oil 2

କାହିଁକି ତେଲ ଛଣା ଖାଦ୍ୟ ଶରୀର ପାଇଁ ଖରାପ।

HEALTH

ଯଦି ଆମଘରେ କୌଣସି ପର୍ବ କିମ୍ବା କିଛି ଫଂକସନ୍ ହୁଏ ଆମେ ବହୁତ୍ ତେଲ ଖାଈବା ଖାଇଥାନ୍ତି।ଏହା ଆମକୁ ବହୁତ୍ ଭଲ ଲାଗିଥାଏ ଏବଂ ଆମେ ଏହାକୁ ଖାଇବାକୁ ଇଚ୍ଛା ପ୍ରକାଶ କରନ୍ତି। କିନ୍ତୁ ଏହା ଆମ ପେଟ ପାଇଁ ଭଲ ନୁହେଁ।ଯଦି ଆମେ ବହୁତ୍ ରୁଟି, ପନିର, ଚିକେନ ଇତ୍ୟାଦି ବହୁତ୍ ପରିମାଣରେ ଖାଉଛନ୍ତି ତେବେ ଆମ ଶରୀର ଏହାକୁ ହଜମ କରିବା ପାଇଁ ବହୁତ୍ କଷ୍ଟ କରିବାକୁ ପଡେ।

ଏହାକୁ ହଜମ କରିବାକୁ ହେଲେ ଅଧିକ୍ ଏଞ୍ଜାଇମ୍ କ୍ଷରଣ କରିଥାଏ।ଏହାକୁ ହଜମ କରିବାକୁ ବହୁତ୍ ସମୟ ଲାଗିଥାଏ। ଯେତେବେଳେ ଆମେ ଫ୍ୟାଟ୍ ଅଧିକ ଖାଇଥାନ୍ତି।ଏହା ଆମ ପେଟରେ ବହୁତ୍ ଗ୍ୟାସ ସୃଷ୍ଟି କରେ ।ଏହା ହଜମ କରିବାକୁ ପାକସ୍ଥଳୀ କୁ କଷ୍ଟ ହୋଇଥାଏ ଏହି କାରଣରୁ ଆମ ପେଟକୁ ଭଲ ଲଗିନଥାଏ। ସକାଳୁ ଉଠିବା ବେଳକୁ ବହୁତ୍ ଗ୍ୟାସ ହୋଇଥାଏ।

food
ଯଦି ଆପଣ ବ୍ୟାମ କରୁନାହାନ୍ତି ଓ ଫ୍ୟାଟ ଖାଇବାରେ ଲାଗିଛନ୍ତି ତେବେ ଆପଣଙ୍କର ଫ୍ୟାଟ ଗୋଟିଏ ସ୍ଥାନରେ ଜମା ବାନ୍ଧେ।ଏହା ଆମ ପେଟ ଓ ପିଠି ରେ ଜମେ ଓ ଧୀରେ ଧୀରେ ଆମେ ମୋଟା ହୋଇଥାନ୍ତି।ଓଜନ ବଢ଼ିଥାଏ ଏବଂ ଆମକୁ ବହୁତ୍ ରୋଗ ସୃଷ୍ଟି ହୋଇଥାଏ।ଯଦି ଆପଣ ଲଗାତାର ଫ୍ୟାଟି ଖାଇବା ଖାଆନ୍ତି ତେବେ ଆପଣଙ୍କ ହଜମ କମ୍ ହୋଇଥାଏ ଏବଂ ତା ସହ ବହୁତ୍ ପରିମାଣର ଗ୍ୟାସ୍ ହୋଇଥାଏ।ଏହା ଦେଖାଯାଇଛି ଯେଉଁ ଲୋକ ବହୁତ୍ ତେଲ ଥିବା ଖାଦ୍ୟ ଖାଆନ୍ତି ସେମାନଙ୍କର ଧୀରେ ଧିରେ ପାଚନ କ୍ରିୟା କମିଯାଇଥାଏ।

food 1
ମୋଟା ହେବାର କାରଣରୁ ବହୁତ୍ ରୋଗ ହେଇଥାଏ। ଡାଇବେଟିସ ହୋଇଥାଏ ଆପଣଙ୍କ ରକ୍ତରେ ସୁଗର ମାତ୍ରା ବଢ଼ିଯାଏ। ଯାହାଦ୍ଵାରା ଆପଣ ଔଷଧ ଖାଈବା ଆରମ୍ଭ କରନ୍ତି। ଫ୍ୟାଟ ବଢ଼ିଲେ ଧୀରେ ଧୀରେ ଆମ ଶରୀରରେ ଚର୍ବି ବଢେ। ଏହାପରେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଯାଏ। ଫ୍ୟାଟ ବଢିବା ଦ୍ଵାରା ହୃଦରୋଗ ଦେଖାଯାଏ କାରଣ ହୃତପିଣ୍ଡକୁ ଠିକ୍ ଭାବେ ରକ୍ତ ସଞ୍ଚାଳନ ହୋଇନଥାଏ।

ଯଦି ଆପଣ ବହୁତ୍ ପରିମାଣରେ ଏହି ତେଲ ଜାତୀୟ ଖାଦ୍ୟ ଖାଆନ୍ତି ତେବେ ଆପଣଙ୍କର ଧୀରେ ଧୀରେ ମେମୋରୀ ଲସ ହୋଇଥାଏ।ବିଭିନ୍ନ ପ୍ରକାର ଚିନ୍ତା ଦେଖିବାକୁ ମିଳେ।ଯଦି ଆପଣ ୧୦୦ଗ୍ରାମ ଆଳୁ ସିଯା ଖାଉଛନ୍ତି ଏହା ୯୩ କ୍ୟାଲେରୀ ଅଟେ ଓ ଯଦି ଆମେ ୧୦୦ ଗ୍ରାମ ଛଙ୍କl ଆଳୁ ଖାଉଛନ୍ତି ତେବେ ତାହା ୩୫୦ କ୍ୟଲେରି।ଏହି ଖାଇବା ଖାଇଲେ ଫ୍ୟାଟ ବହୁତ୍ ପରିମାଣରେ ଥାଏ।ଏହାକୁ କେବେ କେବେ ଖାଈବା ଉଚିତ୍ ସବୁବେଳେ ଖାଇବା ଭଲ ନୁହେଁ।ଭଲ ଖାଦ୍ୟ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

Leave a Reply

Your email address will not be published. Required fields are marked *