ଆପଣମାନେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଭୂମିକା ଦାସଙ୍କୁତ ନିହାତି ଭାବରେ ଜାଣିଥିବେ।ଆଉ ଯାହାଙ୍କର ବୟସ ଏବେ ମାତ୍ର ୧୭ ବର୍ଷରେ ପହଁଞ୍ଚିଛି।ତଥାପି ଭୂମିକା ଦାସ ଏତେ କମ ବୟସର ହୋଇ ମଧ୍ୟ ସଫଳତାର ଏତେ ଗୁଡିଏ ସିଡ଼ି ଚଢି ସାରିଲେଣି।ଆଉ ଯାହାକୁ ସବୁ ଦର୍ଶକ ଓ ଅଭିନେତା,ଅଭିନେତ୍ରୀ ମାନେ ଦେଖି ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି।ତାହେଲେ ଆଜି ଏଠାରେ ଆମେ ଆପଣ ମାନଙ୍କ ପାଇଁ ଭୂମିକା ଦାସଙ୍କ ବିଷୟରେ କିଛି ତଥ୍ୟ ନେଇ ଆସି ଅଛୁ ଯେମିତି ତାଙ୍କର ପରିବାର ସମ୍ପତ୍ତି ଓ ତାଙ୍କ ବିଷୟରେ ଏମିତି କିଛି କଥା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ।ଯାହା ଆପଣ ମାନେ ଆଗରୁ କେବେ ହେଲେ ମଧ୍ୟ ଜାଣି ନଥିବେ।
ତାହେଲେ ଚାଲନ୍ତୁ ଜାଣିବା ଭୂମିକା ଦାସଙ୍କ ବିଷୟରେ।ଭୂମିକା ଦାସ ଭୁବନେଶ୍ୱର ଠାରେ ୨୦୦୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ସେ ପ୍ରଥମେ ଜଣେ ଶିଶୁ କଳାକାର ଭାବରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପାଦ ସ୍ଥାପନ କରିଥିଲେ।ଆଉ ସେ ଯେତେବେଳେ ନିଜର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର କରିଥିଲେ ତାଙ୍କୁ ପ୍ରାୟ ୧୧ ବର୍ଷ ହୋଇଥିଲା।ଆଉ ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ନାମ ଥିଲା ରୁମକୁ ଝୁମାନା।ଭୂମିକା ଦାସ ନିଜର ପ୍ରଥମ ଚଳଚ୍ଚିତ୍ର ପାଇଁ ବେଷ୍ଟ ଶିଶୁ କଳାକାର ଭାବରେ ଓଡିଶା ଷ୍ଟେଜ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ।ସେ ଗପ ହେଲେବି ସତ ଓ ରୁମକୁ ଝୁମାନା ଏହି ଦୁଇଟି ଚଳଚ୍ଚିତ୍ରରେ କାମ କରିଥିଲେ।ଭୂମିକା ଦାସ ୨୦୧୭ ମସିହାରେ ମୁଖ୍ୟ ଅଭିନେତ୍ରୀ ଭାବରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର କରିଥିଲେ ଆଉ ଯାହାର ନାମ ହେଲା ତୁମୋ ଲଭ ଷ୍ଟୋରି।
ଆଉ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ଏହି ଅଭିନେତ୍ରି ଭୂମିକା ଦାସ ଏହି ଚଳଚ୍ଚିତ୍ର କରିବା ସମୟରେ ମାତ୍ର ନବମ ଶ୍ରେଣୀରେ ପାଠ ପଢୁଥିଲେ।ସେ ନବମ ଶ୍ରେଣୀରେ ପଢିବା ସମୟରେ ଆଉ ଏକ ଚଳଚ୍ଚିତ୍ର କରିଥିଲେ ଯାହାର ନାମ ହେଉଛି ହିରୋ ନମ୍ବର୍-୧ ଆଉ ସେ ଏହି ଚଳଚ୍ଚିତ୍ରଟି ସୁପର ଷ୍ଟାର ବାବୁସାନଙ୍କ ସହିତ କରିଥିଲେ।ଆଉ ତାପରେ ସେ ଯେତେବେଳେ ମାଟ୍ରିକ ପଢୁଥିଲେ ସେ ଦୁଇଟି ଚଳଚ୍ଚିତ୍ର କରିଥିଲେ।ଆଉ ତାପରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେଯେ ଏହି ଅଭିନେତ୍ରୀ ମାଟ୍ରିକରେ ୯୭% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ।ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ଅର୍ଚ୍ଚିତା ଓ ଏଲିନାଙ୍କ ଭଳି ଜଣେ ଓଡିଶୀ ନୃତକି ଥିଲେ।ସେ ବହୁତ କମ ବୟସରୁ ଅନେକ ଆୱାର୍ଡ ମଧ୍ୟ ପାଇ ସାରିଲେଣି।ଯେମିତି ତରଙ୍ଗ ସିନେ ଆୱାର୍ଡ,ଓଡ଼ିଶା ଷ୍ଟେଜ ଚଳଚ୍ଚିତ୍ର ଆୱାର୍ଡ ଭଳି ଅନେକ ଆୱାର୍ଡ ମଧ୍ୟ ଜିତି ସାରିଛନ୍ତି। |
ଏବେ ଚାଲନ୍ତୁ ଭୂମିକାଙ୍କ ପରିବାର ବିଷୟରେ କିଛି ଜାଣିବା,ତାହେଲେ ଭୂମିକାଙ୍କର ବାପାଙ୍କର ନାମ ହେଲା ପ୍ରଶାନ୍ତ କୁମାର ଦାସ ଓ ମାଙ୍କର ନାମ ହେଲା ତୃପ୍ତି ଦାସ।ତାପରେ ତାଙ୍କର ଜଣେ ଛୋଟ ଭାଇ ମଧ୍ୟ ଅଛନ୍ତି।ସେ ନିଜର ସଫଳତାର ଶ୍ରେୟ ସବୁବେଳେ ନିଜର ବାପା ଓ ମାଙ୍କୁ ଦେଇ ଥାନ୍ତି।ତାହେଲେ ବର୍ତ୍ତମାନ ଚାଲନ୍ତୁ ତାଙ୍କ ସମ୍ପତ୍ତି ବିଷୟରେ ଜାଣିବା।ଭୂମିକା ଦାସ ଅନେକ ଗୁଡିଏ ବ୍ରାଣ୍ଡର ପ୍ରମୋସନ କରି ଥାଆନ୍ତି।ଭୁବନେଶ୍ୱରରେ ତାଙ୍କର ଗୋଟେ ଘର ମଧ୍ୟ ଆଛି,ଆଉ ତାଙ୍କର ଗୋଟେ କାର ମଧ୍ୟ ଅଛି।ସେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର କରିବା ପାଇଁ ୫-୧୦ ଲକ୍ଷ୍ୟ ଟଙ୍କା ଦାବି କରିଥାଆନ୍ତି।ଏପର୍ଯ୍ୟନ୍ତ ତାଙ୍କର ମୋଟ ସମ୍ପତ୍ତି ଯାହା ଲକ୍ଷ୍ୟ କରା ଯାଇଛି ତାହା ମୋଟ ୫୦-୭୦ ଲକ୍ଷ୍ୟ ଭିତରେ ରହିଛି।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।