food

ଭାରତୀୟ ବ୍ରେକଫାଷ୍ଟ ଅପ୍ସନ ।

HEALTH

ଯଦି ଆପଣ ନିଜର ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରୁଥାନ୍ତି ତାହେଲେ ଆପଣଙ୍କୁ ଆପଣଙ୍କ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବା ନିହାତି ଦରକାର। ତେବେ ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ବିଷୟରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ନିତାନ୍ତ ଜରୁରୀ ଅଟେ। ଆପଣଙ୍କ ଖାଦ୍ୟ ମାନଙ୍କ ପାଇଁ ଆପଣଙ୍କ ପାଖରେ ଅନେକ ଅପ୍ସନ ଅଛି ମାତ୍ର କଣ ଆପଣ ନିଜ ପାଇଁ ଏକ ସ୍ବାସ୍ଥ୍ୟକର ଖାଦ୍ୟ ବାଛି ପାରନ୍ତି? ତେବେ ସକାଳର ସ୍ବାସ୍ଥ୍ୟକର ଖାଦ୍ୟ ଆପଣଙ୍କ ଦିନର ସବୁ ମିଲ ଉପରେ ପ୍ରଭାବ ପକାଇଥାଏ। ଏହା ଆପଣଙ୍କ ପାଇଁ ବହୁତ ଅଧିକ ଗୁରୁତ୍ତ୍ୱପୁର୍ଣ ଅଟେ। ତେବେ ଆଜି ଆମେ ଆପଣଙ୍କ ପାଖରେ ଭାରତରେ ଉପଲବ୍ଧ କିଛି ସ୍ବାସ୍ଥ୍ୟକର ଖାଦ୍ୟ ମାନଙ୍କ ବାବଦରେ କହିବାଉ ଯାଉଛୁ ଯାହା କି ଆପଣ ସକାଳୁ ବ୍ରେକଫାଷ୍ଟ ଭାବେ ଗ୍ରହଣ କରିପାରିବେ।

ତେବେ ଆପଣ ଜାଣନ୍ତି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ଆପଣଙ୍କ ପାଖରେ କିଛି ଖାଦ୍ୟ ମାନଙ୍କ ବାବଦରେ କହିବାକୁ ଯାଉଛୁ।

 

upma

ଆପଣ ଯଦି ମୁଗଡାଲି ପସନ୍ଦ କରନ୍ତି ତାହେଲେ ମୁଗଡାଲି ଚିଲ୍ଲା ଆପଣଙ୍କ ପାଇଁ ଏକ ବହୁତ ଭଲ ଅପ୍ସନ ହେଇପାରେ। କାରଣ ଏହା ପ୍ରୋଟିନ ତଥା କାର୍ବୋହାଇଡ୍ରେଟରେ ଭରା ହେଇଥାଏ ଆଉ ତାହା ଆପଣଙ୍କ ଦୈନିକ ପ୍ରୋଟିନ ଆବଶ୍ୟକତା ପୁରା କରିଥାଏ। ଏହା ଆପଣଙ୍କ ଶରୀରର ଫ୍ୟାଟ ମଧ୍ୟ ବଢ଼ାଇ ନଥାଏ।

ଡାଳିଆ ଖିଚୁଡ଼ି ଆପଣଙ୍କ ପାଇଁ ବହୁତ ସ୍ବାସ୍ଥ୍ୟକର ହେଇପାରେ। ଏହା ପ୍ରୋଟିନ,କାର୍ବୋହାଇଡ୍ରେଟ ତଥା ଫଇବରର ଏକ ବହୁତ ଭଲ ଉତ୍ସ ଅଟେ ଆଉ ତାହା ଆପଣଙ୍କ ଦୈନିକ ପ୍ରୋଟିନ ଆବଶ୍ୟକତା ପୁରା କରିଥାଏ। ଏହା ବହୁତ ସ୍ୱାଦିଷ୍ଟ ମଧ୍ୟ ହେଇଥାଏ ଆଉ ସ୍ବାସ୍ଥ୍ୟକର ମଧ୍ୟ।

khichdi

ଉପମାରେ ସୁଜି ଅଥବା ଚୁଡା ଇତ୍ୟାଦି ପକାଇ ଆମେ ବିଭିନ୍ନ ପ୍ରକାରର ପନିପରିବା ଅଥବା ଫଳମୂଳ ପକାଇଥାଉ ଯାହା କି ଆପଣଙ୍କ ଶରୀର ପାଇଁ ଆବଶ୍ୟକ ହେଇଥାଏ। ଏଥିରେ ବହୁତ ଅଧିକ ଖାଦ୍ୟସାର ରହିଥାଏ ଯାହା କି ଆପଣଙ୍କ ଶରୀର ପାଇଁ ଜରୁରୀ ହେଉଥାଏ।

ଓଟସ୍ ଏକ ବହୁତ ଭଲ ଶ୍ବେତସାରର ଉତ୍ସ ହେଇଥାଏ ଯାହା କି ଆପଣଙ୍କ ଶରୀରର ଶକ୍ତି ପ୍ରଦାନ କରିଥାଏ। ତେବେ ଆପଣ ଯଦି ପ୍ରତିଦିନ ଓଟସ୍ ମିଲ ଖାଆନ୍ତି ତାହେଲେ ଆପଣଙ୍କ ଶରୀର ପ୍ରତିଦିନ ବହୁତ ଅଧିକ ଆକ୍ଟିଭ ରହେ ଯାହା କି ବହୁତ ଭଲ ଅଟେ।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।

Leave a Reply

Your email address will not be published. Required fields are marked *