khajuri

ଖଜୁରୀର ଉପକାରିତା ବିଷୟରେ ଜାଣନ୍ତୁ। ଖାଇଲେ କଣ କଣ ହୁଏ ଫାଇଦା।

HEALTH

ଖଜୁରୀ ଏକ ଫଳ ଯାହାକୁ ଆମେ ଶୁଖିଲା ଫଳ ଭାବେ ବ୍ୟବହାର କରନ୍ତି।ଏଥିରେ ବହୁତ୍ ପୋଷକ ଥାଏ। ଏହାକୁ ପ୍ରତିଦିନ ଖାଇଲେ ଆମର ବହୁତ୍ ଲାଭ ହୋଇଥାଏ। ବହୁତ୍ ଲୋକ ଏହାକୁ କିପରି ଭାବରେ ଓ କେମିତି ଖାଇବେ ଓ କେତେବେଳେ ଖାଇବେ ଜାଣିନଥାନ୍ତି ସେଥିପାଇଁ ଏହାକୁ ଖାଇଲେ କିଛି ଲାଭ ହୁଏ ନାହିଁ। ଏବଂ କେତେଥର ମଧ୍ୟ ଭଲ ହେବା ବଦଳରେ ଖରାପ ହେବାରେ ଲାଗିଥାଏ।

ଖଜୁରୀ ପୋଷକ ତତ୍ତ୍ଵର ଭଣ୍ଡାର ହୋଇଥାଏ।୧୦୦ଗ୍ରାମ ଖଜୁରୀରେ ପାଣି ୨୧.୩୨ଗ୍ରାମ, ସୁଗାର ୬୬.୪୭ଗ୍ରାମ, ପ୍ରୋଟିନ ୧.୮ଗ୍ରାମ, କାର୍ବୋହାଇଡ୍ରେଡ ୭୪.୯୭ ଗ୍ରାମ, ଫାଇବର ୬.୭ ଗ୍ରାମ, କୋଲେଷ୍ଟ୍ରୋଲ୍ ୭୪.୯୭ ଗ୍ରାମ, ଫ୍ୟାଟ ୦.୧୫ ଗ୍ରାମ, ଏନର୍ଜି ୨୭୭ କ୍ୟାଳେରୀ ରହିଛି। ଏହାଛଡା ସେଥିରେ ମଧ୍ୟ ମିନେରାଲ, ଆଇରନ ଓ ଆମିନୋ ଏସିଡ ରହିଥାଏ। ଖଜୁରୀ ୩ ପ୍ରକାରର ମିଳିଥାଏ।ଯଦି ଖଜୁରୀ ସକାଳୁ ଖାଲି ପେଟରେ ଖାଈବା ତେବେ ଏହା ଆମ ଶରୀର ପାଇଁ ବହୁତ୍ ଲାଭବାନ।ଯଦି ଆପଣ ବ୍ଯାୟାମ କରୁଛନ୍ତି ତାର କିଛି ସମୟ ପୂର୍ବରୁ ଏହାକୁ ଖାଆନ୍ତୁ।ଯଦି ରାତି ଶୋଇବା ବେଳେ ଗରମ କ୍ଷୀର ସହିତ ଖଜୁରୀ ଖାଈବା ତେବେ ଏହା ଶରୀର ପାଇଁ ବହୁତ୍ ଭଲ।

khajuri 2
ଖଜୁରୀ ବହୁତ୍ ଗରମ ହୋଇଥାଏ ଶରୀର ପାଇଁ ସେଥିପାଇଁ ଏହାକୁ ରାତିସାରା ପାଣି ଭିଜେଇ ରଖି ସକାଳୁ ଖାଈବା ଉଚିତ୍।ଏହା ଶରୀର ପାଇଁ ଲାଭ ହୋଇଥାଏ।ଏହାକୁ ମଧ୍ୟ ସାଲାଡ଼ କରି ଖାଇଲେ ଏହା ଶରୀର ପାଇ ଭଲ।ଯେଉଁ ଲୋକ ଅଣ୍ଟା ଦରଜ ହେଉଛି ସେମାନେ ୨ ରୁ ୩ ଟି ଖଜୁରୀ ଦାନାକୁ ଗରମ ପାଣିରେ ପକାଇ ଏହାକୁ ଅପୋରେ ମିଥି ଗୁଣ୍ଡ ପକାଇ ଖାଇଲେ ଅଣ୍ଟା ଦରଜ ଚାଲିଯାଏ।

