ସ୍କିନ କେୟାରର ସବୁଠୁ ଭଲ ରୁଟିନ |

HEALTH

ଆପଣ ଜାଣନ୍ତି କି ଆଜିର ଦୁନିଆରେ ପ୍ରଦୂଷଣର ମାତ୍ରା କେତେ ଅଧିକ ଅଛି ଆଉ ଏହି ସମୟରେ ଲୋକଙ୍କର ଏହି ବ୍ୟସ୍ତତା ଭିତରେ ନିଜର ଶରୀରର ଧ୍ୟାନ ରଖିବା ପାଇଁ ସମୟ ହେଉନାହିଁ। ତେବେ ଏହି ସମୟରେ ଲୋକଙ୍କର ନିଜର ମୁହଁ ତଥା ଚର୍ମର ଧ୍ୟାନ ରଖିବା ପାଇଁ ମଧ୍ୟ ସମୟ ନାହିଁ। ତେବେ ଆଜି ଆମେ ଆପଣଙ୍କ ପାଖରେ ଆପଣଙ୍କ ଚର୍ମର ଧ୍ୟାନ ରଖିବା ପାଇଁ କିଛି ଏପରି ପ୍ରକ୍ରିୟା ନେଇକି ଆସିଛୁ ଯାହା କି ସମ୍ପୂର୍ଣ ରୂପେ ପ୍ରାକୃତିକ ଅଟେ ଆଉ ଏହା କରିବା ଦ୍ୱାରା ଆପଣଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ। ଆପଣଙ୍କ ପକେଟ ପୁରା ଖାଲି ରହିବ ଆଉ ଆପଣଙ୍କୁ ଆପଣଙ୍କ ସ୍କିନ ମଧ୍ୟ ଠିକ ଠାକ ଲାଗିବ।

ତେବେ ଆଜି ଆମେ କହିବାକୁ ଯାଉଥିବା ପ୍ରକ୍ରିୟା ସମ୍ପୂର୍ଣ ରୂପେ ପ୍ରାକୃତିକ ଅଟେ ଯାହା ଭିତରେ କି ଆମେ ଆମ କିଚେନ ଭିତରର ଜିନିଷ ହି ବ୍ୟବହାର କରିବୁ ଆଉ ଏହାଦ୍ୱାରା ଆପଣଙ୍କୁ ଜମା ବି ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। ଯେଉଁ ମାନଙ୍କ ପାଖରେ ଏହି ସବୁ କାମ ପାଇଁ ସମୟ ନାହିଁ ସେମାନେ ମଧ୍ୟ ସହଜରେ ଏହା କରି ପାରିବେ। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।

facee
ସବୁଠୁ ପ୍ରଥମେ ଆମେ ତିଆରି କରିବୁ ଫେସ ୱାସ୍ । ଏହା ତିଆରି କରିବା ପାଇଁ ଆପଣ ଏକ ବାଜି ଆଣନ୍ତୁ ଆଉ ଏହା ଭିତରେ ଆପଣ ଗୋଟେ ଚାମଚ ବେଶନ ରଖନ୍ତୁ। ବେଶନ ଯାହା କି ସମ୍ପୂର୍ଣ ରୂପେ ପରିଷ୍କାର ରହିବା ଦରକାର। ବେଶନ ସହ ଆପଣ ସମାନ ପରିମାଣର ହଳଦୀ ମଧ୍ୟ ଆଣନ୍ତୁ ଆଉ ତାହା ସହିତ ଭଲ ଭାବରେ ମିଶାଇ ଦିଅନ୍ତୁ। ହଳଦୀ ନ ଆଣିଲେ ଆପଣ ଚନ୍ଦନ ପାଉଡର ଅଥବା ମୁଲତାନୀ ମାଟି ମଧ୍ୟ ମିଶାଇ ପାରିବେ ଯାହା କି ଆପଣଙ୍କ ଚର୍ମ ପାଇଁ ବହୁତ ଉତ୍ତମ ଅଟେ।

ଆପଣ ତାହାପରେ ସାଧାରଣ ଭାବେ ପାଣି ମିଶାନ୍ତୁ। ଆପଣ ଏହାକୁ ସବୁଦିନ ନିଜର ଚର୍ମ ଉପରେ ରଖିବା ପାଇଁ ବାଥ୍ରୂମରେ ଏହାକୁ ଗୋଳାଇ ଏକ ଡବାରେ ହି ରଖି ଦିଅନ୍ତୁ। ଏହାପରେ ଆପଣ ତାହାକୁ ନିଜ ମୁହଁରେ ହାଲକା ଭାବେ ଲଗାଇ ତାହାକୁ ପ୍ରାୟ ଦୁଇ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ ଯାହାଦ୍ୱାରା କି ଆପଣଙ୍କ ମୁହଁ ପୁରା ଗ୍ଲୋ କରିବାକୁ ଲାଗିବ।

water
ଏହାପରେ ଆମେ ବନେଇବା ସ୍କ୍ରବ। ଏହାପାଇ ଆପଣ ଗୋଟେ ଚାମଚ ବେଶନ, ସେଥିରେ ଅଧା ଚାମଚ କଫି ତଥା ତାହାପରେ ଅଧା ଚାମଚ ଚିନି ନିଅନ୍ତୁ। ଚିନି ଆପଣଙ୍କ ସ୍କିନ ଉପରେ ସ୍କ୍ରବର କାମ କରିବ। ଏହାପରେ ଅଧା ଚାମଚ ହଳଦୀ ନିଅନ୍ତୁ ଆଉ ଏକ ଅଧା ଲେମ୍ବୁ ଆଣି ସେଥିରେ ପକାଇ ଦିଅନ୍ତୁ। ଏହାଦ୍ୱାରା ଆପଣ ନିଜର ସ୍କ୍ରବର ପ୍ରସ୍ତୁତ କରିପାରିବେ। ତାହାପରେ ଆପଣ ନିଜ ସ୍କିନ ଉପରେ ଏହାକୁ ଭଲ ଭାବରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁ ପୁରା ସଫା ହେଇଯିବ।

Leave a Reply

Your email address will not be published. Required fields are marked *