ଆଜି ଆମେ ଆପଣଙ୍କ ପାଖରେ ଏକ ଅତ୍ୟନ୍ତ ସ୍ୱାଦିଷ୍ଟ ତଥା ସ୍ବାସ୍ଥ୍ୟକର ଖାଦ୍ୟ ବାବଦରେ କହିବାକୁ ଯାଉଛୁ ଯାହା କି ଓଡ଼ିଆ ଖାଦ୍ୟ ଅଟେ ଆଉ ଏହା ଆମ ଦୈନନ୍ଦିନ ଜୀବନରେ ଏକ ବଡ଼ ଭୂମିକା ଅର୍ଜନ କରି ଆମ ଭୋକ ମେଣ୍ଟାଇବାରେ। ଆପଣ ଯଦି ହଷ୍ଟେଲ ମେଷ ଅଥବା ଅନ୍ୟ କେଉଁ ବାହାରେ ରୁହନ୍ତି ତାହେଲେ ଆପଣଙ୍କ ସକାଳର ମିଲ ପାଇଁ ଏହା ସବୁଠୁ ରୁଚିକର ଖାଦ୍ୟ ଅଟେ। ଆଜି ଆମେ କହିବାକୁ ଯାଉଛୁ ଛତୁଆ ବାବଦରେ। ଛତୁଆ କଥା ଆପଣ ଜାଣନ୍ତି କାରଣ ଏହାକୁ ତିଆରି କରିବା ପାଇଁ ଆମକୁ କିଛି ଜିନିଷ ନେବାକୁ ହେବ ଆଉ ସେମାନଙ୍କୁ ମିସାଇବାକୁ ହେବ।
ଆପଣ ଜାଣନ୍ତି କି ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ। ତେବେ ଛତୁଆ ଏକ ବହୁତ ସ୍ବାସ୍ଥ୍ୟକର ଖାଦ୍ୟ ହେଇଥାଏ ଯାହା କି ଶ୍ବେତସାରର ଏକ ବଡ଼ ଉତ୍ସ ହେଇଥାଏ। ଏଥିରେ ଆମେ ଯେତେ ପ୍ରକାରର ଜିନିଷ ପକାଇଥାଉ ତାହା ସେତେ ହି ଅଧିକ ସ୍ବାସ୍ଥ୍ୟକର ତଥା ସ୍ୱାଦିଷ୍ଟ ହେଇଥାଏ। ତେବେ ଆସନ୍ତୁ ଆମେ ଆଜି ଛତୁଆ ତିଆରି କରିବାର ପ୍ରକ୍ରିୟା ଜାଣିବା।
ତେବେ ଆମେ ଛତୁଆ ତିଆରି କରିବା ପାଇଁ କିଛି ଜିନିଷ ନେବା ଯାହା ଭିତରେ ଆପଣଙ୍କର ଚୁଡା, ବାଦାମ, ସୋଲା, ଗହମ, ମାଣ୍ଡିଆ, ଓଟସ୍ , କିଛି ପରିମାଣରେ ଆଲମଣ୍ଡ ତଥା ଅଳେଇଚ, କାଜୁ, ଅମୁଲ, କିଛି ମିଶିରି ସହିତ ଚିନି, କିଛି ସାଗୁ ତଥା ଚାଉଳ ଅନ୍ୟତ୍ତମ ଅଟେ।
ଏହାପରେ ଆପଣ ଗହମକୁ ଭଲ ଭାବରେ କମ ଫ୍ଲେମରେ ଭାଜିବାକୁ ଆରମ୍ଭ କରନ୍ତୁ। ତାହାପରେ ଆପଣ ଚୁଡାକୁ ମଧ୍ୟ ଭଲ ଭାବରେ ଭାଜିବା ଆରମ୍ଭ କରନ୍ତୁ। ତାହାପରେ ଆପଣ ସେଠାରେ ଥିବା କାଜୁ, ବାଦାମ ଆଉ ଆଲମଣ୍ଡ ମାନଙ୍କୁ ଭଲ ଭାବରେ ଭାଜନ୍ତୁ। ତାହାପରେ ଆପଣ ମାଣ୍ଡିଆ ଆଉ ଓଟସ୍ କୁ ମଧ୍ୟ ଭଲ ଭାବରେ ଭାଜନ୍ତୁ। ଏଗୁଡିକୁ ଭାଜିବା ପରେ ଆପଣ ସେହି ସବୁକୁ ଗୋଟେ ହି ଥାଳିରେ ରଖି ଦିଅନ୍ତୁ ଆଉ ଭଲ ଭାବରେ ସେଥିରୁ କିଛି ପରିମାଣରେ ଜିନିଷ ନେବା ଆରମ୍ଭ କରନ୍ତୁ।
ସେଗୁଡିକୁ ନେବା ପରେ ଆପଣ ସେହି ସବୁ ଭଜା ହେଇଥିବା ଜିନିଷ ମାନଙ୍କୁ ସମାନ ପରିମାଣର ଜିନିଷ ନେଇ ତାହାକୁ ଗ୍ରାଇଣ୍ଡିଂ କରନ୍ତୁ ଆଉ ଭଲ ଭାବରେ ଗୁଣ୍ଡ କରନ୍ତୁ। ଏଥିରେ ଆପଣ ଚିନି ଆଉ ମିଶିରି ଭଲ ପରିମାଣରେ ପକାନ୍ତୁ ଯାହା କି ଆପଣଙ୍କୁ ମିଠା ସ୍ୱାଦ ଦେବ ଆଉ ତାହାକୁ ଆପଣ ଖାଇଲେ ଆପଣଙ୍କ ଶରୀରର ସବୁ ଖାଦ୍ୟର ଆବଶ୍ୟକତା ତାହା ପୁରା କରିଥାଏ।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।