ଅଁଳାର କେତୋଟି ଫାଇଦା।

HEALTH

ଆସନ୍ତୁ ଜାଣିବା ଅଁଳାର ୧୧ଟି ଭଲ ଗୁଣ।ଅଁଳା ପ୍ରାକୃତିକ ଗୁଣରେ ଭରି ରହିଛି ବୋଲି ଏହା ବିଭିନ୍ନ ପ୍ରକାର ରୋଗରୁ ଦୂର କରିଥାଏ। ସେଥିପାଇଁ ଆୟୁର୍ବେଦରେ ଅଁଳାର ଗୁରୁତ୍ଵ ପ୍ରାଚୀନ କାଳରୁ ଦିଆଯାଇଛି। ଅଁଳାରେ ବହୁତ୍ ମିନେରାଲ ରହିଥାଏ।ଏହା ସହିତ ଏଥିରେ ଅନେକ ଭିଟାମିନ ରହିଥାଏ। ଭିଟାମିନ ସି ଅଁଳାରେ ପ୍ରଚୁର ପରିମାଣର ରହିଥାଏ।ଏହା ଏକ ବହୁତ୍ ଭଲ ଫଳ ହୋଇଥାଏ।

ଆସନ୍ତୁ ଜାଣିବା ଅଁଳାର ୧୧ଟି ଭଲ ଗୁଣ।ଏହା ଆଖିର ସମସ୍ୟା କୁ ଦୂର କରିଥାଏ। ଅଁଳାର ଜୁସ୍ କରି ପ୍ରତିଦିନ ପିଇଲେ ଆମ ଆଖିର ରୋଷଣ ବଢ଼ିଥାଏ। ଆଖି କୁଣ୍ଢେଇହବା, ନାଲି ପଡ଼ିବା ଓ ଆଖିରେ ପାଣି ଆସିବା ଧୀରେ ଧୀରେ ବନ୍ଦ୍ ହୋଇଥାଏ। ଅଁଳା ଶ୍ୱାସ ଭଳି ରୋଗକୁ ମଧ୍ୟ ଭଲ କରିଥାଏ।ଯଦି ଗୋଟିଏ ଚାମଚ୍ ମହୁ ସହ ଗୋଟିଏ ଚାମଚ୍ ଅଁଳା ଜୁସ ମିଶେଇ ପିଇବା ତେବେ ଏହା ଶ୍ୱାସ ରୋଗକୁ ଦୂର କରିବ। ଅଁଳା ଯୁସ ଏକ ରକ୍ତ ସଫା ମଧ୍ୟ କରିଥାଏ।ଏହାକୁ ସବୁବେଳେ ପିଇଲେ ଏହା ରକ୍ତରୁ ସବୁ ପ୍ରକାର ମଇଳା ବାହାର କରିଥାଏ।ଏହା ତା ସହିତ ହେମୋଗ୍ଲିବିନ ବଢିଥାଏ।

amla 1
ପିରିଅଡ ସମୟରେ ଏହା ପିରିଅଡ ଯନ୍ତ୍ରଣାରୁ ଦୂର କରିଥାଏ।ଏହା ହୃଦସ୍ପର୍ଶି ରୋଗକୁ ଦୂର କରିଥାଏ।ଚର୍ବି ଓ ଚିନ୍ତା ଆମ ହୃଦ୍ ରୋଗ ର କାରଣ ହୋଇଥାଏ।ଏହା ଶରୀରରୁ ଚର୍ବି ଓ ଚିନ୍ତା କୁ ଦୂର କରେ। ହ୍ରୁଦୟକୁ ରକ୍ତକୁ ସଞ୍ଚାଳନ କରିବାରେ ସାହାଯ୍ୟ କରେ। ଅଁଳା ଯୁସ କୁ ସବୁଦିନ ସେବନ କଲେ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।ଏଥିରେ ଏଷ୍ଟ୍ରିଗେନ୍ ରହିଥିବାରୁ ଏହା ଚର୍ମରୋଗ ରୁ ଦୂର କରିଥାଏ।

amla 2
ଅଁଳା ଗରମରେ ବହୁତ୍ ଭଲ କାମ ଦେଇଥାଏ ଏହାକୁ ଖାଇଲେ ଆମ ଶରୀରରେ ଭିଟାମିନ ସି ର ପରିମାଣ ବଢ଼ିଥାଏ।ଏହା ବଢ଼ିଲେ ଆମ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ।ଯଦି ଆପଣଙ୍କୁ ନିଦ ଠିକସେ ହେଉନଥିବା ତେବେ ଅଁଳା ଖାଇଲେ ଆପଣଙ୍କୁ ଠିକ ସେ ନିଦ ଆସେ।ଅଁଳା ଯୁସ ସହ ଯଦି ଜାଇଫଳ ମିଶେଇ ଖାଇବେ ତେବେ ଭଲ ନିଦ ହୋଇଥାଏ।

ଏହା କ୍ୟାନ୍ସର ହେବାକୁ ଦେଇନଥାଏ।ଅଁଳା ର ପ୍ରତିଦିନ ଖାଇଲେ ଏହା ଆମ ଚର୍ମକୁ ଭଲ ରଖିଥାଏ।ଏହା ଖାଇଲେ ଆମେ ସବୁବେଳେ ସୁନ୍ଦର୍ ଦେଖାଯାଆନ୍ତି।ଏହା ମଧ୍ୟ ମୁହଁରୁ ବ୍ରଣ ଦୂର କରିଥାଏ। ଏଥିରେ ଥିବା ଫାଇବର ଆମକୁ ବୟଷ୍କ ଦେଖା ହେବାରେ ରୋକିଥାଏ।ଏହାକୁ ସବୁଦିନ ଖାଇଲେ ଆମେ ବିଭିନ୍ନ ସମସ୍ୟାରୁ ଦୂର ପାଇଥାନ୍ତି।ଅଁଳା ଖାଇଲେ ଏହା ଆମ ବ୍ରଣ ଦୂର କରିଥାଏ। ମୁଁହର କଳା ଦାଗ ଓ ଅକ୍ନି ଦୂର କରିଥାଏ।ଏହା ମଧ୍ୟ ବାଳ କୁ ମଜବୁତ୍ କରେ ବାଳ କୁ ସବୁବେଳେ କଳା ରଖେ।

Leave a Reply

Your email address will not be published. Required fields are marked *