khajuri 1
ଆପଣ ଦିନ ସାରାରେ ୩ ରୁ୪ ଖଜୁରୀ ଖାଈବା ସ୍ଵାସ୍ଥ୍ୟ ପାଇଁ ଭଲ।ଯଦି ଆପଣ କିଛି ଶାରିରୀକ ପରିଶ୍ରମ କରୁଛନ୍ତି ତେବେ ଆପଣ ୫,୬ ଟି ଖଜୁରୀ ଖାଇଲେ ଚଳିବ।ଯଦି ୩,୪ଟି ଖଜୁରୀ କ୍ଷୀରରେ ଗରମ କରି ଖାଇବା ଓ ତାପରେ କ୍ଷୀରକୁ ପିଇବା ତେବେ ଏହା ଓଜନ ବଢିବାରେ ସାହାଯ୍ୟ କରିବ। ପ୍ରତିଦିନ ଖଜୁରୀ ଖାଇଲେ ଏହା ଆମ ତ୍ୱେଚା କୁ ଭଲ ରଖେ ଏହା ଦାଗକୁ ହଟାଏ।ଏହା ଆମକୁ ବହୁତ୍ ଶୀଘ୍ର ଏନର୍ଜି ଦେଇଥାଏ।ଏହାକୁ ସବୁଦିନ ଖାଇଲେ ଆମ ହାଡ଼ ମଜବୁତ୍ ହୋଇଥାଏ।ଏହାକୁ ଖାଇଲେ ଏହା ଆମ ମେରୁଦଣ୍ଡ କୁ ସବଳ କରେ।ଏଥିରେ ପ୍ରଚୁର ପରିମାଣର ଫାଇବର ମିଳେ ଏହା ହଜମ କରିବାରେ ସହାୟକ ହୁଏ।ଯେଉଁ ଲୋକଙ୍କର ହଜମ କ୍ରିୟାରେ ସମସ୍ୟା ରହିଥାଏ ସେମାନେ ଗୋଟିଏ କିମ୍ବା ଦୁଇଟି ଖଜୁରୀକୁ ପାଣିରେ ଭିଜେଇ ଖାଇବା ଦ୍ବାରା ତାଙ୍କ ସମସ୍ୟା ଦୂର ହୋଇଥାଏ।

ଯଦି ଆପଣଙ୍କର ଆଇରନ କିମ୍ବା ରକ୍ତ ହୀନତା ରହିଥାଏ ତେବେ ପ୍ରତିଦିନ ଖଜୁରୀ ଖାଇଲେ ଏହା ରକ୍ତ ହୀନତା ସମସ୍ୟା ଦୂର କରେ।ଏହା ମୁଖ୍ୟତଃ ଓଜନ ବଦହିବାରେ ସାହାଯ୍ୟ କରେ।ଏହା ମଧ୍ୟ ଆମ ମସ୍ତିସ୍କକୁ ଆକ୍ତିଭ ରଖିବାରେ ସାହାଯ୍ୟ କରେ।ଏହା ରକ୍ତ ଚାପ ରୋଗରୁ ମଧ୍ୟ ଦୂର କରେ। ଗର୍ଭବତୀ ମହିଳାଙ୍କ ପାଇଁ ଖଜୁରୀ ନିହାତି ଖାଈବା ଜରୁରୀ ଅଟେ।

Leave a Reply

Your email address will not be published. Required fields are marked *