ବର୍ଣଭିଟା ବନାମ ହର୍ଲିକ୍ସ , କିଏ ବେସି ଭଲ।

HEALTH

ତେବେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀ ବିଷୟ ଭିତରକୁ ଆପଣଙ୍କ ସ୍ୱାଗତ ଜଣାଉଛୁ। ଆଜି ଆମେ ଆପଣଙ୍କ ପାଖରେ ବଜାରର ଦୁଇଟି ସବୁଠୁ ଲୋକପ୍ରିୟ ଖାଦ୍ୟ ଅଥବା ପାନୀୟ ଭାବରେ ଯାହାକୁ ଲୋକମାନେ ବ୍ୟବହାର କରନ୍ତି, ତାହା ବାବଦରେ କହିବାକୁ ଯାଉଛୁ ଆମେ। ଆଜି ଆମେ ଆପଣଙ୍କ ପାଖରେ ବର୍ଣଭିଟା ଆଉ ହର୍ଲିକ୍ସ ବାବଦରେ କହିବାକୁ ଯାଉଛୁ। ଏହି ଦୁଇଟି ଯାକ ହି ବ୍ରାଣ୍ଡ ବଜାରରେ ବହୁତ ଅଧିକ ଚାଲେ ଆଉ ଏଗୁଡିକୁ ପିଲାମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି। ତେବେ ଆମେ ଏହାର ଆଡ଼ଭଟାଇଜ ଦେଖି ହି ତାହାକୁ କିଣି ନେଇ ଆସିଥାଉ ମାତ୍ର ଆମେ କେବେ ବି ସେଗୁଡିକୁ ତୁଳନା କରି ଦେଖି ନଥାଉ। ତେବେ ଆଜି ଆମେ ଆପଣଙ୍କ ପାଖରେ ସେ ଦୁଇଟି ଭିତରେ ଏକ ଭଲ ତୁଳନା ବିଷୟରେ କହିବୁ।

ଆପଣ ଜାଣନ୍ତି କି ଆପଣନ୍କ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ପ୍ରୋଟିନ ଅଧିକ ସେବନ କରିବା ନିହାତି ଦରକାର କାରଣ ଏଗୁଡିକ ଆପଣଙ୍କ ଶରୀର ପାଇଁ ବହୁତ ଅଗ୍ରଗତି କରାଇ ଥାଏ। ତେବେ ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚା କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ।

 

horlicks 1

 

ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ଆପଣଙ୍କ ପାଖରେ ଦୁଇଟି ଲୋକପ୍ରିୟ ପ୍ରୋଟିନ ବ୍ରାଣ୍ଡ ବାବଦରେ କହିବାକୁ ଯାଉଛୁ।

ଆମେ ଯଦି ଦୁଇଟି ୫୦୦ ଗ୍ରାମ ଥିବା ହର୍ଲିକ୍ସ ତଥା ବର୍ଣଭିଟା ଡବା ଆଣି ରଖିବା ତାହେଲେ ଆମେ ଦେଖିବା କି ସେହି ଦୁଇଟି ଯାକ ଡବାର ଦାମ ପ୍ରାୟତଃ ସମାନ ଅଟେ। ସେହି ଦୁଇଟି ଯାକ ଡବାର ଦାମ ପ୍ରାୟତଃ ୨୨୦ ଟଙ୍କା ପାଖାପାଖି ହେବ। ତେବେ ଏବେ ଆମେ ଜାଣିବା ଏହାର ସ୍ୱାସ୍ଥ୍ୟ ସମ୍ବନ୍ଧୀ ଲାଭ ବାବଦରେ। ତେବେ ଏହାର ପଛପଟରେ ସବୁ ଜିନିଷ ଲେଖା ଯାଇଥାଏ। ତେବେ ଆମେ ଯଦି ବର୍ଣଭିଟା ଆଉ ହର୍ଲିକ୍ସ ଭିତରେ ତୁଳନା କରିବା ତାହେଲେ ଦେଖିବା କି ମ୍ୟାଗ୍ନେସିଅମ ଆମକୁ ହର୍ଲିକ୍ସରେ ଅଧିକ ମିଳିବ ଯାହା କି ୬୫ ମିଳି ଗ୍ରାମ ଅଟେ। ଆପଣ ଯଦି ୧୦୦ ଗ୍ରାମ ରେ ପ୍ରୋଟିନ ଦେଖିବା ତାହେଲେ ହର୍ଲିକ୍ସ୍ ରେ ଆପଣଙ୍କୁ ପ୍ରାୟ ୧୧ ଗ୍ରାମ ପ୍ରୋଟିନ ମିଳିବ ଯାହା କି ବର୍ଣଭିଟାରେ ୭ ଗ୍ରାମ ମିଳିବ।

bourn

ଆପଣ ଯଦି କ୍ୟାଲସିୟମ ଦେଖିବେ ତାହେଲେ ଆପଣ ଦେଖିବେ କି ହର୍ଲିକ୍ସ୍ ରେ ପ୍ରାୟ ୭୪୧ ମିଲିଗ୍ରାମ କ୍ୟାଲସିଆମ ମିଳିବ ଯାହା କି ବର୍ଣଭିଟାରେ ୧୦୦ ମିଳି ଗ୍ରାମ ମିଳିବ।।ତେବେ ଏହି ସବୁ ଜିନିଷ ଆପଣ ତୁଳନା କରିବେ ଯଦି ଆପଣ ଦେଖିବେ କି ହର୍ଲିକ୍ସ ଅଧିକ ଭଲ ଅଟେ।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।

Leave a Reply

Your email address will not be published. Required fields are marked *