ଏଠାରେ ଆମେ କଦଳୀର କେତୋଟି ଉପକାରିତା ବିଷୟରେ ଜାଣିବା। ଏଥି ମଧ୍ୟରୁ ପ୍ରଥମ ହେଉଛି ଏହା ଆମକୁ ବିଭିନ୍ନ ପ୍ରକାର ଚିନ୍ତାରୁ ଦୂର କରିଥାଏ। କଦଳୀରେ ଥିବା ପ୍ରୋଟିନ ଆମକୁ ଡିପ୍ରେସନ୍ରରୁ ମୁକ୍ତ କରିଥାଏ। ଏହାକୁ ପ୍ରତିଦିନ ଗୋଟିଏ ଲେଖାଏଁ ଖାଇଲେ ଏହା ଆମକୁ ଡିପ୍ରେସନରୁ ଭଲ କରିଥାଏ। ଶରୀରରେ ଆଇରନର କମ୍ ହେଲେ ଆମ ଶରୀରରେ ଆlମୋନିଆ ରୋଗ ଦେଖାଦେଇଥାଏ। କଦଳୀ ଖାଇଲେ ଆମ ଶରୀରରେ ଆଇରନର ମାତ୍ରା ଏବଂ ଆମକୁ ଅମୋନିଆ ରୋଗରୁ ରକ୍ଷା କରେ।
ଏହାକୁ ମଧ୍ୟ ଖାଇଲେ ଆମ ଶରୀରରେ ହେମୋଗ୍ଲୋବିନ ବଢ଼ିଥାଏ। ସେଥିପାଇଁ ଡାକ୍ତର କୁହନ୍ତି ଆମକୁ ପ୍ରତିଦିନ କଦଳୀ ଖାଈବା ଉଚିତ୍। ଶୋଇବାକୁ ଯିବା ପୂର୍ବରୁ କଦଳୀ ଓ କ୍ଷୀର ଖାଇ ଶୋଇଲେ ଆମ ଶରୀରରେ ହେଉଥିବା ପେଟ ଯନ୍ତ୍ରଣା ଓ ଚିଡି ଚିଡ ପଣ ଦୂର ହୋଇଥାଏ।ଏହାକୁ ପ୍ରତିଦିନ ସକାଳେ ଜଳଖିଆରେ ଖାଇଲେ ଆମ ଶରୀରର ଶକ୍ତି ବଢ଼ିଥାଏ ଓ ଦିନ ସାରା ଆମକୁ ଥକା ଲଗିନଥାଏ ଏବଂ ଆମେ ସବୁ କାମ ସହଜରେ କରିପାରନ୍ତି।
ଯଦି ଆମର ଶୁଖିଲା କାଶ ହୁଏ,ତେବେ ଆମ ଗଳା ପାଖରେ ଦରଜ ହୋଇଥାଏ।ଏହି ଶୁଖିଲା କାଶକୁ କମାଇବାକୁ ହେଲେ ଆମକୁ ଏକ କଦଳୀ ନେଇ ଏହାକୁ ଭଲ ଭାବେ ଚକୁଟିବା ଏହା ଯେପରି ପୁରା ପାଣି ଭଳି ହେଇଯିବ ଏହାପରେ ଏଥିରେ ଗୋଟାଏ ଗୋଲମରିଚ ଓ କିଛି ମିଶ୍ରିର ଦାନା ମିଶାଇ ଏହାକୁ ଭଲ ଭାବେ ଫେଣ୍ଟିବା ଏହା ଯେପରି ଏକ ତରଳ ପଦାର୍ଥ ଭଳି ହୋଇଯିବ।ଏହାକୁ ଦିନରେ ୨ରୁ୩ ଥର ପିଇଲେ ଶୁଖିଲା କାଶ ଦୂର ହୋଇଥାଏ।
ଆମେ କିଛି ଖାଦ୍ୟ ଏପରି ଖାଆନ୍ତି ଯାହାକୁ ଖାଇଲେ ଆମର ୨ ଦିନ ହଜମ ହେବାକୁ ଏହା ଲାଗେ ଏହି ସମୟରେ ମଧ୍ୟ ଆମକୁ ଭୋକ ହୁଏ ଏବଂ ଆମକୁ ବିରକ୍ତ ଲାଗେ।ଏହି ରୋଗରୁ ମୁକ୍ତି ପାଇବା ପାଇଁ ଆମକୁ ପ୍ରତିଦିନ କ୍ଷୀର ଓ କଦଳୀ ଖାଇବାକୁ ପଡିବ ଏହା ଖାଇଲେ ଆମ ହଜମ ଶକ୍ତି ବଢେ।ଏହାଦ୍ବାରା ଆମେ ଆମ ପସନ୍ଦର ଖାଦ୍ୟ ଖାଇପlରିବ ଏବଂ ହଜମ ଶୀଘ୍ର ହୋଇପାରିବ।
କଦଳୀ ଖାଇବା ଦ୍ବାରା ଆମ ଶରୀରରୁ ଲୁଯ ମୋସନ ଭଳି ରୋଗ ମଧ୍ୟ ଦୂର ହୋଇଥାଏ।ଯଦି ଆମ ଶରୀରରେ ରକ୍ତର ପ୍ରବାହ ଠିକ୍ ହୋଇନଥାଏ ତେବେ ଆମ ଚୁଟି ଉପୁଡ଼ିବା ସହ ବିଭିନ୍ନ ଚର୍ମ ରୋଗ ଦେଖାଦେଇଥାଏ ଏବଂ ଅନେକ ସମସ୍ୟା ଏହାକୁ ଦୂର କରିବାକୁ ହେଲେ ଆମକୁ ପ୍ରତିଦିନ କଦଳୀ ଖାଇବାକୁ ହେବ।କଦଳୀ ଏକ ସାଧାରଣ ଫଳ ଯାହା ସବୁ ସ୍ଥାନରେ ମିଳେ।ଏଥିରେ ଥିବା ମ୍ୟାଗ୍ନେସିଅମ୍ ରକ୍ତ ସଞ୍ଚାଳନକୁ ବଢାଏ।
ଶରୀର ଭିତରକୁ ଯେବେ ଏହି ମ୍ୟାଗ୍ନେସିଅମ୍ ପ୍ରବେଶ କରେ ଆମ ଶରୀରର ଚର୍ବି କୁ କାମାଇଥାଏ।ଯଦି ଶରୀରରୁ ଚର୍ବି କମିଯାଏ ତେବେ ଆମେ ଆମ ନିଜକୁ ଫିଟ୍ ବୋଲି ଅନୁଭବ କରିବା।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।