ex

ପ୍ରତିଦିନ ସକାଳେ ଏକ ମିନିଟ ପ୍ଲାଙ୍କ କରିବାର ଫାଇଦା।

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥା ବାସ୍ତୁ ନେଇକି ଆସିଛୁ ଯାହା କି ଆପଣଙ୍କର ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କ ପାଖରେ ଆପଣଙ୍କ ଶରୀରକୁ ଫିଟ ରଖିବାର ଏକ ବହୁତ ପ୍ରଭାବଶାଳୀ ଉପାୟ ନେଇକି ଆସିଛୁ। ତେବେ ଆଜି ଆମେ କହିବୁ ପ୍ଲାଙ୍କ କରିବାର ଫାଇଦା ବାବଦରେ।

ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚା କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବ୍ୟାୟାମ ବାବଦରେ ଆମେ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ ଆଉ ଏହା ବହୁତ ସାଧାରଣ ଆଉ ସରଳ ବ୍ୟାୟାମ ଅଟେ ଯାହାକୁ ସମସ୍ତେ ଘରେ କରିପାରିବେ।

plank
ଆପଣଙ୍କ ଶରୀରକୁ ଫିଟ ରଖିବା ପାଇଁ ଆପଣଙ୍କର ଶାରୀରିକ ବ୍ୟାୟାମ କରିବା ନିହାତି ଦରକାର ଆଉ ଏହା ପାଇଁ ଆପଣଙ୍କୁ ଶାରୀରିକ ତ୍ୟାଗ କରିବା ନିହାତି ଦରକାର। ମାତ୍ର ଯଦି ଆପଣଙ୍କର ବ୍ୟାୟାମ କରିବାକୁ ସମୟ ନାହିଁ ଅଥବା ଆପଣ ନିଜର ଜୀବନରେ ବହୁତ ଅଧିକ ବ୍ୟସ୍ତ ରହୁଛନ୍ତି ତାହେଲେ ଆପଣଙ୍କ ପାଇଁ ଏକ ବହିଟି ହି ଭଲ ତଥା ପ୍ରଭାବୀ ବ୍ୟାୟାମ ଆମ ସାମ୍ନାରେ ଅଛି। ଆପଣ ଯଦି ବ୍ୟାୟାମ କରିବା ପାଇଁ ସମୟ ପାଉ ନାହାଁନ୍ତି ତାହେଲେ ଆପଣ ଘରେ କେବଳ ତିନି ଥର ୩୦ ସେକେଣ୍ଡ ଲେଖାଏଁ ପ୍ଲାଙ୍କ ବ୍ୟାୟାମ କରିପାରିବେ। ଏହା ମଧ୍ୟ ଆପଣଙ୍କ ଶରୀରକୁ ସେତିକି ହି ପ୍ରଭାବ ପକାଇବ।

 

plank 1
ତେବେ ପ୍ଲାଙ୍କ କରିବା ଆଗରୁ ଆପଣଙ୍କୁ ଏହାକୁ ଠିକ ଭାବରେ ତଥା ଠିକ ଉପାୟରେ କରିବାକୁ ହେବ। ନହେଲେ ଏହା ଆପଣଙ୍କୁ ଉଚିତ ପ୍ରଭାବ ଦେବ ନାହିଁ। ତେବେ ଆପଣଙ୍କର ପେଟର ମାଂସପେଶୀ ମାନଙ୍କର ବ୍ୟାୟାମ ପାଇଁ ଲୋକ କ୍ରଞ୍ଚ ବ୍ୟାୟାମକୁ ସବୁଠୁ ଅଧିକ ପ୍ରଭାବୀ ମଣିଥାନ୍ତି ମାତ୍ର କଣ ଆପଣ ଜାଣନ୍ତି କି ପ୍ଲାଙ୍କ ମଧ୍ୟ ଆପଣଙ୍କ ପାଇଁ ସେତିକି ହି ପ୍ରଭାବୀ ସାବ୍ୟସ୍ତ ହେଇଥାଏ ଯେତିକି କି କ୍ରଞ୍ଚ। ମାତ୍ର ପ୍ଲାଙ୍କ କରିବା ପାଇଁ ଆପଣଙ୍କୁ ଉତ୍ତମ ଉପାୟ ଅବଲମ୍ବନ କରିବା ଦରକାର।

ପ୍ଲାଙ୍କ ଆପଣଙ୍କର ପେଟ ପାଖର ମାଂସପେଶୀ ମାନଙ୍କୁ ଟାର୍ଗେଟ କରିବା ସହ ଆପଣଙ୍କ ପୁରା ଶରୀରକୁ ଟାର୍ଗେଟ କରିଥାଏ। ଏହାଦ୍ୱାରା ଆପଣଙ୍କ ଉପର ଶରୀରରେ ଭଲ ଶକ୍ତି ବଢି ଥାଏ। ଆପଣଙ୍କ ଶରୀର ଉତ୍ତମ ଉପାୟରେ ବୃଦ୍ଧି ହେଇଥାଏ ତଥା ଆପଣଙ୍କ ଶରୀର ଫିଟ ରହିବା ସହ ନୀରୋଗ ରହିଥାଏ। ତେଣୁ ଆପଣ ଏହି ବ୍ୟାୟାମ ନିଶ୍ଚୟ କରନ୍ତୁ।

Leave a Reply

Your email address will not be published. Required fields are marked *