ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କୁ ମାରିବାକୁ କରାଯାଉଛି ଏକ ବଡ଼ ଷଡ଼ଯନ୍ତ୍ର।ଏହି କଥା ଆମେ କହୁନୁ ଏକଥା ବର୍ଷା ନିଜେ କହିଛନ୍ତି,ଏମିତି ଏକ ମନ୍ତବ୍ୟ ଦେଇ ବର୍ଷା ଏବେ ଚର୍ଚ୍ଚାର ଘେରକୁ ଆସିଛନ୍ତି।ଆପଣ ମାନେ ନିହାତି ଭାବରେ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଯୋଡି ଏବେ ଭାଙ୍ଗିବା ଉପରେ।ଏହାର କାରଣ ହେଲା ଦୁଇଜଣ ଦୁଇଜଣଙ୍କ ସହିତ ସହମତି ନୁହଁ ଏକାଠି ରହିବା ପାଇଁ।ଆଉ ଦୁଇଜଣ ଦୁଇଜଣଙ୍କ ପାଖରେ ଏକାଠି ଓ ସଠିକ ଭାବରେ ରହୁ ନାହାନ୍ତି।ଆଉ ତାଆପରେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଦୁଇଜଣଙ୍କୁ ଦୁଇଜଣ ବର୍ତ୍ତମାନ ଛାଡପତ୍ର ଦେବାକୁ ଯାଉଛନ୍ତି।ଆପଣ ମାନେ ଜାଣିଥିବେ ବିଗତ ୩ ତାରିଖରେ ଅନୁଭବଙ୍କ ମା ମଧୁସ୍ମିତା ମହାନ୍ତି ବର୍ଷାଙ୍କ ନାମରେ ଏକ ଅଭିଯୋଗ ଆଣିଥିଲେ।ସେ ଅଭିଯୋଗରେ କହିଥିଲେ ତାଙ୍କ ଘର କାମ ହେବାକୁ ଯାଉ ଅଛି,ତେଣୁ ବର୍ଷା ତାଙ୍କ ଘର ଲୋକଙ୍କୁ ସହଯୋଗ କରିବା ସହିତ ତାଙ୍କ ଘରକୁ ୧୦ ଦିନ ପର୍ଯ୍ୟନ୍ତ ଛାଡିବାକୁ କହିଲେ ମଧ୍ୟ ସେ ଛାଡୁ ନାହାନ୍ତି।
ଏହାର କାରଣ ତାଙ୍କ ଘରର ଟାଙ୍କି ମାନେ ପାଇଖାନା ଟାଙ୍କିରେ କିଛି ଅସୁବିଧା ଅଛି ଆଉ ମିସ୍ତ୍ରୀ ତାଙ୍କୁ ୧୦ ଦିନ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।ଆଉ ଏହି ୧୦ ଦିନ ଭିତରେ ଘର ଛାଡିଲେ ସେ ଘରର ମରାମତି କରିବେ।ଆଉ ଘର ମରାମତି ଶେଷ ହେଲେ ପୁନର୍ବାର ବର୍ଷା ଆସି ରହି ପାରିବେ ବୋଲି ଅଭିଯୋଗ କରି କଟକର ପୁରୀ ଘାଟ ଥାନାରେ ସେ ଏତଲା ଦେଇଛନ୍ତି।ତେଣୁ ବର୍ଷା ପ୍ରିୟଦର୍ଶିନୀ ଘର ଛାଡିବାକୁ ନାରାଜ ବୋଲି ଅନୁଭବଙ୍କ ମା ଏହାକୁ ଦର୍ଶାଇଛନ୍ତି।ଆଉ ଏହାକୁ ନେଇ ବର୍ଷା ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି ପୁରୀ ଘାଟ ଥାନାରେ।ଆଉ ସେ ନିଜ ଅଭିଯୋଗରେ କହିଛନ୍ତିକି ତାଙ୍କ ମା ମିଛ କହୁଛନ୍ତି।ଆଉ ତାଙ୍କୁ ଘରୁ ତଡି ଦେବାପାଇଁ ଏହା ଏକ ଯୋଜନା ବଦ୍ଧ ପ୍ରୟାସ ଅଟେ।ଆଉ ଆମେ ଆପଣଙ୍କୁ କହି ରଖୁଛୁ ଯେ ବର୍ଷା ପ୍ରିୟଦର୍ଶିନୀ ଏହି କିଛି ଦିନ ତଳେ ପୁରୀ ଘାଟ ଥାନାରେ ଅଭିଯୋଗ ଆଣିଥିଲେଯେ ତାଙ୍କୁ ଘରୁ ବାହାର କରିବା ପାଇଁ ଏକ ଯୋଜନା ବଦ୍ଧ ଭାବରେ ଏକ ପ୍ରୟାସ ଚାଲିଛି।
ଆଉ ଏହାର କାରଣ ସ୍ୱରୂପ ତାଙ୍କୁ ସୁରକ୍ଷା ଦିଆଯାଉ,ଆଉ ବର୍ଷା କହିଛନ୍ତିକି ବହୁତ ଷଡ଼ଯନ୍ତ୍ର ଚାଲିଛିକି କିପରି ତାଙ୍କୁ ଘରୁ ବାହାର କରି ଦିଆଯିବ ଆଉ ବାହାରେ ତାଙ୍କୁ ମାରି ଦିଆଯିବ।ଏହିଭଳି ଭାବରେ ତାଙ୍କ ମାଙ୍କ ନାମରେ ପାଲଟା ଅଭିଯୋଗ କରିବା ସହିତ,ଅନୁଭବଙ୍କ ନାମରେ ମଧ୍ୟ ଅଭିଯୋଗ କରିଛନ୍ତି।ଆଉ ବର୍ଷା ମଧ୍ୟ କହିଛନ୍ତିକି ତାଙ୍କର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଅନୁଭବଙ୍କ ଘର ଛାଡ଼ି କୁଆଡେ ଯିବେନି ବୋଲି ସିଧାସଳଖ କହିଦେଇଛନ୍ତି।ଆଉ ଏହି ଘଟଣା ବର୍ଷା ଓ ଅନୁଭବଙ୍କ ଫ୍ୟାନ ମାନଙ୍କ ମନରେ ଏକ ଦୁଃଖର ଛାୟା ଖେଳେଇ ଦେଇଛି।ଏହାର କାରଣ ଏହି ଦୁଇଟି ଯୋଡି ଓଲିଉଡର ଏକ ପପୁଲାର ଯୋଡି ଭିତରୁ ଗୋଟେ ଥିଲା।ଆଉ ଏ ଯୋଡିଟି ନିଜର ଜୀବନର ଦୋଛକିରେ ହାରି ଯିବାକୁ ବସିଛନ୍ତି।ଅନୁଭବ ଏ ନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି,ତାହେଲେ ଦେଖାଯାଉ ଏ ଘଟଣା ଆଗକୁ କିପରି ରୂପ ନେଉ ଅଛି।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ। ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।