତେବେ ସବୁ ପ୍ରକାର ପରିବା ମିଶାଇ ଖାଇବାର ଏକ ତରିକା ଅଛି। ଏହାପାଇ ଆପଣଙ୍କୁ ଏକା ସାଙ୍ଗରେ ବହୁତ ସାରା ପନିପରିବା ଆଣି ତାକୁ ତରକାରୀ କରିବାକୁ ପଡିବ ଯାହାଦ୍ୱାରା କି ଆପଣଙ୍କ ଶରୀରକୁ ଏକା ସାଙ୍ଗରେ ଅନେକ ପ୍ରକାର ଖାଦ୍ୟସାର ମିଳିଯିବ। ଆପଣଙ୍କୁ କ୍ୟାପିସିକମ, ଗାଜର, ବିଟ, ବିନସ୍ ଇତ୍ୟାଦି ଆଣି ତାହାକୁ ଭଲ ଭାବରେ କାଟି ସେଥିରେ ଦୁଇ ଚାମଚ ଘିଅ ତଥା ଗୋଟେ ଚାମଚ ଲୁଣ ପକାଇ ଖାନ୍ତୁ। ଆପଣଙ୍କର ସବୁ ଆବଶ୍ୟକତା ପୁରା ହେବ।

Leave a Reply

Your email address will not be published. Required fields are marked *